ରାଜ୍ୟ ଖବର

ବାପା ମା ନଥିଲେ କଣ ହେଲା ମୋ ଭାଇକୁ ମୁଁ ବଡ କରିବି, କରୋନା ସମୟରେ ଏହି ଘଟଣା ଆପଣଙ୍କୁ କନ୍ଦାଇଦେବ 

ବର୍ତ୍ତମାନ ସାରା ରାଜ୍ୟରେ କରୋନାର କହର ଦେଖାଯାଉଛି। ଧୀରେ ଧୀରେ କରୋନା ସଂଖ୍ୟା ବଢିବା ସହିତ କରୋନା ମୃତ୍ୟୁଜନିତ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। କରୋନାରେ ଅନେକ ଲୋକ ନିଜ ନିଜର ପରିବାର ବର୍ଗଙ୍କୁ ହରାଉଛନ୍ତି। ସେହିପରି ଏକ ହୃଦୟ ବିଦାରକ ଖବର ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଠି କରୋନା ଏକ ପରିବାରର ବାପା-ମା ଙ୍କୁ ନେଇଗଲା। ବର୍ତ୍ତମାନ ରହିଗଲେ ତୋ ଦୁଇଜଣ ପିଲା।

ଏହି ଖବରଟି ହେଉଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ନିମାତପୁର ଗାଁର। ଏହି ଗାଁରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳୁଛି। ଯେଉଁଠି ଏକ ୭ବର୍ଷର ଝିଅ ଓ କିଛିଦିନ ତଳେ ତାଙ୍କର ପୁଅ ଜନ୍ମ ହେଇଥିଲା, ଉଭୟଙ୍କୁ ଛାଡି ବାପା ମା ଆରପାରିରେ। ଏହି ଗାଁର ରାମନାରାୟଣ ପଣ୍ଡାଙ୍କ ପୁଅ କମଳେଶ ପଣ୍ଡା ପୂର୍ବତଟ ରେଳବାଇର ମୁଖ୍ୟାଳୟ ଭୁବନେଶ୍ବରରେ କାମ କରୁଥିଲେ ଓ ବୋହୁ ସ୍ମିତା ପଣ୍ଡା କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାଫ ନାର୍ସ ଥିଲେ। ଦୁହେଁ ଏ କରୋନା ସମୟରେ କରୋନା ଯୋଦ୍ଧା ଥିଲେ। ନିଜ ଜୀବନକୁ ବାଜି ଲଗାଇ ସେ ଲୋକଙ୍କୁ ସାହାଯ୍ୟ କରୁଥିଲେ।

କିନ୍ତୁ, ଆଜି ସେହି କରୋନା କାରଣରୁ ସେମାନେ ଆଉ ନାହାନ୍ତି। ସ୍ମିତାଙ୍କୁ ପ୍ରଥମେ କରୋନା ହୋଇଥିଲା ଓ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ଓ ସେହି ସମୟରେ ତାଙ୍କର ନବଜାତ ଶିଶୁଟି ଜନ୍ମ ହୋଇଥିଲା, ଶିଶୁଟି ଥିଲା ନେଗେଟିବ। କିନ୍ତୁ ମା ସମ୍ପୂର୍ଣ ଭାବରେ ଠିକ ହୋଇପାରିନଥିଲେ। କିଛିଦିନ ପରେ ସ୍ମିତା ସ୍ଵାମୀ, ଦୁଇ ପିଲାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ତାପରେ କମଳେଶ ନିଜର ଗାଁକୁ ଫେରିଆସିଲେ। ଗାଁକୁ ଆସିବା ପରେ ସେ ମଧ୍ୟ ଅସୁସ୍ଥ ଅନୁଭବ କରିଲେ, ତାପରେ ସେ ଜଳେଶ୍ଵରରେ ଯାଇ ନିଜର କୋଭିଡ ଟେଷ୍ଟ କରାଇଥିଲେ କିନ୍ତୁ ଟେଷ୍ଟ ରିପୋର୍ଟ ନେଗେଟିବ ଥିଲା। କିନ୍ତୁ ଶରୀରରେ ଲକ୍ଷଣ ଥିଲା। ତାପରେ ସେ ଭୁବନେଶ୍ବର ପଳାଇଗଲେ। ସେଠାରେ ଯାଇ କୋଭିଡ ଟେଷ୍ଟ କରିବାକୁ ରିପୋର୍ଟ ପଜିଟିବ ଆସିଥିଲା। ତାପରେ ତାଙ୍କୁ ସମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ୧୫ଦିନ ଆଇସିୟୁରେ ଥିଲେ।

ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା। ବଡ ଭଉଣୀ କହୁଛି, ବାପା ମା’ ନଥିଲେ କଣ ହେଲା ମୋ ଭାଇକୁ ମୁଁ ବଡ଼ କରିବି। ଏହି ଦୃଶ୍ୟ ବହୁତ ହୃଦୟ ବିଦାରକ ଅଟେ। ସେମାନେ ସରକାରଙ୍କ ନିକଟରେ ଏହି ଦୁଇ ଅନାଥ ଛୁଆଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *