ଭାଇରାଲ ଭିଡିଓ

କଣ ଆପଣ ମାନେ ଜାଣନ୍ତି ବ୍ଲେଡ ମଝିରେ ଏଇ ଫାଙ୍କା ସ୍ଥାନ କଣ ପାଇଁ ହେଇଥାଏ,ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ବ୍ଲେଡର ଏହି ରହସ୍ୟ ବିଷୟରେ

ଆମେ ସମସ୍ତେ ଆମ ଜୀବନରେ ବ୍ଲେଡର ବ୍ୟବହାର ନିହାତି କରିଛୁ। ଆମେ ବ୍ଲେଡକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ। ବ୍ଲେଡକୁ ଆମେ ଆମର ଦୈନନ୍ଦିନ କାମରେ ମଧ୍ୟ ବ୍ୟବହାର କରିଥାଉ। ଆପଣ ଜାଣିଛନ୍ତିକି ବ୍ଲେଡର ଆକାର କାହିଁକି ଏମିତି ହୋଇଥାଏ। ଆମେ ଏହି ବ୍ଲେଡର ଆକାରକୁ ଛୋଟ ବେଳୁ ଦେଖି ଅସୁଆଛୁ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ।

 

୧୯୦୧ ମସିହାରେ ଜିଲେଟ କମ୍ପାନୀର ସଂସ୍ଥାପକ କିଙ୍ଗ କ୍ୟାମ୍ପ ଜିଲେଟ ୱିଲିୟମହେନରୀ ଲିଙ୍କନସନ ସହିତ ମିଶି ଏହିପରି ବ୍ଲେଡକୁ ଡିଜାଇନ କରିଥିଲେ। ୧୯୦୪ ମସିହାରେ ଭାରତରେ ଏହି ବ୍ଲେଡ କମ୍ପାନୀ ପ୍ରବେଶ କରିଥିଲେ। ସେତେବେଳେ ତାହା ଏକ ମାତ୍ର ବ୍ଲେଡ କମ୍ପାନୀ ଥିଲା ଓ ସେ ରେଜର ମଧ୍ୟ ବାହାର କରିଥିଲା। ସେତେବେଳେ ସେ ଏହାକୁ ପେଟେଣ୍ଟ କରିନେଇଥିଲେ।

ଯେତେବେଳେ ୨୫ବର୍ଷ ପରେ ଏହି ପେଟେଣ୍ଟ ଏକ୍ସପାୟାର ହୋଇଗଲା, ସେତେବେଳେ ଅନ୍ୟ କମ୍ପାନୀମାନେ ବଜାରକୁ ନିଜର ବ୍ଲେଡ ଆଣିଲେ। କିନ୍ତୁ ସେତେବେଳକୁ ବଜାରରେ ଏହି ବ୍ଲେଡ ବ୍ୟାପି ସାରିଥିଲା। ଯେଉଁଥିପାଇଁ ସେମାନେ ଏହି ଡିଜାଇନରେ ବ୍ଲେଡ ତିଆରି କରିଲେ। ଯେହେତୁ ପୂର୍ବରୁ ରେଜର ପୂର୍ବ ଡିଜାଇନ ଅନୁସାରେ ଥିଲା ସେଥିପାଇଁ ଅନ୍ୟ କମ୍ପାନୀମାନେ ସେହିପରି ବ୍ଲେଡ ତିଆରି କରିବାକୁ ଲାଗିଲେ।

ଜିଲେଟ ବ୍ଲେଡକୁ ଏମିତି ଡିଜାଇନ କାହିଁକି କରିଲା:-
ବାସ୍ତବରେ ବ୍ଲେଡ ବହୁତ ପତଳା ହୋଇଥାଏ ଓ ଏହା ସହଜରେ ଭାଙ୍ଗିଯାଏ। ସେଥିପାଇଁ ଜିଲେଟ କମ୍ପାନୀ ଏହାକୁ ନ ଭାଙ୍ଗିବା ପାଇଁ ମଝିରେ ଏହି ଡିଜାଇନ କରିଥିଲେ। ଏହି ବ୍ଲେଡ ରେଜରରେ ମଧ୍ୟ ଫିଟ ହୋଇଯିବ। ତେଣୁ ଜିଲେଟ କମ୍ପାନୀ ବ୍ଲେଡକୁ ଏହିପରି ଡିଜାଇନ ଦେଇଥିଲେ।

Leave a Reply

Your email address will not be published. Required fields are marked *