ରାଜ୍ୟ ଖବରଦେଶ ଦୁନିଆ

ଗୋଟେ ଝଟକା ରେ ୟୁଟୁବର ଭୁବନ ବାମ୍ ହରାଇଲେ ତାଙ୍କ ବାପା ଆଉ ମା ଙ୍କୁ, ଦେଖନ୍ତୁ ପୁରା ଘଟଣା

ଫେମସ ୟୁଟୁବର ତଥା କମେଡିଆନ ଭୁବନ ବାମଙ୍କୁ କରୋନା ଏକ ଏମିତି ଦୁଃଖ ଦେଇଗଲା ଯାହାକୁ ସେ କେବେ ଭୁଲିପାରିବେ ନାହିଁ। ଏହି କରୋନା ସମୟରେ ଭୁବନଙ୍କର ମା-ବାପାଙ୍କର ଦେହାନ୍ତ ହୋଇଗଲା। ଭୁବନ ଗତକାଲି ଏହି ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅବଗତ କରାଇଲେ। ସେ ସେଥିରେ ଲେଖିଥିଲେ ଗତ ଏକ ମାସ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇଗଲା।

ସେ ଲୋକମାନଙ୍କୁ ହସାଇବା ପାଇଁ ଅଲଗା ଅଲଗା ଚରିତ୍ର ଧାରଣ କରୁଥିଲେ। ତାଙ୍କର ଚରିତ୍ରରେ କେତେବେଳେ ମାଙ୍କର ଝଲକ ଦେଖାଯାଏ ତୋ ଆଉ କେତେବେଳେ ପିତାଙ୍କର ଛାଇ। ତାଙ୍କର ଏହିସବୁ ଚରିତ୍ରକୁ ସାରା ଦୁନିଆ ବହୁତ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ କରୋନା ତାଙ୍କଠାରୁ ଏହିସମସ୍ତଙ୍କୁ ଛଡାଇନେଲା। ସେ ଗତ ଏକ ମାସ ମଧ୍ୟରେ ନିଜର ମାତା-ପିତାଙ୍କୁ ହରାଇଦେଲେ। ତାଙ୍କର ବାପା-ମା ତାଙ୍କୁ ସବୁବେଳେ ଏଥିପାଇଁ ସହଯୋଗ କରୁଥିଲେ।

ସେ ଗତକାଲି ଇନଷ୍ଟାଗ୍ରାମରେ ତାଙ୍କ ବାପା-ମାଙ୍କର କିଛି ଫୋଟ ପୋଷ୍ଟ କରି ଲେଖିଥିଲେ,’କୋଭିଡ କାରଣରୁ ମୁଁ ମୋର ଦୁଇ ଜୀବନକୁ ହରାଇଦେଲି। ଆଇ-ବାବାଙ୍କ ବିନା କିଛି ମଧ୍ୟ ପୂର୍ବ ଭଳି ରହିବ ନାହିଁ। ଏକ ମାସରେ ସବୁକିଛି ବଦଳିଗଲା। ଘର, ସ୍ଵପ୍ନ, ସବୁକିଛି, ମୋ ଆଇ ମୋ ପାଖରେ ନାହାନ୍ତି, ମୋ ବାପା ମୋ ପାଖରେ ନାହାନ୍ତି।

ବର୍ତ୍ତମାନ ଆରମ୍ଭରୁ ବଞ୍ଚିବା ଶିଖିବାକୁ ପଡିବ। ମନ କରୁନାହିଁ। କଣ ମୁଁ ଭଲ ପୁଅ ଥିଲି? କଣ ମୁଁ ତାଙ୍କୁ ବଞ୍ଚାଇବା ପାଇଁ ସବୁକିଛି କରିଲି? ମୋତେ ବର୍ତ୍ତମାନ ଏହି ପ୍ରଶ୍ନ ସହ ବଞ୍ଚିବାକୁ ହେବ। ତାଙ୍କର ସାଙ୍ଗ ତଥା ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ସାନ୍ତ୍ଵନା ଦେଲେ।

Leave a Reply

Your email address will not be published. Required fields are marked *