Ollywood

ମୁଁ ଦୁଇ ପାଦ ପଛକୁ ଆସିଚି ମାନେ କିଛି ବଡ଼ ଧମାକା କରିବି !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର, ସିନେମା ଜଗତକୁ ନେଇ ଆସୁଥିବା ଖବର ମଧ୍ୟ ଜାଣି ପାରୁଥିବେ ।

ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ଫିଲ୍ମ୍ ପ୍ରଡ୍ୟୁସର ସନଲିସା ପଟେଲ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ତାହା ଜାଣିପାରିବେ । ସେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍ତି । ସେ ଏବେ ଟ୍ରୋଲର ଶିକାର ହେଉଛନ୍ତି ।

ସମସ୍ତେ କହୁଛନ୍ତି ସନଲିସା ପଟେଲ ଧାରଣାରେ ବସିଲା ଆଉ ଇଣ୍ଡଷ୍ଟ୍ରି ପାଇଁ ଲଢେଇ କରିବାକୁ କହିଥିଲା କିନ୍ତୁ ଏବେ କୁଆଡେ ହଜି ଯାଇଛି । ସେମାନଙ୍କୁ ସେ କହିଛନ୍ତି କି ବାଘ ଯେତେବେଳେ ଦୁଇ ପାଦ ପଛକୁ ଯାଏ ତାହାର ମାନେ ନୁହେଁ କି ସେ ପଛ ଘୁଞ୍ଚା ଦେଉଛି ସେ ଲମ୍ବା ଡେଇଁବାର ପ୍ରୟାସ କରୁଛି ।

ଠିକ୍ ସେ ସେମିତି ବସି ଯାଇ ନାହାଁନ୍ତି , କେବଳ କଥାରେ କହିଲେ ହେବ ନାହିଁ ତାକୁ କାମରେ ଲଗାଇବାକୁ ପଡ଼ିବ । ସେ ଦିଲ୍ଲୀ ଆସିଛନ୍ତି ଆଉ ସେଠାରେ ସେ ଇନଭେଷ୍ଟର ମାନଙ୍କ ସହିତ କଥା ହେଉଛନ୍ତି ।

ହଲ୍ ତିଆରି କିମ୍ବା ଡିଜିଟାଲ ପ୍ଲାଟଫର୍ମ ଓଡ଼ିଶାକୁ ଆସୁ ଏନେଇ ସେ କଥା ହେଉଛନ୍ତି । ସେ ଟ୍ରୋଲକୁ ଡରୁ ନାହାଁନ୍ତି । ସେ ଆଗକୁ ଏକ ବଡ ସିନେମା ନେଇକି ଆସିବେ ବୋଲି ମଧ୍ୟ କହିଛନ୍ତି ।

ଯେଉଁମାନେ ଦୁଷ୍ଟ ଲୋକ ଅଛନ୍ତି ସେମାନଙ୍କ କାମ ହେଲା କହିବା ସେ କହୁଥାନ୍ତୁ । ସେ ଯାହା କହିଛନ୍ତି ତାହା କରିବେ । ଲୋକମାନଙ୍କର କାମ ହେଲା କହିବା ସେ ଯାହା କହିବା କଥା କୁହନ୍ତୁ । ସେ କଥା କହି ଯଦି ଖୁସି ହେଇ ଯାଉଛନ୍ତି ତାହେଲେ ସେମାନେ ଖୁସି ହୁଅନ୍ତୁ ।

ସେ ଜାନୁଆରୀ ୫ ତାରିଖରେ ରିଲିଜ୍ କରିବାକୁ ଭାବିଥିଲେ ତାଙ୍କ ଫିଲ୍ମ୍ କିନ୍ତୁ ସେଦିନ ରିଲିଜ୍ ହେଲାଣି । ସେ ଜାନୁଆରୀ ୨୦ ତାରିଖରେ ରିଲିଜ୍ କରିବେ ବୋଲି କହିଛନ୍ତି । ସେ ସେଠାରେ ଅଟକି ଯାଇ ନାହାଁନ୍ତି କି ରହି ଯାଇ ନାହାଁନ୍ତି କାମ କରୁଛନ୍ତି । ତାଙ୍କ ଲଢେଇ ଚାଲୁ ରହିଛି । ସେ ଆଶା କରିଛନ୍ତି ଆଗକୁ ଭଲ ହେବ ।

ଓଡ଼ିଆ ଇଣ୍ଡଷ୍ଟ୍ରିକୁ ବଞ୍ଚାଇବା ପାଇଁ ଅନେକ ଲଢେଇ ହେଉଛି ଆଉ ଯେଉଁମାନେ ଲଢେଇ କରୁଛନ୍ତି ସେମାନେ ନିଶ୍ଚୟ ବଞ୍ଚିବେ । ଏହି ଲଢେଇ ତାଙ୍କର ନୁହେଁ ସମସ୍ତଙ୍କର ଆଉ ସେ ଆଶା ରଖିଛନ୍ତି ଏହି ଲଢେଇରେ ଜିତ୍ ହେବ ବୋଲି । ଅନେକ କଥା ଫିଲ୍ମ୍ ପ୍ରଡ୍ୟୁସର୍ ସନଲିସା ପଟେଲ କହିଛନ୍ତି ।

Leave a Reply

Your email address will not be published. Required fields are marked *