Special Report

ମୋବାଇଲ ଅର୍ଡର୍ କରିଥିଲେ ଖୋଳ ଭିତରୁ ବାହାରିଲା ୩ ଖଣ୍ଡ ସାବୁନ, ଡେଲିଭରି ବୟକୁ ପିଟିଲେ ଲୋକେ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବକ ଅନଲାଇନ୍ ରୁ ୨୭ହଜାର ଟଙ୍କା ଦେଇ ଗୋଟିଏ ମୋବାଇଲ ଅର୍ଡର କରିଥିଲେ। ଆଉ ସେ ମୋବାଇଲ ଥିଲା ରିଏଲମି ୧୧ ପ୍ରୋ ମୋବାଇଲ।

ତେବେ ଯୁବକ ଜଣକ କ୍ୟାସ ଅନ ଡେଲିଭରି ନକରି ଫୋନ୍ ପେ ମଧ୍ୟମରେ ମୋବାଇଲ ଅର୍ଡର କରୁଥିଲେ। ଆଉ ଟଙ୍କା ଦେଇ ଅର୍ଡର କରିବାର ମାତ୍ର ୮ ଦିନ ପରେ ସେହି ମୋବାଇଲ ଟି ଯୁବକଙ୍କ ପାଖକୁ ଯାଇ ଆସିଥିଲା।

ଆଉ ସେହି ମୋବାଇଲକୁ ତାଙ୍କ ପାଖକୁ ଧରି ଆସିଥିଲେ ଡେ଼ଲିଭାରି ବୟ ଜଣକ। ତେବେ ଯୁବକ ଜଣକ ସେତେବେଳେ ସେହି ମୋବାଇଲକୁ ନିଜେ ନ ଖୋଲି ସେହି ଡେଲିଭରି ଵୟକୁ ହିଁ ଦେଇଥିଲେ ଖୋଲିବା ପାଇଁ।

କିନ୍ତୁ ସେତେବେଳେ ସେହି ଡେଲିଭରି ବୟ ଜଣକ ବାରମ୍ବାର ମନା କରୁଥିଲା ଖୋଲିବାପାଇଁ l ହେଲେ ଯୁବକ ଜଣଙ୍କ ଯେତେବେଳେ ବାଧ୍ୟ କରିଥିଲେ ସେତେବେଳେ ଯାଇ ସେହି ଡେଲିଭରି ବୟ ଜଣକ ମୋବାଇଲକୁ ଖୋଲିଥିଲେ।

କିନ୍ତୁ ଯେତେବେଳେ ସେହି ମୋବାଇଲ ଖୋଳକୁ ଡେଲିଭରି ବୟ ଜଣକ ଖୋଲିଥିଲା ସେତେବେଳେ ସେହି ଖଳ ଭିତରୁ ମୋବାଇଲ ବାହାରିବା ଦୂରରର କଥା ବାହାରିଥିଲା ଡ୍ରେସ ସଫାକରା ସାବୁନ।

ବନ୍ଧୁଗଣ ଏହି ଦୃଶ୍ୟ ସତରେ ଏମିତି କିଛି ଥିଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଭବିଷ୍ୟତରେ କେବେ ଆଉ ଅନଲାଇନ ରୁ ମୋବାଇଲ ଅର୍ଡର କରିବେନି। ତେବେ ଏଠି ଯୁବକ ଜଣକ ପ୍ରଥମରୁ ହିଁ ମୋବାଇଲ ପାଇଁ ସବୁ ଟଙ୍କା ଦେଇଦେଇଥିବାବେଳେ ଏବେ ସେହି ୨୭ ହଜାର ଟଙ୍କା ବଦଳରେ ଆସିଛି ଏହି ୪ଟି ସାବୁନ l

ଏହାପରେ ସେତେବେଳେ ଯୁବକ ଜଣକ ସେଇଠି ଡେଲିଭରି ବୟକୁ ଅଟକାଇଦେଇଥିଲେ। ଆଉ ଟଙ୍କା ଫେରାଇବା ପାଇଁ ବାଧ୍ୟ କରିଥିଲେ। ତେବେ ବନ୍ଧୁଗଣ ଏହିଭଳି ଭାବରେ ଚାଲିଛି ଏହି ନିରୀହ ଲୋକଙ୍କୁ ଠକେଇ।

ଯଦି ଆପଣ ମଧ୍ୟ ଏମିତି ନିଜ ମୋବାଇଲକୁ ଅନଲାଇନ ଅର୍ଡର କରୁଛନ୍ତି ତାହେଲେ ସତର୍କ ହେଇ କରନ୍ତୁ। ନହେଲେ ଆପଣ ମଧ୍ୟଏହି ଯୁବକଙ୍କ ଭଳି ଠକେଇର ଶିକାର ହୋଇପାରନ୍ତି।

Leave a Reply

Your email address will not be published. Required fields are marked *