Special Report

ପ୍ରେମ କରି ମୋତେ ଗର୍ଭବତୀ କଲା,ଏବେ ମୋ ପିଲା ନଷ୍ଟ କରି ମୋତେ ବିଦା କରି ଦେଲା!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ଦେଖୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଭଲପାଇ ଏଭଳି କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଜଣେ ଯୁବକ ଭଲପାଇ ଧୋକା ଦେଇଛି ।

ଯୁବକ ଆଉ ଯୁବତୀ ସମ୍ପର୍କୀୟଙ୍କ ବାହାଘରରେ ଦେଖା ହୋଇଥିଲେ । ଆଉ ସେମାନେ ସେଠାରେ ଦେଖା ହୋଇ କଥାବାର୍ତ୍ତା ହୋଇଥିଲେ । ତାଙ୍କର ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । ଦୁହେଁ ଦୁହିଁଙ୍କୁ ୬ ବର୍ଷ ଧରି ପ୍ରେମ କରୁଥିଲେ ।

ଏହି ଯୁବକ ଜଣକ ହେଉଛନ୍ତି ସୌମ୍ୟ । ସୌମ୍ୟ ଯୁବତୀ ଜଣଙ୍କୁ ଭଲ ପାଉଥିଲେ । ଆଉ ଭଲପାଇ ତାଙ୍କୁ ଧୋକା ଦେଇଥିଲେ । ଏହି ଯୁବତୀ ଆଉ ଯୁବକ ଭଲପାଇବା ସମୟରେ ସମ୍ପର୍କ ରଖିଥିଲେ ।

ପରସ୍ପର ସହ ସେମାନେ ଶାରିରୀକ ସମ୍ପର୍କ ରଖିଥିଲେ । ଆଉ ଏହି ସମ୍ପର୍କରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଯୁବତୀ ଜଣଙ୍କୁ ଗର୍ଭବତୀ କରାଇ ତାଙ୍କ ଛୁଆକୁ ନଷ୍ଟ କରି ଏହି ଯୁବକ ଜଣକ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ ।

ଏହି କଥା ଯୁବତୀ ଜଣକ ଜାଣିବା ପରେ ଏବେ ସେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ଏହି ଯୁବକ ଜଣକ ସହିତ ଯୁବତୀ ଜଣକ ଫେରାର ହୋଇ ଯାଇଥିଲେ ।

ଏହାପରେ ଯୁବତୀ ଜଣକ ୫ ମାସର ଗର୍ଭବତୀ ହୋଇଥିଲେ । ସୌମ୍ୟ ପିଲାର ବାପା ହୋଇ ମଧ୍ୟ ଛୁଆକୁ ନଷ୍ଟ କରି ଦେଇଥିଲେ । ଏହି ଯୁବତୀ ଜଣଙ୍କୁ ସୌମ୍ୟଙ୍କ ପରିବାରଲୋକେ ଟଙ୍କା ଦେଇ ଏହି ଘଟଣାକୁ ଥାନାରେ ନ କହିବାକୁ କହିଥିଲେ । ଆଉ କେତେବେଳେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଲେ ବୋହୂ ବୋଲି ସ୍ବୀକାର କରିବେ ବୋଲି କହୁଥିଲେ ।

ଏଭଳି ଅନେକ କଥା ଆଉ ଅନେକ ଯନ୍ତ୍ରଣା ଦେଉଥିଲେ ଯୁବତୀଙ୍କୁ । ଶେଷରେ ଯୁବତୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଯୁବତୀ ଜଣକ ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ କରିଥିଲେ । ଏବେ ସୌମ୍ୟ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *