Special Report

୫ ବର୍ଷ ବନ୍ଦ ଥିଲା ଘର ଶେଷରେ ଖୋଲି ଦେଖିଲା ବେଳକୁ ବାହାରୁଛି ପୂଳା ପୂଳା କଙ୍କାଳ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଘର ଭିତରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହି ଆସୁଥିବା। ହଠାତ ସେମାନେ କେଉଁଆଡେ ଗାଏବ ହେଇଯାଇଥିଲେ। ଆଉ ସେବେ ଠାରୁ ଏ ଘର ଏମିତି ବେସାହାରା ଭାବରେ ପଡି ରହିଥିଲା।

କିନ୍ତୁ ଏବେ ହଠାତ ସେହି ଘର ଭିତରର ଦୃଶ୍ୟ ଦେଖିବା ପରେ, ସାରା ଅଂଚଳରେ ଯେମିତି ଚହଳ ପଡି ଯାଇଥିଲା। ବନ୍ଧୁଗଣ ଅନେକ ଦିନରୁ ବନ୍ଦ ପଡି ରହିଥିବା ସେହି ଘର ଭିତରୁ ଏବେ ୫, ୫ ଟା ମଣିଷ କଙ୍କାଳ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି।

ଦିନେ ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ ଯେ ତାଙ୍କ ଘରର କବାଟ ଭାଙ୍ଗିଯାଇଛି। ସେତେବେଳ ପର୍ଯ୍ୟନ୍ତ ପୋଲିସ ପାଖରେ ମଧ୍ୟ ଖବର ପହଞ୍ଚି ନଥିଲା। ତାପରେ ସେହି ଲୋକମାନେ ଘର ଭିତରକୁ ଦେଖିବାକୁ ଚାହିଁଥିଲେ।

ଆଉ ପାଖକୁ ଯାଇ ଦେଖିବାକୁ ପାଇଥିଲେ ଯେ, କେବଳ କବାଟ ନୁହେଁ ବରଂ ଘର ଭିତରର ଅବସ୍ଥା ବି ବହୁତ ଖରାପ ଅଛି। ଘର ଭିତରେ ବି ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି। ପରେ ସେହି କଥାକୁ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ପ୍ରବେଶ କରିଥିଲା। ଆଉ ସେଠାରେ ପୋଲିସ ପହଂଚି ଯାହା ସବୁ ଦେଖିଥିଲା, ତାର ମଧ୍ୟ ହୋସ ଉଡି ଯାଇଥିଲା। ବନ୍ଦ ହୋଇ ପଡି ରହିଥିବା ସେ ଘରର ଗୋଟିଏ ରୁମ୍‌ରେ ୪ଟି କଙ୍କାଳ ପଡିଥିଲା।

ରୁମ ଭିତରେ ଦୁଇଟି କଙ୍କାଳ ଖଟ ଉପରେ ପଡ଼ିଥିବା ବେଳେ ଅନ୍ୟ ଦୁଇଟି ଚଟ୍ଟାଣରେ ପଡ଼ିଥିଲା। ଆଉ ଏକ କଙ୍କାଳ ଅନ୍ୟ ଏକ ରୁମ୍‌ରେ ପଡି ରହିଥିଲା। ଏକ ସାଙ୍ଗରେ ୫ ଟି କଙ୍କାଳକୁ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାଇ କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାରେ ଏକ ପରିବାର ହଠାତ କେଉଁ ଆଡେ ଉଭାନ ହୋଇ ଯାଇଥିବା ବେଳେ, ତାଙ୍କର କୌଣସି ଖବର ମିଳି ନଥିଲା। କିନ୍ତୁ ଏବେ ତାଙ୍କର ସେହି ଭଙ୍ଗା ଘର ଭିତରୁ ସେମାନଙ୍କର ଶବ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି।

କିନ୍ତୁ ଏହି ୫ ଟି ଶବ କାହାର ତାକୁ ନେଇ ଏବେ ଜୋର ଦାର ଚର୍ଚ୍ଚା ଜାରି ରହିଛି। ଏହି ପରିବାରର ଲୋକ ମାନଙ୍କୁ କିଏ ହତ୍ୟା କରି ସେହି ଘରେ ପୁରାଇ ବନ୍ଦ କରି ଦେଇଛି ନା ଏହା ଆତ୍ମହତ୍ୟା ତାକୁ ନେଇ ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *