ଭାଇରାଲ ଭିଡିଓରାଜ୍ୟ ଖବର

ବାଷ୍ପ ନେବାପାଇଁ ଜବରଦସ୍ତ ଦେଶୀ ଯୁଗାଡ଼, ଲୋକମାନଙ୍କର ରିଆକ୍ସନ ଆସିଲା- ଭାରତରେ ସବୁ କିଛି ସମ୍ଭବ, ଦେଖନ୍ତୁ ଭିଡିଓ

ଦେଶ କରୋନା ଭାଇରସର ଦ୍ୱିତୀୟ ଲହର ସହିତ ସଂଘର୍ଷ କରୁଛି, ତେବେ କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ସହିତ ବର୍ତ୍ତମାନ କରୋନା ଭାଇରସରୁ ଠିକ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢିଚାଲିଛି |

ଏହାମଧ୍ୟରେ କରୋନା ଭାଇରସ ସଂକ୍ରମଣ ଠାରୁ ବଞ୍ଚିବାପାଇଁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି | ଯେଉଁ ଲୋକମାନଙ୍କର ଲକ୍ଷଣ ସାମାନ୍ୟ ରହିଛି ଏବଂ ଯେଉଁ ଲୋକମାନଙ୍କ ପାଖରେ ନାହିଁ, ସେମାନେ ମଧ୍ୟ ଏପରି କିଛି ଉପାୟ ନିଶ୍ଚିତ ଭାବେ କରୁଛନ୍ତି, ଯାହା କି ସହଜରେ ଘରେ କୌଣସି କ୍ଷତି ବିନା କରାଯାଇପାରେ |

ଏସବୁ ମଧ୍ୟରେ ବିଶେଷ କରି ସବୁଦିନ ବାଷ୍ପ ନେବା ସବୁଠାରୁ ଅଧିକ ଜରୁରୀ କୁହାଯାଉଛି, ତେଣୁ ଲୋକ ମଧ୍ୟ ଏହାକୁ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି | ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ବାଷ୍ପ ନେବା ପାଇଁ ଏକ ଜବରଦସ୍ତ ଦେଶୀ ଯୁଗାଡ଼ ବାହାର କରିଛନ୍ତି, ଯାହାକୁ ଦେଖି ଆପଣ ମଧ୍ୟ କହିବେ ବାଃ କି ଯୁଗାଡ଼ ସତରେ |

ସୋସିଆଲ ମିଡିଆରେ ଲଗାତାର ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ଜଣେ ବ୍ୟକ୍ତି ବାଷ୍ପ ନେବା ପାଇଁ ଏକ ଜବରଦସ୍ତ ଦେଶୀ ଯୁଗାଡ଼ ପ୍ରସ୍ତୁତ କରିଛନ୍ତି | “ଏକ ଚୁଲା ଉପରେ ପ୍ରେସର କୁକର ରଖି କୁକରର ସିଟି ଥିବା ଜାଗାରେ ଏକ ପାଇପ୍ ସାହାଯ୍ୟରେ ବାହାରୁଥିବା ବାଷ୍ପକୁ ଉପର ପର୍ଯ୍ୟନ୍ତ ଅଣାଯାଇଛି ଏବଂ ପାଇପ ଶେଷରେ ଏକ କାହାଳି ଲାଗିଛି, ଯେଉଁଥିରେ ବ୍ୟକ୍ତିଜଣକ ବହୁତ ମଜାରେ ବାଷ୍ପ ନେଉଛନ୍ତି |

ଏହି ଭିଡିଓକୁ ଦେଖିବାପରେ ତ ଆପଣଙ୍କୁ ମଧ୍ୟ ନିଶ୍ଚୟ ମଜା ଲାଗିଥିବ | ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କର ଭିଡିଓ ଦେଖି ଏହାକୁ ପ୍ରଶଂସା କରିବାକୁ ନିଶ୍ଚୟ ଚାହୁଁଥିବେ | ଲୋକମାନେ ମଧ୍ୟ ଏହି ଭିଡିଓକୁ ଖୁବ ପ୍ରଶଂସା କରୁଛନ୍ତି | ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା, ଆମକୁ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ |

Leave a Reply

Your email address will not be published. Required fields are marked *