ମନୋରଞ୍ଜନ

ବର୍ଷା ପ୍ରିୟଦର୍ଶିନୀ ଙ୍କ ଏହି ରାଜ ଆପଣ ହୁଏତ ଜାଣିନଥିବେ, ତେବେ ଆସନ୍ତୁ ପଢ଼ିବା ତାଙ୍କ କିଛି ଖାସ୍ କଥା

ଓଲିଉଡ ସୁପର ହିଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଫିଲ୍ମ ଜଗତରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ବର୍ଷା ପ୍ରିୟଦର୍ଶନୀ। ସେଥିପାଇଁ ତାଙ୍କୁ କ୍ଵିନର ଟ୍ୟାଗ ମଧ୍ୟ ଦିଆଯାଇଛି। ବର୍ଷା ପ୍ରିୟଦର୍ଶନୀ ୧୯୮୪ ମସିହା ଅଗଷ୍ଟ ୭ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପରିବାର ସହ କଟକରେ ସେ ନିଜର ପିଲାଦିନ କଟାଇଥିଲେ। ତାଙ୍କର ତିନି ଭଉଣୀ ମଧ୍ୟରୁ ବର୍ଷା ପ୍ରିୟଦର୍ଶନୀ ସବୁଠାରୁ ସାନ। ତାଙ୍କ ବାପାଙ୍କର ତାଙ୍କର ଛୋଟ ବେଳୁ ଦେହାନ୍ତ ହୋଇଯାଇଛି।

varsha-priyadarshani-life-style

ତାଙ୍କ ମା ତିନି ଭଉଣୀଙ୍କୁ ଏକାଠି ବଡ କରିଥିଲେ। ତାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି। ସ୍କୁଲରେ ପାଠପଢା ସରିବା ପରେ ସେ ଶୈଳବାଳା କଲେଜରେ ନିଜର ପାଠପଢା ଆରମ୍ଭ କରିଥିଲେ। ପିଲାଟି ଦିନରୁ ତାଙ୍କର ଅଭିନୟ କରିବାର ରୁଚି ଥିଲା। ନିଜ ମାଙ୍କ ପାଖରୁ ପ୍ରେରଣା ପାଇଥିଲେ। ସେଥିପାଇଁ ସେ ପଢାପରେ ମଡେଲିଙ୍ଗ କରିଥିଲେ।

varsha-priyadarshani-life-style

ବର୍ଷା ପ୍ରିୟଦର୍ଶନୀ ପ୍ରଥମେ ବଙ୍ଗଳା ଫିଲ୍ମରେ କାମ କରିଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଥିଲା ବାଜି। ତାପରେ ସେ ଓଲିଉଡରେ ପାଦ ଦେଇଥିଲେ। ଓଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଏ ଯୁଗର କୃଷ୍ଣ ସୁଦାମା। ତାପରେ ୨୦୦୩ ମସିହାରେ ସାବତ ମାରେ ଅଭିନୟ କରିଥିଲେ। ତାପରେ ୨୦୧୪ ମସିହାରେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ। କଟକରେ ବର୍ଷାଙ୍କର ଘର ଅଛି।

ଏହା ଛଡା ତାଙ୍କର ମଧ୍ୟ ବହୁ ଦାମୀ କାର ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ସେ ଅନୁଭବ ମହାନ୍ତିଙ୍କ ସହ ରହିବାକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଯାହାକି କମିବାର ନାମ ନେଉନାହିଁ। ଆଗକୁ ବିବାଦ ବିଚ୍ଛେଦ ହେବ ବା ସେମାନେ ଏକାଠି ରହିବେ, ତାହା ସମୟ କହିବ। କିନ୍ତୁ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶନୀ ସାମାଜିକ କାମରେ ବ୍ୟସ୍ତ ରହୁଛନ୍ତି।

Leave a Reply

Your email address will not be published. Required fields are marked *