ରାଜ୍ୟ ଖବରଭାଇରାଲ ଭିଡିଓ

ଯେଉଁଠି ଏଲିଏନ ଅଛନ୍ତି କଣ ସେଇଠି ଜାଗା କିଣିଥିଲେ ସୁଶାନ୍ତ ସିଂ ରାଜପୁତ? ଜାଣନ୍ତୁ ଏହାର ସତ୍ୟତା

ସୁଶାନ୍ତ ସିଂ ରାଜପୁତ ବାସ୍ତବରେ ଚନ୍ଦ୍ରରେ ଏକ ଜାଗା କିଣିଥିଲେ। ଏହି କଥା ଲୋକଙ୍କ ସାମ୍ନାକୁ ସେତେବେଳେ ଆସିଲା, ଯେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସବୁଆଡେ ତାଙ୍କର ଅନେକ ଫୋଟ ମଧ୍ୟ ଦେଖିବାକୁ ମିଳିଲା। ଯେଉଁଥିରେ ସେ ନିଜର ଟେଲିସ୍କୋପ ଧରି କିଛି ଦେଖୁଥିବାର ନଜର ଆସୁଥିଲେ। ଏମିତି ତାଙ୍କର ମୃତ୍ୟୁ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର କହିଥିଲେକି, ସୁଶାନ୍ତ ମୋତେ ଏକ ସୁନ୍ଦର ଜହ୍ନ ଦେଖାଇଥିଲେ। ଓ ଚନ୍ଦ୍ରରେ ଜାଗାକିଣିବା କଥା ଲୋକମାନଙ୍କ ମୁହଁରେ ଶୁଣିବାକୁ ମିଳେ। କିନ୍ତୁ ଏହି କଥାରେ ସତ୍ୟତା ଆମେ ଜାଣିବାକୁ ଚାହିଁଲୁ, ତେବେ ଆସନ୍ତୁ ଜାଣିବା…

ସୁଶାନ୍ତ ଚନ୍ଦ୍ରରେ ଯେଉଁ ପାର୍ଶ୍ଵରେ ଜାଗା କିଣିଛନ୍ତି, ତାକୁ ସି ଅଫ ମସ୍କଭିଏନ୍ସି କୁହାଯାଏ। ଓ ଏହି ଭାଗ ଚନ୍ଦ୍ରର ସେହି ପାର୍ଶ୍ଵରେ ପଡେ ଯାହାକୁ ଆମେ ଡାର୍କ ସାଇଡ ଅଫ ମୁନ ବୋଲି କହିଥାଉ। ଜାଣିଛନ୍ତିକି ଏହାକୁ କାହିଁକି ଡାର୍କ ସାଇଡ ଅଫ ମୁନ କୁହାଯାଏ? କାରଣ ପୃଥିବୀ ପୃଷ୍ଠରୁ ଚନ୍ଦ୍ରର ଏହି ପାର୍ଶ୍ଵକୁ ଦେଖିବା କଷ୍ଟକର ଅଟେ। ଚନ୍ଦ୍ର ଯେତେବେଳ ନିଜର ଅକ୍ଷ ଚାରିପଟେ ବୁଲିବା ଆରମ୍ଭ କରେ ସେତେବେଳେ ପୃଥିବୀ ୪୧ ଭାଗ କେବେ ଦେଖିପାରେ ନାହିଁ। ସେଥିପାଇଁ ଏହି ଜିନିଷ କଣ ସେ ବିଷୟରେ ଜାଣି ହୁଏନାହିଁ, କିନ୍ତୁ ଏହାକୁ ଡାର୍କ ସାଇଡ ଅଫ ମୁନ କୁହାଯାଏ। ଆପଣମାନଙ୍କର ମନେ ଥିବ ଇସ୍ରୋ ଯେଉଁ ଚନ୍ଦ୍ରାୟାନ ଟେଷ୍ଟ କରିଥିଲା, ତାହା ଏହି ପାର୍ଶ୍ଵରେ କଣ ଅଛି ତାହା ଜାଣିବା ପାଇଁ, କିନ୍ତୁ କୌଣସି କାରଣବଶତଃ ତାହା କ୍ରାଶ ହୋଇଯାଇଥିଲା। ଏହା ସେହି ପାର୍ଶ୍ଵ ଯେଉଁଠି କିଛି ଏଲିଏନ ରହୁଛନ୍ତି ବୋଲି କୁହାଯାଉଥିଲା।

ଇତିମଧ୍ୟରେ ଗତ କିଛିଦିନ ତଳେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଥିଲା, ଯେଉଁଥିରେ ପରିଷ୍କାର ଭାବରେ ଦେଖାଯାଉଥିଲାକି କିଛି ୟୁଏଫଓ ଚନ୍ଦ୍ରର ପଛ ଭାଗରୁ ବାହାରିଆସୁଥିଲେ। ଯଦି ଆମେ ସୁଶାନ୍ତ ସିଂ ରାଜପୁତ ଚନ୍ଦ୍ରରେ ଜାଗା କିପରି କିଣିଲେ ବିଷୟରେ ଜାଣିବା ତେବେ ୧୯୭୬ରେ ୧୦୪ଟି ଦେଶ ମିଶି ନିଜ ନିଜ ମଧ୍ୟରେ ବୁଝାମଣାରେ ଏକ ହସ୍ତାକ୍ଷର କରିଥିଲେ। ଏହି ହସ୍ତାକ୍ଷର ଅନୁସାରେ କୌଣସି ଦେଶ ଚନ୍ଦ୍ରକୁ ନିଜର ସମ୍ପତ୍ତି ବୋଲି ଘୋଷଣା କରିପାରିବେ ନାହିଁ। ଚନ୍ଦ୍ରରେ ଗୋଟିଏ ଏକର ଜମିର ମୂଲ୍ୟ ୩୪.୨୫ ଡଲାର। ବହୁତ କମ ମୂଲ୍ୟରେ ଲୋକ ଜମି କିଣିପାରିବେ। ଏକ ୱେବସାଇଟ ମଧ୍ୟ ଅଛି ଲୁନାର ରେଜେଷ୍ଟ୍ରି। ଏହି ୱେବସାଇଟରେ ମଧ୍ୟ ଅନେକ ଅପସନ ଅଛି, ଵେ ଅଫ ରେନବୋ , ସି ଅଫ ମସ୍କଭିଏନ୍ସି ଇତ୍ୟାଦି। ଚନ୍ଦ୍ରର ବର୍ତ୍ତମାନ ପର୍ଯ୍ଯନ୍ତ ରହିବାର ସୁବିଧା ହେଇନାହିଁ, ଏହା ହେଉଛି ଏକ ଅସମ୍ଭବ ସ୍ଵପ୍ନର ଦୁନିଆ।

Leave a Reply

Your email address will not be published. Required fields are marked *