ସିଂହକୁ ଜଙ୍ଗଲର ରାଜା ଏମିତି ଖାଲିଟାରେ କୁହାଯାଏ ନାହିଁ | ନିଜର ଆ-କ୍ର-ମ-କ-ତା, ସାହସ ଏବଂ ଶି-କା-ର କରିବାର କ୍ଷମତା ତାକୁ ଜଙ୍ଗଲର ରାଜା ହେବାର ସଂଜ୍ଞା ପ୍ରଦାନ କରିଥାଏ | କେବଳ ଜଙ୍ଗଲୀ ପଶୁମାନେ ନୁହଁନ୍ତି, ସିଂହକୁ ଦେଖି ମଣିଷମାନେ ମଧ୍ୟ ଡରିଯାନ୍ତି | ଯଦି କାହା ସାମ୍ନାକୁ ସିଂହ ଆସିଯାଏ, ତେବେ ତାର ଅବସ୍ଥା ଖରାପ ହୋଇଯାଏ | କାରଣ ସିଂହକୁ ସାମ୍ନା କରିବା ଅର୍ଥ ନିଜ ଜୀବନକୁ ବାଜି ଲଗାଇବା | ସୋସିଆଲ ମିଡିଆରେ ଆଜିକାଲି ସିଂହର ଏହିପରି ଭିଡିଓ ଭାଇରଲ ହୋଇଥାଏ | ଏପରି ଏକ ଭିଡିଓ ଆଜିକାଲି ପୁଣିଥରେ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଙ୍ଗଲ ମଝିରେ ଥିବା ରାସ୍ତାରେ ବାଇକରେ ବସି ଦୁଇଜଣ ଲୋକ ଯାଉଛନ୍ତି |
ଠିକ ସେତିକିବେଳେ ତାଙ୍କ ସାମ୍ନାକୁ କିଛି ସିଂହ ଆସିଯାଆନ୍ତି | ତାପରେ ଯାହା ଘଟେ, ତାକୁ ଦେଖି ଆପଣଙ୍କୁ ମଧ୍ୟ ନିଜ ଆଖି ଉପରେ ବିଶ୍ୱାସ ହେବନାହିଁ | କାରଣ ଯାହା ଆପଣ ଏହି ଭିଡିଓରେ ଦେଖିବାକୁ ଯାଉଛନ୍ତି, ତାହା ଅକଳ୍ପନୀୟ ଅଟେ | ଯାହାକୁ କି ନା ଆପଣ କେବେ ଶୁଣିଥିବେ ନା ଦେଖିଥିବେ | ଭିଡିଓରେ ଦେଖାଯାଇପାରେ ଯେ ଦୁଇଜଣ ବାଇକ ଚଳାଳୀ ଏକ ଜଙ୍ଗଲ ମଝି ଦେଇ ଯାଉଛନ୍ତି | ଠିକ ସେତିକିବେଳେ ତାଙ୍କ ସାମ୍ନାକୁ ଗୋଟିଏ ସିଂହ ଏବଂ ତାର ପିଲାମାନେ ଆସିଯାଆନ୍ତି | ସାଧାରଣତଃ ସିଂହ ମଣିଷକୁ ଦେଖିବାମାତ୍ରେ ଆ-କ୍ର-ମ-ଣ କରିଦିଏ | କିନ୍ତୁ ଏହି ଭିଡିଓରେ ଦେଖାଯାଇପାରେ ଯେ ସିଂହମାନେ ବାଇକ ଚଳାଳୀଙ୍କ ଉପରେ ଆ-କ୍ର-ମ-ଣ କରୁନାହାନ୍ତି ବରଂ ସେମାନଙ୍କୁ ସହଜରେ ରାସ୍ତା ଛାଡ଼ିଦିଅନ୍ତି ଏବଂ ଜଙ୍ଗଲ ଆଡ଼କୁ ପଳାଇ ଯାନ୍ତି |
Lion with cubs leaves the way for motorcycle🙏
— Susanta Nanda (@susantananda3) July 26, 2020
This is real co existence that has helped the lion to flourish in and around Gir. And the pride of the locals in these prides of Lions are awesome.. pic.twitter.com/oejiGtYyis
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | କୁହାଯାଉଛି ଯେ ଏହି ଭିଡିଓ ଗୁଜୁରାଟ ଜଙ୍ଗଲର ଅଟେ | ସେ ଭିଡିଓ ସହିତ କ୍ୟାପ୍ସନରେ ଲେଖିଛନ୍ତି – ଏହା ବାସ୍ତବିକ ସହ-ଅସ୍ତିତ୍ୱ ଅଟେ, ଯିଏକି ସିଂହମାନଙ୍କୁ ଜଙ୍ଗଲ ଏବଂ ପାଖଆଖ ଅଂଚଳରେ ନିଜର ବିକାଶ କରିବାରେ ସାହାଯ୍ୟ କରିଛି | ଏଠିକାର ସିଂହମାନେ ଏବଂ ସ୍ଥାନୀୟ ଲୋକଙ୍କର ଗର୍ବ କମାଲ ଅଟେ | ଏହି ଭିଡିଓକୁ ୟୁଜରମାନେ ବହୁତ ପସନ୍ଦ କରୁଛନ୍ତି | ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ସିଂହ ନିଜର ପିଲାମାନଙ୍କ ସହିତ ଜଙ୍ଗଲ ରାସ୍ତାରେ ଯାଉଛି | ଠିକ ସେତିକିବେଳେ ସେ ରାସ୍ତାରେ ଦୁଇଜଣ ବାଇକ ଚଳାଳୀ ଯାଆନ୍ତି, କିନ୍ତୁ ସିଂହମାନଙ୍କୁ ରାସ୍ତା ମଝିରେ ଦେଖି ସେମାନେ ସେଇଠି ହିଁ ଅଟକିଯାଆନ୍ତି |
ତେବେ ସେହି ସମୟରେ ବାଇକ ଚଳାଳୀଙ୍କୁ ରାସ୍ତା ଦେବାପାଇଁ ସିଂହ ନିଜ ପିଲାମାନଙ୍କ ସହିତ ରାସ୍ତାକଡକୁ ହଟିଯାଏ ଏବଂ ଜଙ୍ଗଲ ଆଡ଼କୁ ଚାଲିଯାଏ | ଏହିପରି ସିଂହମାନେ ମଣିଷମାନଙ୍କୁ ଦେଖି ସେମାନଙ୍କୁ ଆଗକୁ ଯିବାପାଇଁ ରାସ୍ତା ଦେବା ଭଳି ଏହି ଭିଡିଓ ହୁଏତ ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ଗୁଜୁରାଟର ଗିର ଜଙ୍ଗଲର ସିଂହମାନଙ୍କୁ ଦେଖି ତ ଏପରି ହିଁ ଲାଗିଥାଏ ଯେ ଏମାନେ ମଣିଷମାନଙ୍କର ଶତ୍ରୁ ନୁହଁନ୍ତି ବରଂ ବନ୍ଧୁ ଅଟନ୍ତି |