ରାଜ୍ୟ ଖବରଭାଇରାଲ ଭିଡିଓ

ଦେଖନ୍ତୁ ଭିଡିଓ : ପାହାଡ ଉପରକୁ ଚଢ଼ୁଥିବାର ଦେଖାଗଲା ୫ ମିଟରରୁ ଅଧିକ ଲମ୍ବା କିଙ୍ଗ କୋବ୍ରା, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ସୋସିଆଲ ମିଡିଆରେ ଆଜିକାଲି ଦୁନିଆର ସବୁଠାରୁ ବିଷାକ୍ତ ସାପ କିଙ୍ଗ କୋବ୍ରାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କିଙ୍ଗ କୋବ୍ରା ପାହାଡ ଉପରେ ଚଢ଼ୁଥିବାର ଦେଖାଯାଉଛି | କିଙ୍ଗ କୋବ୍ରା ଏତେ ଲମ୍ବା ଏବଂ ଖତରନାକ ଯେ ଏହି ଭିଡିଓକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଉଠିବ |

ଏହି ଭିଡିଓକୁ DD News ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି | ଭିଡ଼ିଓଟି ହିମାଚଳ ପ୍ରଦେଶର ବୋଲି କୁହାଯାଉଛି | ଯେଉଁଠାରେ ଏକ ପାହାଡ ଉପରେ ଏକ ବହୁତ ବଡ଼ ଲମ୍ବା କିଙ୍ଗ କୋବ୍ରା ସାପ ଚଢ଼ୁଥିବାର ଦେଖାଯାଉଛି | ଏହି ସାପକୁ ଦେଖି ଲୋକମାନେ ଡରି ଯାଇଛନ୍ତି | ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି |

ଏହି ଭିଡିଓକୁ ଦେଖି କିଛି ଲୋକ ଏହି କିଙ୍ଗ କୋବ୍ରାକୁ ୫ ମିଟରରୁ ଅଧିକ ଲମ୍ବା ବୋଲି କହୁଛନ୍ତି ତ ଆଉ କିଛି ଲୋକ ଏହାକୁ ଖତରନାକ ସାପ ବୋଲି ମଧ୍ୟ କହୁଛନ୍ତି | ଲୋକମାନେ ଏହା ଜାଣିବାପାଇଁ ବହୁତ ଉସ୍ଚୁକ ଅଛନ୍ତି ଯେ ପ୍ରକୃତରେ ଏ କିଙ୍ଗ କୋବ୍ରା କେଉଁଠାରୁ ଆସିଛି ଏବଂ ସେ ପାହାଡ ଉପରକୁ କାହିଁକି ଚଢ଼ୁଛି ? କୁହାଯାଉଛି ଯେ ଭିଡିଓରେ କିଙ୍ଗ କୋବ୍ରା ଏକ ବିଲରୁ ବାହାରି ପାହାଡ ଉପରକୁ ଚଢ଼ୁଥିବାର ଦେଖାଯାଉଛି |

ଭିଡ଼ିଓଟିକୁ ଡ଼ିଡ଼ି ନ୍ୟୁଜ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଜୁନ ୬ ତାରିଖରେ ସେୟାର କରିଛି | ଏହାକୁ ବର୍ତ୍ତମାନ ସୁଦ୍ଧା ୧୩ ହଜାରରୁ ଅଧିକ ଲୋକ ଦେଖିଛନ୍ତି | ଭିଡିଓରେ ବର୍ତ୍ତମାନ ସୁଦ୍ଧା ୮୦୦ ରୁ ଅଧିକ ଲାଇକ ଏବଂ ୨୦୦ ରୁ ଅଧିକ ରିଟ୍ୱିଟ ହୋଇସାରିଛି | ଡ଼ିଡ଼ି ନ୍ୟୁଜ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛି, ‘ହିମାଚଳ ରାଜ୍ୟର ସିରାମୂର ଜିଲ୍ଲାରେ ପାମବତା ସାହିବର ଗିରିନଗର ଅଂଚଳ ପାଖରେ ଆଜିକାଲି ସବୁଠାରୁ ଲମ୍ବା କିଙ୍ଗ କୋବ୍ରାମଧ୍ୟରୁ ଗୋଟିଏକୁ ଦେଖାଯାଇଛି’ |

ଏହି ଭିଡିଓକୁ ଦେଖି ଲୋକମାନେ କମେଣ୍ଟ ସେକ୍ସନରେ ଆଶ୍ଚର୍ଯ୍ୟଜନକ ରିଆକ୍ସନ ଦେଉଛନ୍ତି | ଲୋକମାନେ କିଙ୍ଗ କୋବ୍ରାକୁ ବହୁତ ଖତରନାକ ବୋଲି କହୁଛନ୍ତି |

Leave a Reply

Your email address will not be published. Required fields are marked *