ସ୍ପେଶାଲ ରିପୋର୍ଟ: ସାତଫେରା ସମୟରେ ଚାଲିଗଲା କନ୍ୟାର ଜୀ-ବନ ବର ବାହା ହେଲା ଶାଳୀକୁ

ଉତ୍ତରପ୍ରଦେଶ:-ଉତ୍ତରପ୍ରଦେଶର ଇଟାୱାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯେଉଁଠି ଏକ ବିବାହ ଧୁମଧାମରେ ଚାଲିଥିଲା। ବିବାହର ରୀତିନୀତି ଧୀରେ ଧୀରେ ମଧ୍ୟ ସରିବାକୁ ଯାଉଥିଲା। ହଠାତ ସାତଫେରା ପୂର୍ବରୁ, କନ୍ୟା ବେଦୀ ଉପରେ ଆଖି ବୁଜିଦେଲେ। ଇଟାୱାର ଭାରତ ଥାନା ଅଞ୍ଚଳର ସାମସପୁରରେ ଏଭଳି କରୁଣ ଦୃଶ୍ୟ ଘଟିଛି।

ମୃ-ତ୍ୟୁ ବରଣ କରିଥିବା କନ୍ୟାର ଭାଇ ମହେଶ କହିଛନ୍ତିଯେ, ୨୫ ତାରିଖ ମଙ୍ଗଳବାର ଦିନ ଭଉଣୀ ସୁରଭୀ ସହିତ ମଞ୍ଜେସ ଗ୍ରାମର ନାବଲି ଚିତାଭାବନଙ୍କ ସହିତ ତାଙ୍କର ବିବାହ ହେଉଥିଲା।ରାତି ପ୍ରାୟ ୮:୩୦ ସମୟରେ ଦ୍ୱାରଚାର୍ଯ୍ୟରୁ ଆରମ୍ଭ ହୋଇଥିବା ଏହି ରୀତିନୀତି ଅନୁସାରେ ପ୍ରଥମେ ବରମାଲା, ପରେ ସିନ୍ଦୁର ପିନ୍ଧା ସହ ଅନ୍ୟାନ୍ୟ ସମସ୍ତ ରୀତିନୀତି ସରି ଯାଇଥିଲା। ବେଦୀର ପରିକ୍ରମା କେବଳ ବାକିଥିଲା

ଠିକ ସାତଫେରା ପୂର୍ବରୁ କନ୍ୟା ହଠାତ ବେଦୀରେ ଅସୁସ୍ଥ ହୋଇପଡିଲେ। ସଙ୍ଗେ ସଙ୍ଗେ କନ୍ୟାଙ୍କୁ ଡାକ୍ତରଖାନାକୁ ନିଆଗଲା, କିନ୍ତୁ ଡାକ୍ତର କହିଥିଲେକି ତାଙ୍କର ହୃ-ଦଘା-ତରେ ମୃତ୍ୟୁ ହୋଇଯାଇଛି। ଅପରପକ୍ଷେ ବରର ଘର ପକ୍ଷ ଓ କନ୍ୟା ଘରର ଲୋକଙ୍କ ମଧ୍ୟରେ ବୁଝାମଣା ପରେ ବର ତାଙ୍କର ଶାଳୀକୁ ବାହାହୋଇଥିଲା।

Leave a Comment