ରାଜ୍ୟ ଖବର

ନିକଟ ରେ ଅମ୍ରିତ ଙ୍କ ପରେ ଏବେ ଅଭିଷେକ ଙ୍କ ପାଇଁ ସାହାଯ୍ୟ ର ବିନତି କଲେ ଅଭିନେତା ବବି ମିଶ୍ର

ଅଭିଷେକଙ୍କ ପାଇଁ ହେଲା ଅର୍ଥ ବାଧକ ଅଭିଷେକ କରୋନାରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅର୍ଥ ବାଧକ ସାଜିଥିବାରୁ ଏୟାର ଆମ୍ବୁଲାନ୍ସ ପରିବର୍ତ୍ତେ ତାଙ୍କୁ ଭୁବନେଶ୍ବରରୁ କଲିକତା ରାସ୍ତା ଦେଇ ନିଆଯିବ, ତାଙ୍କ ପାଇଁ ଇକମୋ ଚିକିତ୍ସାର ଆବଶ୍ୟକ। ବର୍ତ୍ତମାନ ସାଧାରଣ ଲୋକଙ୍କୁ ତାଙ୍କର ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟ ମାଗିଛନ୍ତି।

ମିଲାପ ଫଣ୍ଡରେଜର୍ସ ଜରିଆରେ ଇଚ୍ଚୁକ ବ୍ୟକ୍ତି ସହାୟତା କରିପାରିବେ। ସେଥିପାଇଁ ଆପଣ MILLAP.ORG/FUNDRAISERS/SUPPORT-ABHISHEK-MOHAPATRA ରେ ଯାଇ ସାହାଯ୍ୟ କରିପାରିବେ। ସେହିପରି ଆପଣ ୯୫୮୩୮୯୬୮୮୫ ଜରିଆରେ ଗୁଗୁଲ ପେ କିମ୍ବା ଫୋନ ପେ କରିପାରିବେ। ଅଭିଷେକଙ୍କ ପତ୍ନୀ ମୌସୁମୀ ମହାନ୍ତି କହିଲେକି, ମୋ ପାଖରେ ସେତିକି ମାତ୍ରାରେ ମୂଲ୍ୟ ନାହିନ, ଯେତିକି ତାଙ୍କର ଚିକିତ୍ସା ପାଇଁ ଦରକାର। ସେଥିପାଇଁ ମୁଁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ପାରୁନାହିଁ।

ଯେଉଁଥିପାଇଁ ସେ କାଲି କଲିକତା ଭାୟା ରୋଡରେ ଯିବେ। ସେଥିପାଇଁ ମୁଁ ଆପଣଙ୍କୁ ଆବେଦନ କରୁଛି, ଆପଣ ମାନେ କିଛି ସହାୟତା କରନ୍ତୁ। ଯାହାଦ୍ୱାରା ମୁଁ ମୋର ସ୍ଵାମୀଙ୍କ ଭଲ ଭାବରେ ଚିକିତ୍ସା କରିପାରିବି। ଉଲିଉଡ ଅଭିନେତ୍ରୀ ବବି ମିଶ୍ର ଏଥିରେ ତାଙ୍କୁ ସାହାଯ୍ୟ କରି କହିଛନ୍ତି,’ଅଭିଷେକ କରୋନାରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନିହାତି ଏୟାରଲିପ୍ଟ କରିବା ଦରକାର, ପୋଡଶୀ ରାଜ୍ଯକୁ।

କାରଣ ଯଦି ତାଙ୍କର ସେଠାରେ ଏକମୋ ଟ୍ରିଟମେଣ୍ଟ ହେବ ତାହେଲେ ଯାଇ ସେ ଠିକ ହୋଇପାରିବେ। ସେଥିପାଇଁ ବହୁତ ଟଙ୍କା ଦରକାର, ପାଖ ପାଖି ୧ କୋଟି ଟଙ୍କା ଦରକାର। ବର୍ତ୍ତମାନ ସମୟରେ ଅନେକ ଫାଉଣ୍ଡେସନ ଅଛନ୍ତି ଯେଉଁମାନେ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଆମେ ମଧ୍ୟ ସାହାଯ୍ୟ କରୁଛୁ। ଆପଣମାନେ ମଧ୍ୟ ନିଜର ପାରୁପର୍ଯ୍ଯନ୍ତ ସାହାଯ୍ୟ କରନ୍ତୁ।’

Leave a Reply

Your email address will not be published. Required fields are marked *