ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶନିବାର ଦିନ ଲୁଣ କିଣିଲେ ବଢିବ ଋଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ, ନଚେତ ଶନିଦେବ ହେବେ ଅସନ୍ତୁଷ୍ଟ

ଶନିବାରର ଅଧିପତି ଦେବ ଶନି ମହାରାଜଙ୍କୁ କୁହାଯାଏ | ଯେଉଁ ବ୍ୟକ୍ତି ଯେପରି କର୍ମ କରିଥାଏ, ଶନି ଦେବ ତାଙ୍କୁ ତାଙ୍କର କର୍ମ ଅନୁସାରେ ଫଳ ଦିଅନ୍ତି | ଏଥିପାଇଁ ଶନି ଦେବଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ | ଶନି ଦେବଙ୍କୁ ପ୍ରସନ୍ନ କରିବାପାଇଁ ଶନିବାର ବ୍ରତ ରଖନ୍ତୁ | ଯଦି ଆପଣ କୌଣସି କାରଣରୁ ବ୍ରତ ରଖିପାରୁ ନାହାନ୍ତି, ତେବେ ବିଧି ପୂର୍ବକ ତାଙ୍କର ପୂଜା କରନ୍ତୁ | ପୂଜା କରିବାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ଦିଅନ୍ତି | କିନ୍ତୁ ଏପରି କିଛି କାମ ମଧ୍ୟ ରହିଛି, ଯାହାକୁ ଶନିବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ | ଏହି କାମ କଲେ ଶନି ଦେବ ରୁଷ୍ଟ ହୋଇଯାନ୍ତି | ତେବେ ଏହି କାମ କଣ ଆପଣଙ୍କୁ ଆମେ ଜଣାଇଦେଉଛୁ |

ଲୁହା ଜିନିଷ କିଣନ୍ତୁ ନାହିଁ :-

ଶନିବାର ଦିନ ଲୁହା ଜିନିଷ କିଣିବା ଉଚିତ ନୁହେଁ |

ଲୁଣଠାରୁ ଦୂରରେ ରୁହନ୍ତୁ :-

ଶନିବାର ଦିନ ଲୁଣ ମଧ୍ୟ କିଣିବା ଉଚିତ ନୁହେଁ | କୁହାଯାଇଥାଏ ଯେ ଶନିବାର ଦିନ ଲୁଣ କିଣିଲେ ଋଣ ବଢିଥାଏ |

କଳା ତେଲ ମଧ୍ୟ କିଣନ୍ତୁ ନାହିଁ :-

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାର ଦିନ କଳା ତେଲ ଦାନ କରିବା ଉଚିତ | କଳା ତେଲ ଦାନ କଲେ ଶୁଭ ହୋଇଥାଏ | କିନ୍ତୁ ଏହି ଦିନ କଳା ତେଲ କିଣିବା ଉଚିତ ନୁହେଁ |

କଳା ଜୋତା କରିଦେବ ଅଗ୍ରଗତି ଉପରେ ପ୍ରତିବନ୍ଧକ :-

ଶନିବାର ଦିନ କଳା ରଙ୍ଗର ଜୋତା କିଣିବା ଉଚିତ ନୁହେଁ | ଶନିବାର ଦିନ କିଣାଯାଇଥିବା କଳା ରଙ୍ଗର ଜୋତାକୁ ପିନ୍ଧିଲେ ସବୁଥିରେ ଅସଫଳ ମିଳେ |

ଝାଡୁ କରିବ ଆପଣଙ୍କ ବାସ୍ତୁ ଦୋଷକୁ ଦୂର :-

ଯଦି ଆପଣଙ୍କର ଝାଡୁ ଖରାପ ହୋଇଯାଇଛି, ତେବେ ନୁଆଁ ଝାଡୁ ଶନିବାର ଦିନ ହିଁ ଘରକୁ ଆଣନ୍ତୁ | ଶନିବାର ଦିନ ଝାଡୁ କିଣିବା ଶୁଭ କୁହାଯାଏ | ଶନିବାର ଦିନ ସୋରିଷ ତେଲ ଦାନ କରିବା ଏବଂ କଳା ବସ୍ତ୍ର ପିନ୍ଧିବା ଦ୍ୱାରା ଶନି ମହାରାଜ ପ୍ରସନ୍ନ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *