ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଭବିଷ୍ୟତରେ ଖୋଲିବ ସଫଳତାର ମାର୍ଗ, ନଭେମ୍ବର ପର୍ଯ୍ୟନ୍ତ କରନ୍ତୁ ଏହି ଉପାୟ, ମିଳିବ ଲାଭ ହିଁ ଲାଭ

ମଙ୍ଗଳ ଗ୍ରହକୁ ପ୍ରସନ୍ନ କରିବାର ଉପାୟ :-

– ଭୂମିପୁତ୍ର ମଙ୍ଗଳ ଦେବଙ୍କୁ ପ୍ରସନ୍ନ କରିବାପାଇଁ ପ୍ରତ୍ୟେକ ମଙ୍ଗଳବାର ବ୍ରତ କରନ୍ତୁ | ଏହି ବ୍ରତରେ ଫଳ ସେବନ କରନ୍ତୁ ଏବଂ ଲୁଣ ପଡିଥିବା ଜିନିଷକୁ ଗ୍ରହଣ କରନ୍ତୁ ନାହିଁ |

– ମଙ୍ଗଳ ଦେବଙ୍କ କୃପା ପାଇବାପାଇଁ ଦିନକୁ ଗୋଟିଏ ସମୟ ଲୁଣ ବିନା ଭୋଜନ କରନ୍ତୁ |

-ପ୍ରତିଦିନ କିମ୍ବା ଅତି କମରେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ |

– ମଙ୍ଗଳବାର ଦିନ ମୁଗ, ଗହମ, ମସୁର ଡାଲି, ଲାଲ ବସ୍ତ୍ର, ଗୁଡ, ତମ୍ବା ବାସନ, ଲାଲ ଚନ୍ଦନ, ଲାଲ ଗାଈ, କେଶର ଇତ୍ୟାଦିମଧ୍ୟରୁ କୌଣସି ଗୋଟିଏ ବସ୍ତୁ ଦାନ କରନ୍ତୁ | କୁହାଯାଏ ଯେ ଏପରି କରିବା ଦ୍ୱାରା ମଙ୍ଗଳ ଦେବ ପ୍ରସନ୍ନ ହୋଇଥାନ୍ତି |

– ମଙ୍ଗଳ ଦେବଙ୍କୁ ପ୍ରସନ୍ନ କରିବାପାଇଁ ଏହି ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ – ଓଁ ଅମ ଅଙ୍ଗାରକାୟ ନମଃ |

କରନ୍ତୁ ଏହି ଗୋଟିଏ ଉପାୟ :-

ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ଦୋଷ କିମ୍ବା ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ରହିଛି, ତେବେ ଶାସ୍ତ୍ରରେ କୁହାଯାଇଥିବା ଏକ ଉପାୟ ଆପଣଙ୍କ କାମରେ ଆସିପାରେ | ଉପାୟ ଅନୁଯାୟୀ ଯେକୌଣସି ସପ୍ତାହରେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ ଏବଂ ସେଠାରେ ବିଧି ବିଧାନ ଅନୁଯାୟୀ ପୂଜା କରିବାପରେ ଭଗବାନଙ୍କୁ ୯ଟି ଲଡୁ ଏବଂ ୯ଟି କଦଳୀକୁ ଭୋଗ ଲଗାନ୍ତୁ | ପୂଜା ଏବଂ ଭୋଗ ଲଗାଇବା ପରେ ଲାଲ ରୁମାଲରେ ଗୁଡ ବାନ୍ଧି କୌଣସି ଶ୍ରମିକ କିମ୍ବା ଗରିବକୁ ଦାନ କରନ୍ତୁ | ଏହି ଉପାୟକୁ ଯଦି କୁହାଯାଇଥିବା ନିୟମାନୁସାରେ ପାଳନ କରିବେ, ତେବେ ହନୁମାନଙ୍କ କୃପାରୁ ଜୀବନର ବାଧାଗୁଡ଼ିକ ଦୂର ହୋଇଯାଏ ଏବଂ ମଙ୍ଗଳ ଦେବଙ୍କ କୃପା ମଧ୍ୟ ମିଳିଥାଏ |

Leave a Reply

Your email address will not be published. Required fields are marked *