ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଟଙ୍କା ରଖିବା ସ୍ଥାନରେ ଏହି ଉପାୟ କରିବାଦ୍ୱାରା ଖୁସି ହୋଇଯାନ୍ତି ମା ଲକ୍ଷ୍ମୀ, ମିଳିଥାଏ ଧନଲାଭ

ଆଲମାରୀ ଭିତରେ ଟଙ୍କା ରଖିବାର ପରମ୍ପରା ଅନେକ ଦଶକଧରି ଚାଲିଆସୁଛି | ସମସ୍ତେ ନିଜ ଟଙ୍କାକୁ ଏଥିରେ ସୁରକ୍ଷିତ ରଖିବାକୁ ଚାହାନ୍ତି | ଲୋକମାନେ ଏହା ଇଚ୍ଛା କରିଥାନ୍ତି ଯେ ଟଙ୍କା ଆଲମାରୀ କେବେ ବି ଖୋଲା ନ ରହୁ ଏବଂ ସେଥିରେ ଟଙ୍କା ଆସି ଚାଲିଥାଉ | ଏପରି ହେବାପାଇଁ ଏହା ଅଧିକ ଜରୁରୀ ଯେ ଆପଣଙ୍କ ଆଲମାରୀ କେଉଁ ସ୍ଥାନରେ ଏବଂ କେଉଁ ଦିଗରେ ରଖାଯାଇଛି | ବାସ୍ତବରେ ଆଲମାରୀର ସ୍ଥାନ କୁବେର ଦେବଙ୍କର ସ୍ଥାନ ବୋଲି କୁହାଯାଏ | ଏହି ଆଲମାରୀରେ ଧନଦେବୀ ମା ଲକ୍ଷ୍ମୀ ବାସ କରିଥାନ୍ତି | ତେଣୁ ଆପଣ ଯେଉଁ ଦିଗରେ ଆଲମାରୀ ରଖୁଛନ୍ତି, ତାହା ଶୁଭ ହେବା ଉଚିତ |

ଆଲମାରୀ ସହିତ ଜଡିତ ଆହୁରି କିଛି ବାସ୍ତୁ ନିୟମ ରହିଛି, ଯାହାକୁ ଆପଣ ଭଲରେ ଧ୍ୟାନ ରଖିବା ଉଚିତ | ଯଦି ଆପଣ ଏହି ବାସ୍ତୁ ନିୟମକୁ ଅନୁସରଣ କରୁଛନ୍ତି, ତେବେ ଆପଣଙ୍କ ଆଲମାରୀରେ ରଖାଯାଇଥିବା ଧନରେ ବୃଦ୍ଧି ହେବାର ଚାନ୍ସ ମଧ୍ୟ ବଢିବାକୁ ଲାଗିବ | ଏହି ଉପାୟଗୁଡିକୁ କରିବାପରେ ଘରର ଧନଭଣ୍ଡାର ସବୁବେଳେ ଭର୍ତ୍ତି ହୋଇ ରହିବ | ତେବେ ଚାଲନ୍ତୁ ଜାଣିବା ଯେ ତାହା କି ପ୍ରକାରର ଉପାୟ, ଯାହାକୁ ଆପଣ କରିବା ଉଚିତ |

ଆଲମାରୀ ରଖିବା ସମୟରେ ରଖନ୍ତୁ ଏହି କଥାଗୁଡ଼ିକର ଧ୍ୟାନ :-

୧- ଆଲମାରୀ ପାଖରେ ଭୁଲରେ ମଧ୍ୟ ମାଙ୍କଡ଼ା ଜାଲ ହେବାକୁ ଦିଅନ୍ତୁ ନାହିଁ | ଯଦି ଜାଲ ହୋଇଯିବ ତେବେ ତାକୁ ଜଲଦି ସଫା ମଧ୍ୟ କରନ୍ତୁ | ଆଲମାରୀକୁ କେବେବି ଅପରିଷ୍କାର ହାତରେ ଛୁଇଁବା ମଧ୍ୟ ଉଚିତ ନୁହେଁ |

୨- ମା ଲକ୍ଷ୍ମୀ ଅପରିଷ୍କାର ସ୍ଥାନରେ ରହିବାକୁ ଭଲ ପାଆନ୍ତି ନାହିଁ, ତେଣୁ ଆଲମାରୀ ଭିତର ଏବଂ ବାହାରେ ସବୁଆଡେ ପରିଷ୍କାର ରଖନ୍ତୁ | ଆଲମାରୀକୁ ଏପରି ସ୍ଥାନରେ ରଖନ୍ତୁ, ତାର କବାଟ ବାଥରୁମ ସାମ୍ନାରେ ଖୋଲି ହେଉ ନଥିବ, ନଚେତ ଟଙ୍କା ଆସିବା ପରିବର୍ତ୍ତେ ଯିବାକୁ ଲାଗିବ |

୩- ଆପଣ ଯେଉଁ ସ୍ଥାନରେ ଟଙ୍କା ରଖୁଛନ୍ତି ସେହି ସ୍ଥାନକୁ କେବେ ବି ଖାଲି କରନ୍ତୁ ନାହିଁ, ସବୁବେଳେ କିଛି ନା କିଛି ଟଙ୍କା ନିଶ୍ଚିତ ଭାବେ ରଖନ୍ତୁ |

୪- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆଲମାରୀ ଉପରେ କୌଣସି ଓଜନିଆ ଜିନିଷ ରଖିବା ଉଚିତ ନୁହେଁ | ଏପରି କରିବାଦ୍ୱାରା ଧନହାନୀ ହେବାକୁ ଲାଗେ |

୫- ଟଙ୍କା ରଖାଯାଉଥିବା ସ୍ଥାନ କିମ୍ବା ଆଲମାରୀକୁ ସବୁବେଳେ ପଶ୍ଚିମ ଦିଗରେ ରଖିବା ଉଚିତ | ଏହି ଦିଗରେ ଆପଣ ଆଲମାରୀକୁ ଏପରି ରଖନ୍ତୁ ଯେ ଯେପରିକି ତାହା ପୂର୍ବଦିଗକୁ ଖୋଲା ରହିବ | ଧ୍ୟାନ ଦେବେ ଯେ କେବେ ବି ଆଲମାରୀ ଦକ୍ଷିଣ ଦିଗକୁ ଖୋଲା ହେବା ଉଚିତ ନୁହେଁ |

୬- ଯଦି ଆପଣ ନିଜ ଆଲମାରୀରେ ସବୁବେଳେ ଟଙ୍କା ଭରିରହୁ ବୋଲି ଚାହୁଁଛନ୍ତି, ତେବେ ଅଶ୍ୱସ୍ଥ ଗଛର ପତ୍ରରେ ସିନ୍ଦୁର ଦ୍ୱାରା ସ୍ୱସ୍ତିକ ଚିହ୍ନ ତିଆରି କରି ତାକୁ ଶନିବାର ଦିନ ଆଲମାରୀରେ ରଖି ଦିଅନ୍ତୁ | ଏପରି ଆପଣଙ୍କୁ ଲଗାତାର ପାଞ୍ଚଟି ଶନିବାର ପର୍ଯ୍ୟନ୍ତ କରିବାକୁ ପଡିବ |

୭- ଦୀପାବଳି ଏବଂ ପର୍ବପର୍ବାଣି ଅବସରରେ ଆଲମାରୀ କିମ୍ବା ଟଙ୍କା ରଖାଯାଉଥିବା ସ୍ଥାନକୁ ନିଶ୍ଚିତ ଭାବେ ପୂଜା କରନ୍ତୁ | ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ |

Leave a Reply

Your email address will not be published. Required fields are marked *