ମୁଁ ଚୋରି କରି ଦୌଡୁଥିଲି ମୋ ମୁଣ୍ଡ ହାଣିଦେଲେ…!

ଆପଣ ମାନେ ଏହା ଜାଣିଥିବେ କି କଲା କର୍ମର ଫଳ ନିଶ୍ଚିତ ଭାବରେ ମିଳିଥାଏ। ଅନ୍ୟକୁ ହଇରାଣ କରି ଅସୁବିଧାରେ ପକାଇ କେହି କେବେ ହେଲେ ମଧ୍ୟ ଭଲରେ ରହି ପାରିବ ନାହିଁ। ଏହି ସବୁ କଥାର ଏବେ ଜଲ୍ଵନ୍ତ ଉଦାହରଣ କଣ ତାହା ଦେଖିବାକୁ ମିଳିଛି। ଚୋରି କରି ଫେରାର ହେବା ସମୟରେ ହିଁ ହୋଇଛି ଦୁର୍ଘଟଣା। ଯାହା ଫଳରେ କି ଚାଲି ଯାଇଛି ଦୃର୍ବୁତ୍ତ ର ଜୀବନ। ଚୋରି କରିବା ଏବେ ତାକୁ ମହଙ୍ଗା ପଡ଼ିଛି।ଆଉ ବୋଧ ହୁଏ ଏହା ମଧ୍ୟ ତାର କଲା କର୍ମର ଫଳ ଥିଲା। ଯାହାର ଶାସ୍ତି ସ୍ୱରୂପ ତାକୁ ମିଳିଛି ମୃ-ତ୍ୟୁ ଦଣ୍ଡ। ଅଘଟଣ ଯେ କେତେବେଳେ ଘଟି ଯାଏ ତାହା କାହାକୁ ହେଲେ ମଧ୍ୟ ଜଣା ନଥାଏ।

ହଠାତ୍ ଏମିତି କିଛି ହୋଇ ଯାଏ ତାହା ଗ୍ରହଣ କରିବା ମଧ୍ୟ କଷ୍ଟକର ଅଟେ। ଜଣେ ମହିଳାଙ୍କ ହାତରୁ ମୋବାଇଲ ଛଡ଼ାଇ ତାଙ୍କୁ ତଳେ ପକାଇ ସେଠାରୁ ଫେରାର ହୋଇ ଯାଉଥିଲା ଆଉ ଏହାର ପରବର୍ତ୍ତୀ ସମୟରେ ତାର ଜୀବନ ଚାଲି ଯାଇଥିଲା।ଏବେ ଯେମିତି ଚୋର ମାନେ ଉତ୍ପାତ ହେଉଛନ୍ତି ତାହା ଏବେ ସମସ୍ତଙ୍କୁ ଚିନ୍ତା ରେ ପକାଇ ଦେଉଛି। ନା ଦିନ ନା ରାତି ମାନୁଛନ୍ତି ବିଚ୍ ରାସ୍ତାରେ ସେ ଲୋକ ମାନଙ୍କୁ ଲୁଟି ନେଇ ଯାଉଛନ୍ତି।

ସୁଚନା ମୁତାବକ ଜଣେ ମହିଳା ତାଙ୍କର ବାପାଙ୍କ ଘରକୁ ପୁଅ ସହ ଗାଡ଼ିରେ ଯାଉଥିବା ସମୟରେ ଯୁବକ ଜଣକ ତାଙ୍କ ହାତରୁ ଫୋନ ଛଡ଼ାଇ ନେଇ ତାଙ୍କୁ ଠେଲି ଦେଇଥିଲେ। ମହିଳା ଜଣକ ତଳେ ପଡି ଯାଇଥିବାରୁ ତାଙ୍କ ପୁଅ ଚୋର ର ପିଛା କରିଥିଲା।ଏହାପରେ ଚୋର ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଦୃର୍ବୁତ୍ତ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ତାର ମୃ-ତ୍ୟୁ ହୋଇଛି। ମହିଳା ଜଣକ ହେଉଛନ୍ତି ସୋର ଅଞ୍ଚଳର ଅନିତା ସାହୁ। ସେ ସ୍କୁଟି ରେ ଜିରୋଦଳ କୁ ଯାଉଥିଲେ ଯିବା ସମୟରେ ତାଇସଲ ଠାରେ ଥିବା ସନି ମନ୍ଦିର ନିକଟରେ ଏଭଳି ଘଟଣା ଘଟି ଯାଇଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Leave a Comment