ରାଜ୍ୟ ଖବର

ଦିବ୍ୟ ଶଙ୍କର ଙ୍କୁ ସୁର ଙ୍କ ବାଣ : ଏତେ ଦିନ କଣ ପେଡ଼ି ରେ ଥିଲ?

ମିଡ଼ିଆ ଏମିତି ଏକ ମାଧ୍ୟମ ଯାହା ଦ୍ୱାରା ସମସ୍ତେ ସବୁ ଖବର କୁ ଜାଣି ଥାନ୍ତି । ମିଡ଼ିଆ ପାଇଁ ବହୁତ କିଛି ତଥ୍ୟ ସାମ୍ନା କୁ ଆସିଥାଏ । ଗଣମାଧ୍ୟମ କୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ତେବେ ମିଡ଼ିଆ କୁ ବହୁତ ଥର ବହୁତ ଜଣ ଦୋଷ ଦେଉଥିବା ଆପଣ ମାନେ ଦେଖିଥିବେ । ତେବେ ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ଗଣମାଧ୍ୟମ କୁ ଦୋଷ ଦେବା ସହ ମାନହାନୀ ମକଦ୍ଦମା କରିଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କିତ ସମ୍ପୂର୍ଣ୍ଣ ଖବର ।

ବହୁ ଚର୍ଚ୍ଚିତ ମମିତା ମେହେର ଙ୍କ ହତ୍ୟାକାଣ୍ଡ ରେ ମୁଖ୍ୟ ଆସାମୀ ଗୋବିନ୍ଦ ସାହୁ ଙ୍କୁ ଗିରଫ ହୋଇଛି । ତେବେ ଗୋବିନ୍ଦ ସାହୁ ଙ୍କ ସହ ଭଲ ସମ୍ପର୍କ ଥିବା ମନ୍ତ୍ରୀ ଦିବ୍ୟସଙ୍କର ମିଶ୍ର ଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା । ତେବେ କେବେ ବି ମନ୍ତ୍ରୀ ଏହି ବିଷୟ ରେ କିଛି ବି କହୀନଥିଲେ ହେଲେ ଘଟଣା ର ଏତେ ଦିନ ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟସଙ୍କର ମିଶ୍ର । ତେବେ କିଛି ଗଣମାଧ୍ୟମ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ ଓ ମିଥ୍ୟା କଥା କୁ ଆଧାର କରି ବଦନାମ କରାଯାଉଛି ବୋଲି କହିବା ସହ ୩ ଟି ଗଣମାଧ୍ୟମ ନାଁ ରେ ମାନହାନି ମକଦ୍ଦମା ମଧ୍ୟ କରିଛନ୍ତି ।

 

ତେବେ ସୁର ରାଉତରାୟ ମନ୍ତ୍ରୀ ଙ୍କ ଏହି ଭଳି ପଦକ୍ଷେପ କୁ ଆକ୍ଷେପ କରିଛନ୍ତି । ତେବେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଏବଂ ଏହି ଘଟଣା ର ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି । ତେବେ ଏତେ ଦିନ ମନ୍ତ୍ରୀ କାହିଁକି ଚୁପ ଥିଲେ ଓ କେଉଁଠି ଲୁଚି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ମିଡ଼ିଆ ପାଇଁ ସବୁ ତଥ୍ୟ ଜଣା ଯାଉଛି ତେଣୁ ସବୁବେଳେ ମିଡ଼ିଆ କୁ ବଦନାମ କରିବା ଠିକ କଥା ନୁହେଁ ବୋଲି ସେ କହିଛନ୍ତି ।

ତେବେ ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ଏହି ହତ୍ୟା ମାମଲା ରେ ଟିକେ ବି ସମ୍ପୂର୍କ୍ତ ନାହାନ୍ତି ବୋଲି ଏବଂ ଏହି ଘଟଣା ରେ ଯିଏ ପ୍ରକୃତ ଦୋଷୀ ସେ ଦଣ୍ଡ ପାଆନ୍ତୁ ବୋଲି ସେ କହିଛନ୍ତି । ତେବେ ମମିତା ଙ୍କ ଏହି ଭଳି ହତ୍ୟା ଘଟଣା ରେ ସେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆଗକୁ ଏହି ଘଟଣା ର ତଦନ୍ତ ହେଲେ କାହାର ସମ୍ପୃକ୍ତି ଅଛି ନା ନାହିଁ ସ୍ପଷ୍ଟ ହୋଇପାରିବ ।

Leave a Reply

Your email address will not be published. Required fields are marked *