ରାଜ୍ୟ ଖବରଭାଇରାଲ ଭିଡିଓ

କଣ ଆପଣ ଜାଣିଛନ୍ତିକି ଗ୍ୟାସ ସିଲିଣ୍ଡରର ରଙ୍ଗ ଏମିତି କାହିଁକି ହୋଇଥାଏ

ପୁରାତନ ସମୟରେ ରୋଷେଇ ପାଇଁ ଚୁଲି ର ବ୍ୟବହାର ବହୁତ ମାତ୍ରା ରେ କରା ଯାଉଥିଲା । ଏବେ ଚୁଲି ର ବ୍ୟବହାର ଆଗ ଅପେକ୍ଷା ବହୁତ କମିଯାଇଛି । ତେବେ ରୋଷେଇ ପାଇଁ ଏବେ ଗ୍ୟାସ ସିଲିଣ୍ଡର ର ବ୍ୟବହାର କରା ଯାଉଛି । ତେବେ ଆସନ୍ତୁ ଏହି ସିଲିଣ୍ଡର କୁ ନେଇ କିଛି ତଥ୍ୟ ଜାଣିବା ।

ତେବେ ଆପଣ ମାନେ କେତେବେଳେ ଲକ୍ଷ୍ କରିଛନ୍ତି କି ଏହି ଗ୍ୟାସ ସିଲିଣ୍ଡର ଟି କାହିଁକି ନାଲି ରଙ୍ଗର ହୋଇଥାଏ ? ଛୋଟ ଛୋଟ କଥା କୁ ଆମେ ଏତେ ଧ୍ୟାନ ଦେଇ ନଥାଉ ହେଲେ ଏହି ସବୁ ସମସ୍ତଙ୍କ ଜାଣିବା କଥା ଅଟେ । କିଛି ଜଣ ମଧ୍ୟ ଏହାର କାରଣ ଜାଣିଥିବେ । ଆପଣ ମାନେ ଜାଣନ୍ତି ବିଭିନ୍ନ ପ୍ରକାର ଗ୍ୟାସ ସିଲିଣ୍ଡର ରହିଛି ।

ସବୁ ସିଲିଣ୍ଡର ର ରଙ୍ଗ ମଧ୍ୟ ଅଲଗା ରହିଛି । ତେବେ ଭାରତ ରେ ରୋଷେଇ ପାଇଁ ଏଲ ପି ଜି ଗ୍ୟାସ ର ବ୍ୟବହାର କରାଯାଏ । ଏହି ଗ୍ୟାସ ସିଲିଣ୍ଡର ନାଲି ରଙ୍ଗର ହୋଇଥାଏ । ତେବେ ଏହାର କାରଣ ହେଉଛି ଯେହେତୁ ଏହି ଗ୍ୟାସ ବହୁତ ମାରାତ୍ମକ ଅଟେ । ଏହି ସିଲିଣ୍ଡର ପାଇଁ ବହୁତ ଅଘଟଣ ବି ଘଟି ଥାଏ ।ଟିକିଏ ଅସାବଧାନତା ହେଲେ ଏହି ଗ୍ୟାସ ରେ ହେଉଥିବା ଅଘଟଣ ସଂପର୍କରେ ଆପଣ ମାନେ ଶୁଣୁଥିବେ । ତେଣୁ ଏହି ବିପଦ ର ସୂଚକ ଭାବେ ନାଲି ରଙ୍ଗ ଦିଆ ଯାଏ ।

ସିଲିଣ୍ଡର ର ତଳେ ମଧ୍ୟ କଣା ଥାଏ । ଗ୍ୟାସ ର ତାପ ମାତ୍ରା ର ନିୟନ୍ତ୍ରଣ ପାଇଁ ଏହି ପରି କରା ଯାଇଥାଏ। ଏହି ପରି ଅନ୍ୟାନ୍ୟ ଗ୍ୟାସ କୁ ବିଭିନ୍ନ ରଙ୍ଗ ଦିଅ ଯାଇଥାଏ । ଅକ୍ସିଜେନ ଗ୍ୟାସ ସିଲିଣ୍ଡର କୁ ଧଳା ରଙ୍ଗ ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡର କୁ କଳା ରଙ୍ଗ, ନାଇଟ୍ରୋ ଅକ୍ସ ସାଇଡ କୁ ନୀଳ ରଙ୍ଗ ଦିଆ ଯାଇଥାଏ । ଏହା ଦ୍ୱାରା ସମସ୍ତେ ରଙ୍ଗ ଦେଖି ଗ୍ୟାସ କୁ ଚିହ୍ନି ପାରିବେ । ତେବେ ସାଧାରଣ ଆମେ ରୋଷେଇ ପାଇଁ ଏଜ ପି , ଇଣ୍ଡିଆନ , ଭାରତ ଆଦି ଗ୍ୟାସ ସିଲିଣ୍ଡର ର ବ୍ୟବହାର କରି ଥାଉ । ତେବେ ଆପଣ ମାନେ ସବୁବେଳେ ସାବଧାନ ହୋଇ ଗ୍ୟାସ ସିଲିଣ୍ଡର ର ବ୍ୟବହାର କରିବା ଉଚିତ ।

Leave a Reply

Your email address will not be published. Required fields are marked *