ଦେଶ ଦୁନିଆ

ରାକ୍ଷସ ସ୍ବାମୀ : ପର ପୁରୁଷ ସହ ସମ୍ପର୍କ ସନ୍ଦେହ ରେ ସ୍ତ୍ରୀ ର ତଣ୍ଟି କାଟି ହତ୍ୟା କଲା

ସ୍ୱାମୀ ସ୍ତ୍ରୀ ସମ୍ପର୍କ ବହୁତ ନିବିଡ଼ ସମ୍ପର୍କ ହୋଇଥାଏ । ସ୍ୱାମୀ ଟି ବିବାହ ବେଦୀ ରେ ସ୍ତ୍ରୀ କୁ ସିନ୍ଦୁର ,ସଙ୍ଖା,ମଙ୍ଗଳସୁତ୍ର ପିନ୍ଧେଇ ୭ ଜନ୍ମ ର ସାଥି ହୋଇଥାଏ । ହେଲେ ଯେତେବେଳେ ସ୍ୱାମୀ ଟି ସ୍ତ୍ରୀ କୁ ବିଭଶ୍ଚ ଭାବରେ ହତ୍ୟା କରେ । ସେତେବେଳେ ତାଙ୍କ ସନ୍ତାନ ଉପରେ କଣ ପ୍ରଭାବ ପଡେ । ଆସନ୍ତୁ ସେମିତି ଏକ ଘଟଣା ର ସମ୍ପୂର୍ଣ୍ଣ ଖବର ଜାଣିବା ।

ପ୍ରେମ କରି ବିବାହ କରିବାକୁ ବହୁତ ଜଣକ ଇଚ୍ଛା ଥାଏ । ହେଲେ ସମସ୍ତେ ପ୍ରେମ ବିବାହ କରିବା ରେ ସଫଳ ହୁଅନ୍ତି ନାହିଁ । ହେଲେ ଖୋର୍ଦ୍ଧା ର ଗୁରୁ ଜଙ୍ଗ ଗାଁ ର କାର୍ତ୍ତିକ ପ୍ରଧାନ ଓ ଇନ୍ଦିରା ପ୍ରିୟଦର୍ଶନୀ ୨୦୦୫ ମସିହା ରେ ପ୍ରେମ ବିବାହ କରିଥିଲେ । ତାଙ୍କର ର ୧୫ ବର୍ଷ ର ପୁଅ ମଧ୍ୟ ଅଛି । ତେବେ ଏତେ ବର୍ଷ ର ବୈବାହିକ ଜୀବନ ରେ ଏମିତି ଜଣ ହେଲା ଯେ ସ୍ୱାମୀ ତାର ସ୍ତ୍ରୀ କୁ ମାରିଦେଲା ।

ତେବେ ଏହି ସବୁର ମୂଳ କାରଣ ହେଉଛି ସନ୍ଦେହ । କାର୍ତ୍ତିକ ସବୁବେଳେ ଇନ୍ଦିରା କୁ ସନ୍ଦେହ କରୁ ଥିଲେ । ସବୁବେଳେ ଝଗଡା ମଧ୍ୟ ହେଉଥିଲା । ସମସ୍ତେ ଏହି କଥା ଜାଣିଥିଲେ । ତାଙ୍କ ର ବୈବାହିକ ଜୀବନ ରେ ଖୁସି ନଥିଲା । ତେବେ କାର୍ତ୍ତିକ ତାଙ୍କ ଶାଶୂଘରେ କିଛି ଦିନ ପାଇଁ ରହୁଥିଲେ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କିଛି କଥା କୁ ନେଇ ଝଗଡା ହୋଇଥିଲା ।

ଶେଷରେ ନିଜ ର ରାଗ କୁ ନିୟନ୍ତ୍ରଣ ନ କରି ପାରି ଏକ ଧାରୁଆ ଅସ୍ତ୍ର ରେ କାର୍ତ୍ତିକ ନିଜ ପତ୍ନୀ ଙ୍କ ବେକକୁ ଆକ୍ରମଣ କରିଥିଲେ ଓ ସେହି ଜାଗାରୁ ପଳେଇଗଲେ । ଏବଂ ଇନ୍ଦିରା ସେହିଠି ହିଁ ମୁର୍ତ୍ୟୁ ବରଣ କଲେ । ତେବେ କାର୍ତ୍ତିକ କୁ ଦଣ୍ଡ ଦିଆଯିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପିଲା ଟି ର ଭାବିଷ୍ୟତ ଯେ କଣ ହେବ ଏହା ସମସ୍ତେ ଚିନ୍ତା କରୁଛନ୍ତି ।

Leave a Reply

Your email address will not be published. Required fields are marked *