ରାଜ୍ୟ ଖବର

ରାସ୍ତା ମଝିରେ ହେଲା ସିଂହ ଏବଂ ସିଂହୀ ମଧ୍ୟରେ ଲଢେଇ, ଭିଡିଓରେ ଦେଖନ୍ତୁ ତା’ପରେ କଣ ହେଲା ଜଙ୍ଗଲ ରାଜାର ଅବସ୍ଥା 

ସିଂହକୁ ଜଙ୍ଗଲର ରାଜା କୁହାଯାଏ | କାରଣ ସେ ନିଜ ଶକ୍ତି ପାଇଁ ସେ ସାରା ସାଙ୍ଗଳାରେ ରାଜ କରିଥାଏ | ବଡ଼ ବଡ଼ ପଶୁମାନେ ମଧ୍ୟ ସିଂହ ସାମ୍ନାରେ ମୁଣ୍ଡ ନୁଆଁନ୍ତି | ସେ କିଛି ସମୟ ମଧ୍ୟରେ ହିଁ ନିଜ ଶିକାରକୁ ମାରି ଖାଇ ଦେଇଥାଏ | କିନ୍ତୁ ସବୁବେଳେ ସମାନ ପରିସ୍ଥିତି ନଥାଏ | କାରଣ ଅନେକଥର ସିଂହ ମଧ୍ୟ ବିଲେଇ ହୋଇଯାଏ | ଏପରି ଏକ ପୁରୁଣା ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି | ଯେଉଁଥିରେ ସିଂହ କେବଳ ଦୁର୍ବଳ ହୋଇଯାଏ ନାହିଁ, ବରଂ ନିଜେ ହାରିବାକୁ ମଧ୍ୟ ସ୍ୱୀକାର କରି ନେଉଛି | ବାସ୍ତବରେ ଏହି ଭିଡିଓ ଏକ ସିଂହ ଏବଂ ସିଂହୀ ମଧ୍ୟରେ ଲଢେଇର ଅଟେ, ଯେଉଁଥିରେ ଦୁହେଁ ଜଙ୍ଗଲ ମଝିରେ ଥିବା ରାସ୍ତା ଉପରେ ଲଢୁଥିବାର ଦେଖାଯାଉଛନ୍ତି | ଯେଉଁଥିରେ ସିଂହ ସିଂହୀଠାରେ ହାରିଯାଉଛି |

ହୁଏତ ସେ ଅନ୍ୟ କୌଣସି ପଶୁମାନଙ୍କୁ ସହଜରେ ହରାଇ ଦେଇଥାଏ, କିନ୍ତୁ ଏହି ଭିଡିଓରେ ସିଂହ ସିଂହୀ ସାମ୍ନାରେ ନତମସ୍ତକ ହେଉଥିବାର ଦେଖାଯାଉଛି | ଭିଡିଓରେ ଦେଖାଯାଇପାରେ ଯେ ଜଙ୍ଗଲରେ ରାସ୍ତା ମଝିରେ ସିଂହ ଏବଂ ସିଂହୀ ମଧ୍ୟରେ ଜବରଦସ୍ତ ଲଢେଇ ଚାଲିଛି | ଦୁହେଁ ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି | ଯେଉଁଠାରେ କି ଜଙ୍ଗଲର ରାଣୀର ଗର୍ଜନ ଶୁଣି ଜଙ୍ଗଲର ରାଜା ମଧ୍ୟ ଶାନ୍ତ ହୋଇଯାଉଛି | ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ଗତ ବର୍ଷ ମେ ମାସରେ ନିଜର ଟ୍ୱିଟର ଆକାଉଣ୍ଟରୁ ସେୟାର କରିଥିଲେ | ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |

ଭିଡିଓରେ ଦେଖାଯାଇପାରେ ଯେ ସିଂହ ଏବଂ ସିଂହୀ ରାସ୍ତା ମଝିରେ ଠିଆ ହୋଇଛନ୍ତି ଏବଂ ପଛରେ ଯାତ୍ରୀ ଜିପ ଠିଆ ହୋଇଛି | ଦୁହେଁ ରାସ୍ତା ମଝିରେ ଲଢ଼ୁଛନ୍ତି | ଦୁହେଁ ଗର୍ଜନ କରିବାରେ ଲାଗନ୍ତି ଏବଂ ପରସ୍ପର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି | ସିଂହୀ ସିଂହ ଉପରେ ଗର୍ଜନ କରିବା ଆରମ୍ଭ କରିଦିଏ, ଯାହାପରେ ସିଂହ ଶାନ୍ତ ହୋଇଯାଏ | ସିଂହୀ ପୁଣି ରାସ୍ତାକଡ଼ରେ ଶାନ୍ତ ଭାବରେ ବସିପଡ଼େ ଏବଂ ସିଂହ ଚୁପଚାପ ଆସି ତା ପାଖରେ ବସିପଡ଼େ |

ସୁଶାନ୍ତ ନନ୍ଦା ଏହି ଭିଡିଓକୁ ଗତ ବର୍ଷ ସେୟାର କରିଥିଲେ, ଯାହାକୁ ବର୍ତ୍ତମାନ ସୁଦ୍ଧା ୮୨୦୦ ରୁ ଅଧିକ ଭ୍ୟୁ ମିଳିସାରିଛି | ଏହାସହିତ ୫୦୦ ରୁ ଅଧିକ ଲାଇକ ଏବଂ ୮୧ ଥର ରିଟ୍ୱିଟ କରାଯାଇଛି | ଅନେକ ୟୁଜର୍ସ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର ରିଆକ୍ସନ ଦେଇଛନ୍ତି |

Leave a Reply

Your email address will not be published. Required fields are marked *