ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶିବଲିଙ୍ଗ ଉପରେ ଭୁଲରେ ମଧ୍ୟ ଚଢାନ୍ତୁ ନାହିଁ ଏହି ୬ଟି ଜିନିଷ

ଶ୍ରାବଣ ମାସଟି ଭଗବାନ ଶିବଙ୍କର ପ୍ରିୟ ମାସ ଅଟେ | ଏହି ମାସରେ ମାସସାରା ଭଗବାନ ଭୋଳାନାଥଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ | କୁହାଯାଏ ଯେ ଏହି ଦିନଗୁଡ଼ିକରେ ଶିବଲିଙ୍ଗ ଉପରେ ବେଲପତ୍ର, ଦୁଦୁରା, ଚନ୍ଦନ ଏବଂ ଅକ୍ଷତ ଚଢ଼ିବା ଦ୍ୱାରା ଶଙ୍କର ଭଗବାନ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି, ସେହିପରି କିଛି ଜିନିଷକୁ ଭଗବାନ ଶିବଙ୍କୁ ଚଢ଼ାଇବାପାଇଁ ମନା ମଧ୍ୟ କରାଯାଇଛି |

ଏପରି କୁହାଯାଏ ଯେ ଶିବଲିଙ୍ଗ ଉପରେ ଏହି ଜିନିଷଗୁଡ଼ିକ ଚଢ଼ାଇବା ଦ୍ୱାରା ଶଙ୍କର ଭଗବାନ ଅସନ୍ତୁଷ୍ଟ ହୋଇପାରନ୍ତି | ଆସନ୍ତୁ ଜାଣିବା ଏହି ଜିନିଷ ଗୁଡିକ କଣ କଣ |

ହଳଦୀ :-

ଅନେକ ପୂଜା-ପାଠରେ ହଳଦୀକୁ ବ୍ୟବହାର କରାଯାଇଥାଏ, କିନ୍ତୁ ଶିବଙ୍କୁ ପୂଜା କଲେ ହଳଦୀ ଚଢାଯାଇ ନଥାଏ | ଶାସ୍ତ୍ର ଅନୁଯାୟୀ, ଶିବଲିଙ୍ଗ ପୌରୁଷର ପ୍ରତୀକ ଅଟେ ଏବଂ ହଳଦୀକୁ ସୌନ୍ଦର୍ଯ୍ୟର ସାମଗ୍ରୀ କୁହାଯାଏ | ହଳଦୀର ସମ୍ପର୍କ ଭଗବାନ ବିଷ୍ଣୁ ଏବଂ ସୌଭାଗ୍ୟ ସହିତ ରହିଥାଏ | ତେଣୁ ଏହା ଭଗବାନ ଶିବଙ୍କୁ ଚଢାଯାଇ ନଥାଏ |

କୁଙ୍କୁମ କିମ୍ବା ସିନ୍ଦୁର :-

ମହିଳାମାନେ ସ୍ୱାମୀର ଲମ୍ବା ଆୟୁଷ ପାଇଁ କାମନା କରି ମଥାରେ ସିନ୍ଦୁର ଲଗାଇଥାନ୍ତି | କିଛି ଲୋକ ଏହାକୁ ଭଗବାନ ଶିବଙ୍କୁ ମଧ୍ୟ ଅର୍ପଣ କରିଥାନ୍ତି, ଯେତେବେଳେ କି ଶିବ ପୁରାଣରେ ଏପରି କରିବାକୁ ମନା କରାଯାଇଛି |

ତୁଳସୀ ପତ୍ର :-

ପବିତ୍ର ତୁଳସୀକୁ ଅନେକ ଦେବାଦେବୀଙ୍କଠାରେ ପୂଜାରେ ବିଶେଷ ଭାବରେ ବ୍ୟବହାର କରାଯାଏ | କିନ୍ତୁ ଶ୍ରାବଣ କିମ୍ବା ଭଗବାନ ଶିବଙ୍କ ପୂଜାରେ ଏହାର ବ୍ୟବହାର ବର୍ଜିତ ବୋଲି କୁହାଯାଇଛି | ପୌରାଣିକ କଥା ଅନୁଯାୟୀ ଭଗବାନ ଶିବ ତୁଳସୀଙ୍କ ସ୍ୱାମୀ ଅସୁର ଜଳନ୍ଧରଙ୍କ ବଧ କରିଥିଲେ, ଏଥିରେ କ୍ରୋଧିତ ହୋଇ ତୁଳସୀ ଭଗବାନ ଶିବଙ୍କୁ ନିଜ ଦେବୀୟ ଗୁଣ ଥିବା ପତ୍ରଠାରୁ ବଂଚିତ କରିଦେଇଥିଲେ |

ନାଲି ଏବଂ କେତକୀ ଫୁଲ :-

ମହାଦେବଙ୍କ ପୂଜାରେ ନାଲି ଫୁଲ ଚଢାଯାଇ ନଥାଏ | ଏକ କଥା ଅନୁଯାୟୀ ମିଛ କହିଥିବାରୁ ଭୋଳାନାଥ କେତକୀ ଫୁଲକୁ ଅଭିଶାପ ଦେଇ କହିଥିଲେ ଯେ ଶିବଲିଙ୍ଗ ଉପରେ କିମ୍ବା ଶିବଙ୍କ ପୂଜାରେ କେବେ ବି କେତକୀ ଫୁଲକୁ ଅର୍ପଣ କରାଯିବ ନାହିଁ |

ନଡ଼ିଆ ପାଣି :-

ନଡ଼ିଆକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ, ତେଣୁ ଏଥିରେ ଶିବଙ୍କ ଅଭିଷେକ ବିଲକୁଲ କରାଯିବା ଉଚିତ ନୁହେଁ |

ଶଙ୍ଖ :-

ଭଗବାନ ଶିବ ଶଂଖଚୂଡ ନାମକ ଅସୁରକୁ ବଧ କରିଥିଲେ ଏବଂ ଶଙ୍ଖକୁ ସେହି ଅସୁରର ପ୍ରତୀକ କୁହାଯାଏ, ଯିଏ କି ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା | ତେଣୁ ବିଷ୍ଣୁ ଭଗବାନଙ୍କ ପୂଜା ତ ଶଙ୍ଖ ଦ୍ୱାରା ହୋଇଥାଏ, କିନ୍ତୁ ଭଗବାନ ଶିବଙ୍କର ନୁହେଁ | ମହାଦେବଙ୍କୁ କେବେ ବି ଶଙ୍ଖ ଦ୍ୱାରା ଜଳ ଅର୍ପଣ କରିବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *