ଦେଶ ଦୁନିଆ

I’m Sorry ମା ବୋଲି ଲେଖି ଫାଶୀରେ ଝୁଲିଲା ନାବାଳକ, ବର୍ତ୍ତମାନ ଫ୍ରି ଫାୟାର ଗେମର ମାଲିକଙ୍କ ଉପରେ କରାଗଲା କେସ

ଅନଲାଇନ ଗେମ ପ୍ରତି ଯୁବକମାନଙ୍କର ଅକ୍ରାହ ବହୁତ ଦ୍ରୁତ ଗତିରେ ବଢୁଛି | ଯାହାର ପରିଣାମ କେଉଁଠି ନା କେଉଁଠି ଜୀବନ ହରାଇ କିମ୍ବା ଟଙ୍କା-ପଇସା ଦେବାକୁ ପଡୁଛି | ଆଜ୍ଞା ହଁ, ପୂର୍ବରୁ ପବଜି ଖେଳି ଖେଳି ଯୁବକମାନେ ଜୀବନ ହରାଇଲେ ଏବଂ ବର୍ତ୍ତମାନ ଫ୍ରି ଫାୟାର ଅନଲାଇନ ଗେମ କାରଣରୁ ଯୁବକମାନେ କେବଳ ଟଙ୍କା ହେଉନାହାନ୍ତି ବରଂ ଜୀବନ ମଧ୍ୟ ହରାଉଛନ୍ତି | କୁହାଯାଉଛି ଏହି ମାମଲା ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ ସାମ୍ନାକୁ ଆସିଛି | ଯେଉଁଠାରେ ଫ୍ରି ଫାୟାର ଅନଲାଇନ ଗେମ କାରଣରୁ ଗୋଟିଏ ତେର ବର୍ଷର ପିଲା ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା |

କୁହାଯାଉଛି ଯେ ଛତରପୁରରେ ଅନଲାଇନ ଗେମର ଫ୍ରି ଫାୟାରରେ ୪୦ ହଜାର ଟଙ୍କା ହାରିବାପରେ ୧୩ ବର୍ଷୀୟ କୃଷ୍ନା ପାଣ୍ଡେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ | ଯାହା ପରେ ଏହି ମାମଲାରେ ସିଭିଲ ଲାଇନ ପୋଲିସ ଗେମର ସଂଚାଳକଙ୍କ ବିରୋଧରେ ନାବାଳକଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିବାର କେସ ପଞ୍ଜିକରଣ କରିଛନ୍ତି | ସେହିପରି ପିଲାଟିର ସୁସାଇଡ ନୋଟ, ପରିବାରର ବୟାନ ଏବଂ ବ୍ୟାଙ୍କ ଖାତା ଏବଂ ଅଡିଓ କ୍ଲିପ ଆଧାରରେ ପୋଲିସ କମ୍ପାନୀର ଅଜ୍ଞାତ ସଂଚାଳକଙ୍କ ବିରୋଧରେ କେସ ମଧ୍ୟ ପଞ୍ଜିକରଣ କରିଛି | ସୂଚନା ଅନୁଯାୟୀ ଗେମ ଖେଳିବା ସମୟରେ ସବୁ ଲୋକ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିପାରିବେ | ଏପରି ପରିସ୍ଥିତିରେ ଫ୍ରି ଫାୟାର ଖେଳାଉଥିବା ଏହି ପିଲାମାନଙ୍କ ଉପରେ ପଇସା ଦେବାକୁ ଚାପ ପକାଉଥିଲେ |

ଧାରା ୩୦୫ ଅନୁଯାୟୀ ମାମଲା ହେଲା ପଞ୍ଜିକରଣ :-

ଉଲ୍ଲେଖଯୋଗ୍ୟ ଯେ ପୋଲିସ ଏହି ମାମଲାରେ ଧାରା ୩୦୫ ଅନୁଯାୟୀ ମାମଲା ପଞ୍ଜିକରଣ କରିଛି | ଏହି ଧାରା ଅନ୍ତର୍ଗତ ଯଦି କୌଣସି ନାବାଳକ ଆତ୍ମହତ୍ୟା କରେ, ତେବେ ଯିଏ ବି ଏପରି ଆତ୍ମହତ୍ୟା କରାଯିବା ପାଇଁ ଦୁଃସପ୍ରେରିତ କରିବ, ସେ ମୃତ୍ୟୁ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ଦଣ୍ଡ ପାଇବାକୁ ଯୋଗ୍ୟ ହେବ | ତେବେ ଦଣ୍ଡର ସମୟ ଦଶବର୍ଷରୁ ଅଧିକ ହେବନାହିଁ |

ସିଙ୍ଗାପୁରର ଅଟେ ଏହି ଫ୍ରି ଫାୟାର କମ୍ପାନୀ :-

କୁହାଯାଉଛି ଯେ ଫ୍ରି ଫାୟାର ଗେମ ସିଙ୍ଗାପୁରରେ ତିଆରି କରାଯାଇଛି | ଫ୍ରି ଫାୟାରକୁ ତିଆରି କରିଥିବା କମ୍ପାନୀ 111 ଡଟସ ସ୍ଟୁଡିୟୋ ସିଙ୍ଗାପୁରର ଏକ କମ୍ପାନୀ ଅଟେ | ଫ୍ରି ଫାୟାରକୁ ଗରେନା ଫ୍ରି ଫାୟାର ଏବଂ ଫ୍ରି ଫାୟାର ବ୍ୟାଟଲଗ୍ରାଉଣ୍ଡ ମଧ୍ୟ କୁହାଯାଏ | ବର୍ତ୍ତମାନ ଫରିଷ୍ଟ ଲି ଫ୍ରି ଫାୟାରର ଫାଉଣ୍ଡର ଅଟନ୍ତି | ଆଣ୍ଡ୍ରଏଡ଼ ମୋବାଇଲରେ ଖେଳାଯାଉଥିବା ଏହି ଖେଳରେ ପଚାଶରୁ ଅଧିକ ଖେଳାଳି ଥାନ୍ତି, ଯେଉଁମାନେ ଅନ୍ୟ ଖେଳାଳୀମାନଙ୍କୁ ମାରିବାପାଇଁ ହତିଆର ଏବଂ ଉପକରଣ ଖୋଜିବାପାଇଁ ଏକ ଦ୍ୱୀପକୁ ପ୍ୟାରାସୁଟ ଦ୍ୱାରା ଯାନ୍ତି | ମୋଟ ଉପରେ କହିବାକୁ ଗଲେ ଏହା ପବଜିର ଲାଇଟ ଭର୍ସନ କୁହାଯାଏ ଏବଂ ଏକ ସମୟରେ ପବଜି ଦ୍ୱାରା ଦେଶରେ କେତେକ ଯୁବକ ମୃତ୍ୟୁ ମୁହଁକୁ ଯାଇଥିଲେ, ଏହା ଆମେ ସମସ୍ତେ ଜାଣିଛନ୍ତି |

ଏହା ଥିଲା ପୁରା ମାମଲା :-

ବାସ୍ତବରେ ଛତରପୁରରେ ଅନଲାଇନ ଗେମରେ ୪୦ ହଜାର ହରାଇଥିବାରୁ ୧୩ ବର୍ଷୀୟ ପିଲା ଫାଶୀ ଲଗାଇ ଆତ୍ମହତ୍ୟା କରିଛି | ସୂଚନା ଅନୁଯାୟୀ ତାଙ୍କ ମା ତାଙ୍କୁ ଏହି ଗେମ ଖେଳିବାପାଇଁ ମନା କରିଥିଲେ, ଯାହା ପରେ କୃଷ୍ନା ସୁସାଇଡ କଲେ ଏବଂ ମରିବା ପୂର୍ବରୁ ସୁସାଇଡ ନୋଟ ମଧ୍ୟ ଲେଖିଥିଲେ |

କୁହାଯାଉଛି ଯେ ଏହି ଘଟଣାକୁ ନେଇ ସୂବେର ଗୃହମନ୍ତ୍ରୀ ଦୁଃଖିତ ବୋଲି କହିଛନ୍ତି ଏବଂ ଏପରି ଅନଲାଇନ ଗେମ ତିଆରି କରୁଥିବା କମ୍ପାନୀକୁ ଆଇନ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି |

Leave a Reply

Your email address will not be published. Required fields are marked *