ଭାଇରାଲ ଭିଡିଓ

ପିଲାକୁ ମୁହଁରେ ଧରି ନଦୀ ପାର କରୁଥିଲା ଚିତା ବାଘ, ଯେତେବେଳେ ଦେଖିଲା କି ତାକୁ ସିସିଟିଭି କ୍ୟାମେରା ରେ କିଏ ଦେଖୁଛି ତାପରେ ସେ କଲା ଏହି କାମ 

ମଣିଷ ନୁହେଁ ବରଂ ପଶୁମାନେ ମଧ୍ୟ ନିଜର ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ସେମାନେ ସବୁବେଳେ ତାଙ୍କର ସୁରକ୍ଷାର ଧ୍ୟାନ ରଖନ୍ତି, ଯେମିତି ତାଙ୍କୁ ଲାଗେକି ତାଙ୍କର ପିଲା କୌଣସି ସ୍ଥାନରେ ସୁରକ୍ଷିତ ନାହାନ୍ତି ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ବାହାର କରିଦିଅନ୍ତି। ଅନେକ କ୍ଷେତ୍ରରେ ପଶୁମାନେ ମଣିଷ ମାନଙ୍କ ଠାରୁ ଅଧିକ ଚାଲାକ ହୋଇଥାନ୍ତି। ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

leopard take his baby

ଯେଉଁଥିରେ ଏକ ତେନ୍ଦୁଆ ନିଜର ପିଲାଙ୍କୁ ନେଇ ଯାଉଥିଲା , ସେଠାରେ ତାକୁ ଲାଗିଲା ସିସିଟିଭି କ୍ୟାମେରା ଦେଖାଗଲା। ଯାହାପରେ କଣ ହେଲା ଆପଣ ଭିଡିଓରେ ଦେଖିପାରିବେ। ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ପରବୀନ କାସବାନ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଥିଲେ।

ଗତବର୍ଷ ମେ ମାସରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୧୬ହଜାର ୭୦୦ରୁ ଅଧିକଥର ଦେଖାଯାଇ ସାରିଛି। ସେହିପରି ୧୫୦୦ରୁ ଅଧିକ ଲାଇକ୍ସ ଓ ପାଖାପାଖି ୨୦୦ ଜଣ ପାଖାପାଖି ଏହି ଭିଡିଓକୁ ରିଟୁଇଟ କରିଛନ୍ତି। ୩୦ ସେକେଣ୍ଡର ଏହି ଭିଡିଓ ଟ୍ରାନ୍ସ-ହିମାଳୟରେ ସୁଟ କରାଯାଇଥିଲା। ଯେଉଁଥିରେ ଆପଣ ତେନ୍ଦୁଆର ତୀବ୍ର ନଜରକୁ ଦେଖିପାରିବେ। ଏହି ଭିଡିଓରେ ଦେଖିପାରିବେକି ଏକ ତେନ୍ଦୁଆ ବଡ ସାବଧାନର ସହ ନିଜର ପିଲାକୁ ପାଟିରେ ଧରି ନଦୀ ପାର କରୁଥିଲେ।

ତେନ୍ଦୁଆ ସହିତ ତିନୋଟି ପିଲା ଅଛନ୍ତି ଓ ନଦୀ ପାର କରିପାରୁନଥିଲେ। ସେଥିପାଇଁ ତେନ୍ଦୁଆ ସମସ୍ତଙ୍କୁ ନଦୀ ପାର କରିବାରେ ସାହାଯ୍ୟ କରୁଅଛି। ଦୁଇଟି ପିଲା ସହିତ ତେନ୍ଦୁଆ ପାଇଁ ନଦୀ ପାର ହେବା ଅତ୍ୟନ୍ତ କଠିନ ଥିଲା। ଭିଡିଓରେ ଦେଖାଯାଉଛିକି ପ୍ରଥମେ ସେ ଏକ ପିଲାକୁ ମୁହଁରେ ଧରି ନଦୀ ପାର କରିଦେଲା। ଏହି ସମୟରେ ଦ୍ଵିତୀୟ ପିଲା ନିଜେ ନଦୀ ପାର ହେବାକୁ ଲାଗେ। ଯେମିତି ତେନ୍ଦୁଆ ନଦୀ ପାର କରିଲା, ସେମିତି ତାକୁ ଏକ ସିସିଟିଭି କ୍ୟାମେରା ଦେଖାଗଲା।

ଏହାପରେ ସେ କ୍ୟାମେରା ତରଫରୁ ବୁଲି ଦେଖିଲ, ଯେମିତି ସେ କୌଣସି ମଣିଷକୁ ଧମକାଉଛିକି ସେଠାରୁ ଚାଲିଯାଅ ନହେଲେ ବହୁତ ଖରାପ ହେବ। ସିସିଟିଭିକୁ ଦେଖିବା ପରେ ତେନ୍ଦୁଆ ସେଠାରୁ ଚାଲିଗଲା। ପରବୀନ କାସବାନ ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଲେ,”କିପରି ସ୍ନୋ ଲେପର୍ଡ କ୍ୟାମେରା ଜାଲରେ ଫସିଗଲା। ନିଜର ପରିବାର ସହିତ କ୍ୟାମେରାରେ ରେକର୍ଡ ହୋଇଗଲା।”

Leave a Reply

Your email address will not be published. Required fields are marked *