ରାଜ୍ୟ ଖବର

7 ଦିନ ରୁ 5 ଦିନ ସୁମିତ ଘର ବାରଣ୍ଡା ରେ ଶୋଇଛନ୍ତି, ମୋ ସହ ସମ୍ପର୍କ ଥାଇ ନଥାଇ ଭଳିଆ ରହିଲେ sumit କହିଲେ tapaswini

ବିଶ୍ୱାସ ଏମିତି ଏକ ଶବ୍ଦ ଯାହା ବିନା କୌଣସି ସମ୍ପର୍କ ରହିପାରିବ ନାହିଁ । ସେ ଯେଉଁ ସମ୍ପର୍କ ହେଇଥାଉ ନା କାହିଁକି ଭଲ ପାଇବା ଏବଂ ବିଶ୍ୱାସ ବିନା କିଛି ତିଷ୍ଠି ପାରେ ନାହିଁ ଯେତେବେଳେ ଜଣେ ଅନ୍ୟ ଜଣଙ୍କ ବିଶ୍ୱାସ ଭାଙ୍ଗେ ସେତେବେଳେ ସମ୍ପର୍କ ମଧ୍ୟ ବେଶି ଦିନ ରହିପାରେ ନାହିଁ । ତେବେ ସେ ଯେଉଁ ଘଟଣା ବି ହେଉ ଭୁଲ ଦୁଇ ପଟରୁ ହୋଇଥାଏ । ତେବେ ଉଭୟ ଏକାଠି ହୋଇ ନିଜ ନିଜ ଭୁଲ କୁ ନ ସୁଧାରିଲେ କେହି କିଛି ବି କରିପାରିବେ ନାହିଁ । ତପସ୍ୱିନୀ ଦାସ ଭିଡ଼ିଓ କରି କଣ କହିଲେ ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର ତେବେ

 

ତପସ୍ୱିନୀ ଏବଂ ସୁମିତ ଙ୍କୁ ଏକାଠି ହୋଇ ସାତ ଦିନ ଯାଏ ରହିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ସାତ ଦିନ ହେଇଯିବା ପରେ ଉଭୟଙ୍କୁ ଏକାଠି ଏକ ଭଡା ଘରେ ରହିବାକୁ କୁହାଯାଇଥିଲା । ହେଲେ ଗୋଟେ ଦିନ ଭିତରେ ଏହି ଘଟଣା ପୁଣି ଅନ୍ୟ ଏକ ମୋଡ଼ ନେଲା । ମେଡିକାଲ କୁ ଯିବା କଥା କହି ଘରକୁ ଆସି ନଥିଲେ ସୁମିତ । କେଉଁଆଡ଼େ ଫେରାର ହେଇଯାଇଛନ୍ତି ସୁମିତ । ସୁମିତ ଙ୍କ ଏହିପରି ତପସ୍ୱିନୀ ଙ୍କୁ ଛାଡି କେଉଁ ଆଡେ ଚାଲିଯିବା କଥା ଶୁଣି ତପସ୍ୱିନୀ ଙ୍କ ବୁଦ୍ଧି ହଜିଯାଇଛି ।

 

ତେବେ ଏକ ଭିଡ଼ିଓ କରି ସୁମିତ ଙ୍କ ନାଁ ରେ କହିଛନ୍ତି ତପସ୍ୱିନୀ । ସାତ ଦିନ ଭିତରେ ଭଲ କଥା ହେବା ସହ ତାଙ୍କ ଯତ୍ନ ନେଉଥିବା କଥା କହିଛନ୍ତି ତପସ୍ୱିନୀ । ହେଲେ ସୁମିତ ଘର ବାରଣ୍ଡା ରେ ଶୋଉଥିଲେ ବୋଲି ମଧ୍ୟ ଭିଡ଼ିଓ ରେ କହିଛନ୍ତି । ତେବେ ସମସ୍ତଙ୍କ ଚେଷ୍ଟା କୋର୍ଟ ଙ୍କ ରାୟ ପରେ ବି ଉଭୟଙ୍କ ମନ ମିସିପାରିନାହିଁ । ଉଭୟ ଏକ ହୋଇଯିବେ ବୋଲି ସମସ୍ତେ ଆଶା ରଖିଥିଲେ ହେଲେ କାହାକୁ ଜୋର ଜବରଦସ୍ତ କରି ସମ୍ପର୍କ ରଖି ହୁଏ ନାହିଁ । ଯେଉଁଠି ପ୍ରେମ ନାହିଁ ସେହିଠି ବାଧ୍ୟ କରି ମଧ୍ୟ ଶାନ୍ତି ରେ ରହିହେବ ନାହିଁ ।

ସୁମିତ ଏବଂ ତାଙ୍କ ପରିବାର ଆରମ୍ଭ ରୁ ହିଁ ତପସ୍ୱିନୀ ଙ୍କୁ ସ୍ୱୀକାର କରିବାକୁ ରାଜି ନ ଥିଲେ । ଏମିତି କି ଏଗାର ଦିନ ଧରି ବାହାରେ ବସି ରହିଥିଲେ ବି ଘର ଭିତରକୁ ଡାକି ନଥିଲେ । ତେବେ ସୁମିତ ଙ୍କ ଏହି ପରି ଫେରାର ପରେ ପୁଣି ଏହି ଘଟଣା ରେ କଣ ହେବ ଆଗକୁ ଜଣାଯିବ ।

Leave a Reply

Your email address will not be published. Required fields are marked *