ସାଙ୍ଗ ଶବ୍ଦରେ ଲାଗିଗଲା କଳଙ୍କ ସାଙ୍ଗକୁ ପୋଡି ମାରି Live video କଲେ ଦୁଇ ସାଙ୍ଗ

ପ୍ରେମ ପାଇଁ ସାଙ୍ଗକୁ ମାରି ବନ୍ଧୁତ୍ୱ ରେ କଳଙ୍କ ଲଗାଇଲେ ଦୁଇ ସାଙ୍ଗ।ଏକାଠି ବସି ଗଞ୍ଜେଇ ଟାଣି ସାରିବା ପରେ ବିଶ୍ଵଦେବଙ୍କୁ ଦୁଇ ସାଙ୍ଗ ହ-ତ୍ୟା କରିଥିଲେ।ବଲାଙ୍ଗୀର ରାଜେନ୍ଦ୍ର ୟୁନଭରସିଟିରେ ପଛ ପଟେ ଶ-ବ ପୋଡ଼ା ଯାଇଥିବା ଘଟଣାଟି ଘଟିଛି। ସମୟ ସକାଳ ୯ ରୁ ୯:୩୦ ଘଟିକା।

ଏକାଠି ୩ ସାଙ୍ଗ ବିଶ୍ଵଦେବ ସାହୁ,ଅମିତ୍ ବନ୍ଧିରା ଏବଂ ଶୁଭମ୍ ସିଂହ ଗଞ୍ଜେଇ ଟାଣି ଖଟି କରୁଥିଲେ। ନିଶା ହୋଇଗଲା ପରେ ୨ ସାଙ୍ଗ ପୂର୍ବରୁ ଯୋଜନା କରି ବିଶ୍ୱଦେବ ଙ୍କୁ ପଛରୁ ମୁଣ୍ଡକୁ ଗୋଟେ ରଡ଼ ରେ ଜୋରେ ଆଘାତ କରିଥିଲେ।

ବିଶ୍ବଦେଵ୍ ଅଚେତ୍ ହେଲା ପରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଦେଇଥିଲେ।ପ୍ରମାଣ ନଷ୍ଟ କରିବା ପାଇଁ ଶ-ବକୁ ବାଡ ଭାହାରକୁ ନେଇଯାଇ ପେଟ୍ରୋଲ ଢ଼ାଳି ନିଆଁ ଲଗେଇଥିଲା।

ଏବଂ ଶ-ବ ପୋଡିଲା ବେଳେ ଲାଇଭ ଭିଡିଓ କରି ସାଙ୍ଗମାନଙ୍କୁ ଦେଖେଇଥିଲେ।୫୦ପ୍ରତିଶତ ପୋଡ଼ି ଯାଉଥିଲା।ଅଜଣା ଜାଗାରେ ନିଆଁ ଜଲୁୁଥିବାର ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ।

ପୋଲିସ କିଛି ଖୋଜ ଖବର ପାଇଲା ନାହିଁ କିନ୍ତୁ ସନ୍ଧ୍ୟାରେ ବଲାଙ୍ଗୀର ଟାଉନ୍ ରେ ଜଣେ ଯୁବକର ମିଶିଂ ରେପୋର୍ଟ୍ ଆସିଥିଲା ।ପୋଲିସ ତଦନ୍ତରୁ ଜଣାପଡ଼ିଛି ବିସ୍ୱଦେବ ଓ ଅମିତ୍ ଗୋଟେ ଝିଅ କୁ ଭଲ ପାଉଥିଲେ।

ବିଶ୍ବଦେବ ର ଶୁଭମ୍ ସହିତ ପୂର୍ବରୁ ଶତ୍ରୁତା ଥିଲା।ଯୋଜନା ମୁତାବକ ୨ ସାଙ୍ଗ ଭାବୁଥିଲେ ଯେ ରାସ୍ତା ରୁ ହଟାଇଦେବା।ଅମିତ୍ ର ଘର ଲୋକ କହିଛନ୍ତି ଶୁଭମ୍ ହିଁ କହିଥିଲା ଏମିତି କରିବାକୁ।

ଅମିତ୍ ର ଫୋନ୍ ରେ ଭିଡ଼ିଓ କରିଥିଲା ଶୁଭମ୍।କିନ୍ତୁ ପ୍ରେମ ପାଇଁ ହ-ତ୍ୟା କରିଛି ବୋଲି ପୋଲିସ କହିଛି।ହ-ତ୍ୟା-କା-ଣ୍ଡରେ ସଂପୃକ୍ତ ୨ ଅଭିଯୁକ୍ତ ଓ ଆଉ ଜଣେ ମୃ-ତ-କ।ତିନି ଜଣ ଘନିଷ୍ଠ ବନ୍ଧୁ ଥିଲେ।କିନ୍ତୁ ପ୍ରେମ ପାଇଁ ସାଙ୍ଗଙ୍କ ଭିତରେ ଝଡ଼ ସୃଷ୍ଟି ହେଲା ।

ବିଶ୍ଵଦେଵ୍ ମା ଙ୍କ ଅଭିଯୋଗ ଗତ ୨୩ତାରିଖ ସକାଳୁ ଶୁଭମ୍ ଘରକୁ ଡାକିଲା।କିନ୍ତୁ ଆଉ ଫେରୀନଥିଲା ।ଭାଇଙ୍କ ଅଭିଯୋଗ ହ-ତ୍ୟା-କା-ଣ୍ଡ ପଛର କାରଣ ପ୍ରେମ ନୁହେଁ ନିଶା କାରବାର।

ଅମିତ୍ ର ପରିବାର ଲୋକ କହିଛନ୍ତି କୌଣସି ଝିଅ କୁ ଭଲ ପାଇନଥିଲା।ଏଥିରେ ୨ ଜଣ ନୁହେଁ ଅଧିକ ଲୋକଙ୍କ ସଂପୃକ୍ତି ଅଛି ବୋଲି ଅଭିଯୋଗ କରିଛନ୍ତି ବିଶ୍ୱଦେଵ୍ ର ପରିବାର ଲୋକ।

Leave a Comment

Your email address will not be published. Required fields are marked *

Scroll to Top