ଖାଦ୍ୟ

ବିଳାସିନୀ ମାଉସୀ ପ୍ରସ୍ତୁତ କଲେ ସୁସ୍ୱାଦୁ କଞ୍ଚାଳଙ୍କା Motton ଭିଡିଓ ରେ ଦେଖନ୍ତୁ ଏହାକୁ କରିବାର ପ୍ରଣାଳୀ

ଟେଷ୍ଟ ଅଫ୍ ଓଡ଼ିଶା ଶୋ ଟି ଆପଣ ମାନେ ସମସ୍ତେ ଜାଣିଥିବେ।ବିଭିନ୍ନ ଜାଗାକୁ ଯାଇ ଭଲ ଭଲ ଖାଇବା ତିଆରି କରି ଲୋକମାନେ ଦେଇଥାନ୍ତି।

ସମସ୍ତେ ସବୁ ପ୍ରକାର ରୋଷେଇ ବିଷୟରେ ଜାଣିନଥାନ୍ତି।ଓ ଆମେ ସମସ୍ତେ ଗୋଟେ ଭଲ ଖାଇବା ଜିନିଷ ମଧ୍ୟ ଜାଣିଥାନ୍ତି।ଜାଣନ୍ତୁ ବିଳାସିନୀ ମାଉସୀ କିଭଳି କଞ୍ଚା ଲଙ୍କା ମାଂସ ତିଆରି କରୁଛନ୍ତି।

ପ୍ରଥମେ କଞ୍ଚା ଲଙ୍କାର ମଞ୍ଜି କାଢିଦେଇ ଛେଚିଦେବେ।କଢ଼େଇ ବସେଇ ସେଥିରେ ତେଲ ଦେବେ।ତେଲ ଗରମ ହେଇ ଆସିଲେ ସେଥିରେ ପିଆଜ ପକେଇବେ।

ତାପରେ ଅଦା, ରସୁଣ ର ମସଲା ଟି ପକେଇ ଭଲ ଭାବରେ ଗୋଲେଇଦେବ।ମସଲା ଟି କଷି ହୋଇସାରିବା ପରେ ଛେଚା ଲଙ୍କା ଗୁଡ଼ିକ ପକେଇବେ।ତାପରେ ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଲୁଣ ପକେଇବେ।

ମସଲା ଭଲରେ କଷି ହୋଇସାରିବା ପରେ ମାଂସ ସବୁ ପକେଇଦେବେ।ତାପରେ ପାଣି ଦେଇ ସାରିବା ପରେ ଢାଙ୍କୁଣି ଘୋଡେଇଦେବେ।

ତାପରେ ୩୦ ମିନିଟ୍ କି ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବ।ଢାଙ୍କୁଣି କାଢି ସାରି ସେଥିରେ ଗରମ୍ ମସଲା ପକେଇବେ ।ଓ ଶେଷରେ ଧନିଆ ପତ୍ର ପକେଇବେ। ଅତି ସୁନ୍ଦର୍ ଭାବରେ ମାଉସୀ ଜଣଙ୍କ କଞ୍ଚା ଲଙ୍କା ମାଂସ କରିଲେ।

Leave a Reply

Your email address will not be published. Required fields are marked *