Special Report

ସେଲୁନ ବଲାରୁ ବର୍ତ୍ତମାନ ମାସିକ ଆୟ 10 କୋଟି ଦେଖନ୍ତୁ ସଫଳତାର ରହସ୍ୟ

କର୍ଣାଟକ ବେଙ୍ଗଲ ର ରମେଶ।ଜୀବନର ଗୋଟିଏ ପାହାଚରୁ ଅନ୍ୟ ଏକ ପାହାଚକୁ ଡେଇଁ ନୂଆ ପୃଥିବୀରେ ବଞ୍ଚୁଥିବା ଜଣେ ମଣିଷ।କିନ୍ତୁ ସେ ପୂର୍ବର ଏଇ ପାହଚକୁ ପାସରି ଦେଇ ନାହାନ୍ତି।
ରମେଶ ଏବେ ବହୁତ ପଇସା ବାଲା ହେଉଛନ୍ତି।ଅନେକ ଧନ ସମ୍ପତ୍ତିର ମାଲିକ।

ପରିବାର ର ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା। ଘର ଘର ବୁଲି ସେ କ୍ଷୀର ବିକ୍ରି କରୁଥିଲେ। ଓ ଖବର କାଗଜ ଦେଉଥିଲେ।ସେଥିରୁ ସେ ମାସକୁ ୧୦୦ ଟଙ୍କା ରୋଜଗାର କରୁଥିଲେ।ମା ମଧ୍ୟ ଅନ୍ୟ ଘରେ କାମ କରୁଥିଲେ।ଜାଣନ୍ତୁ ସେ ଏମିତି କଣ କରିଲେ ଯେ ଆଜି ସେ ଏମିତି ବଡ଼ ଲୋକ ହେଉଛନ୍ତି।

ହାତରେ କଇଁଚି ଓ ଖୁର ଧରି ସେ ଖିଅର କରନ୍ତି।ସେଲୁନ କାମ କରିବା ସହ ରମେଶଙ୍କ ଗାଡ଼ି ବ୍ୟବସାୟ ମଧ୍ୟ ଅଛି।୪୦୦ ଗାଡ଼ି ଅଛି।ଏସବୁ ଗାଡ଼ି କୁ ସେ ଲୋକମାନଙ୍କୁ ଭଡ଼ା ରେ ଦେଇଥାନ୍ତି।

ଗୋଟେ ଗୋଟେ ଦାମୀ ଗାଡ଼ି ପାଇଁ ସେ ଦିନକୁ ୫୦୦୦୦ ଟଙ୍କା ମଧ୍ୟ ଭଡ଼ା ପାଆନ୍ତି।କିନ୍ତୁ ସେ ପ୍ରଥମ ଦୋକାନ କୁ ଭୁଲି ନାହାଁନ୍ତି। ସେଲୁନ୍ ଟି ପ୍ରଥମେ ତାଙ୍କ ବାପା କରିଥିଲେ।ବାପାଙ୍କ ମୃ-ତ୍ୟୁ ପରେ ରମେଶ ବଡ଼ ହେଲା ପରେ କିଛି ବଡ଼ କରିବାର ସ୍ବପ୍ନ ନେଇ ସେଲୁଣ୍ କୁ ନୂଆ ରୂପ ଦେଲେ ଓ ଭଲ ବ୍ୟବସାୟ ମଧ୍ୟ କରିଲେ।

ନିଜର ଇୟୁନିକ୍ ଚୁଟି କାଟିବା ପାଇଁ ବହୁତ୍ ନାମ କମେଇଲେ।ଦୋକାନ ରେ ଗ୍ରାହକଙ୍କ ଭିଡ଼ ବଢିଲା।ସକାଳ ୬ ରୁ ରାତି ୨ ଟା ଯାଏଁ ମଧ୍ୟ ଭିଡ ରହୁଥିଲା।୧୯୯୩ ମସିହାରେ ସେ ନିଜ ପଇସାରେ ମାରୁତି ଗାଡ଼ି ଲୋନ୍ ଦେଇ କିଣିଥିଲେ।କିନ୍ତୁ ଲୋନ ସୁଜି ପାରିଲେନି ।

ଜଣେ ଆଣ୍ଟି ତାଙ୍କୁ ପରାମର୍ଶ ଦେଇଥିଲେ ଗାଡ଼ି ଟିକୁ ଭଡ଼ାରେ ଲଗେଇବା ପାଇଁ।ତାପରେ ସବୁ ଭଲ ହିଁ ହେଲା।ଆଉ ସେ ପଛକୁ ଘୁଞ୍ଚି ନାହାନ୍ତି।ଏବେ ଗୋଟିଏ ଗାଡିରୁ ସେ ୪୦୦ ଗାଡ଼ି କରିଲେଣି।କିନ୍ତୁ ଆଜି ବି ସେ ସେଲୁଣ ଯାଇ ଚୁଟି କାଟନ୍ତି।

Leave a Reply

Your email address will not be published. Required fields are marked *