Special Report

ଖାଆନ୍ତୁନି ହଳଦୀ ଗୁଣ୍ଡ, ଏହି ରୋଗ ପାଇଁ ଭୋଗିବେ କଷ୍ଟ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ।

ବର୍ତ୍ତମାନ ଆମେ ଯେଉଁ ହଳଦୀକୁ ବ୍ୟବହାର କରୁଛେ ଏହି ହଳଦୀ ଆମ ପାଇଁ କେତେ କ୍ଷତିକାରକ ବା କେତେ ହିତକାରକ ଏହାର ଏକ ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି । ଆମେ ଯେଉଁ ହଳଦୀ ବ୍ୟବହାର କରୁଛେ ସେଥିରେ କିଛି ମିଶ୍ରିତ ହୋଇଛି ବୋଲି ସୂଚନା ମିଳୁଛି । ଯାହା ଆମ ଶରୀର ପାଇଁ କ୍ଷତିକାରକ ଅଟେ ।

କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ହଳଦୀର ବ୍ୟବହାର ହେଉଛି । ଏଭଳି କିଛି ରୋଷେଇ ନୁହେଁ ଯେଉଁଥିରେ ହଳଦୀ ପଡ଼ି ନଥାଏ । ସବୁ ପ୍ରକାରର ଖାଦ୍ୟରେ ହଳଦୀର ବ୍ୟବହାର ହୋଇଥାଏ । କରୋନା ସମୟରେ ହଳଦୀ ଅଧିକ ବ୍ୟବହାର କରାଯାଉଥିଲା ।

ବଜାରରେ ଆପଣ ଯେଉଁ ହଳଦୀ ପ୍ୟାକେଟ ଦେଖୁଛନ୍ତି ତାହା ଉନ୍ନତମାନର ବୋଲି ଆପଣମାନେ ଭାବୁଛନ୍ତି କିନ୍ତୁ ତାହା ନୁହେଁ ଆପଣ ଯେଉଁ ହଳଦୀ ବ୍ୟବହାର କରୁଛନ୍ତି ସେଥିରେ କିଛି ମିଶ୍ରଣ କରାଯାଇଛି ।

ହଳଦୀରେ ମିଶ୍ରଣ କରାଯାଇଥିବା ଜିନିଷ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ । ଛୋଟ ପିଲାମାନଙ୍କ ବିକାଶ କ୍ଷେତ୍ରରେ ଏହା ବାଧା ସୃଷ୍ଟି କରିଥାଏ । ବ୍ଲଡପ୍ରେଶର ରୋଗ ମଧ୍ୟ ଏହା ବଢ଼ାଇଥାଏ । ଏହା ଅନେକ ରୋଗ ସୃଷ୍ଟି କରିଥାଏ । ଏହା ବ୍ୟକ୍ତିଙ୍କୁ ପୀଡ଼ିତ କରିଥାଏ ।

୨୦୧୮ ମସିହାରେ ବିହାରର ୮ଟି ଜିଲ୍ଲାରେ ଲୋକମାନଙ୍କର ଦେହ ଖରାପ୍ ହେବାକୁ ଲାଗିଲା । ଏହାର କାରଣ ହେଉଛି ସେମାନେ ବ୍ୟବହାର କରୁଥିବା ହଳଦୀ ଗୁଣ୍ଡରେ ଲେଡ କ୍ରୋମାଇଡ ନାମକ ଧାତୁ ବ୍ୟବହାର କରାଯାଉଥିଲା। ଏହା ବହୁତ ଭୟଙ୍କର ଅଟେ ।

ଏହା ହଳଦୀରେ ମିଶିଲେ ହଳଦୀର ରଙ୍ଗ ଚକ୍ ଚକ୍ କରିଥାଏ । ଏବେ ହଳଦୀ ବିଷ ସଦୃଶ ହୋଇଯାଇଛି । ଏନେଇ ଅନେକ ଗବେଷଣା ମଧ୍ୟ କରାଯାଇଛି । ଭାରତ ବର୍ଷର ସମସ୍ତ ଲୋକ ଏହି ବିଷୟରେ ଜାଣିବା ଉଚିତ୍ ।

ବ୍ୟବହାର ଦ୍ଵାରା ଶରୀରରେ ବିଷ ପ୍ରବାହ କରାଯାଉଛି । ଅନେକ ଗବେଷଣାରୁ ଜଣାପଡିଛି ହଳଦୀ ଗୁଣ୍ଡରେ ଏହି ଲେଡ୍ କ୍ରୋମାଇଡ ବ୍ୟବହାର କରି ବଜାରକୁ ଛଡ଼ା ଯାଉଛି । ଯାହାର ରଙ୍ଗ ମଧ୍ୟ ହଳଦିଆ ଅଟେ ।

ଆପଣ ଘରେ ମଧ୍ୟ ପରୀକ୍ଷା କରିପାରିବେ ଆପଣ ବ୍ୟବହାର କରୁଥିବା ହଳଦୀ ମିଶ୍ରିତ ନା ଅମିଶ୍ରିତ । ଆପଣ ଏକ ପାତ୍ରରେ ପାଣି ନିଅନ୍ତୁ ଆଉ ସେଥିରେ ହଳଦୀ ଗୁଣ୍ଡ ପକାନ୍ତୁ, ଯଦି ଆପଣଙ୍କ ହଳଦୀ ଗୁଣ୍ଡ ତଳେ ବସି ଗଲା ତାହେଲେ ଏହା ଉନ୍ନତମାନର ହଳଦୀ ଆଉ ଯଦି ପାଣି ରଙ୍ଗ ହୋଇଗଲା ତାହେଲେ ତାହା ଅନୁନ୍ନତମାନର ହଳଦୀ ବୋଲି ଜାଣି ନିଅନ୍ତୁ ।

Leave a Reply

Your email address will not be published. Required fields are marked *