Special Report

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ,XPoSAR ସଫଳ ମିଶନ ବ୍ଲାକ ହୋଲ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ। ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି।

ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲଗରାଞ୍ଜିଆନ୍‌ ପଏଣ୍ଟରେ ପହଁଞ୍ଚିଛି ଆଦିତ୍ୟ ଏଲ୍‌-୧। ୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ କରାଯାଇଥିଲା।

ହାଲୋ ଅର୍ବିଟ୍‌ରେ ପ୍ରବେଶ କରାଇବା ଲାଗି ଆଦିତ୍ୟ ଏଲ୍-୧ ସାଟେଲାଇଟ୍‌ର ଥ୍ରଷ୍ଟରକୁ କିଛି ସମୟ ପାଇଁ ଚାଲୁ କରାଯିବ। ୧୧୦ ଦିନ ମହାକାଶରେ ଯାତ୍ରା କରିବା ପରେ

ଆଦିତ୍ୟ ଏଲ୍-୧ ଏହାର ଲକ୍ଷ୍ୟ ସ୍ଥଳ ତଥା ଲଗରାଞ୍ଜିଆନ୍ ପଏଣ୍ଟରେ ଅବସ୍ଥାପିତ ହୋଇଛି। ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା। ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି।

ମହାକାଶରେ ଭାରତ ପାଇଁ ଆଉ ଏକ ଐତିହାସିକ ମୁହୂର୍ତ୍ତରେ ଆଦିତ୍ୟ- ଏଲ୍ ୧ ସୂର୍ଯ୍ୟ ଅଧ୍ୟୟନ ପାଇଁ ଦେଶର ପ୍ରଥମ ମିଶନ୍ ଶେଷ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧।

ସେଠାରେ ଏହା ୫ ବର୍ଷ ଧରି କାମ କରିବ। ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଆଦିତ୍ୟ ଏଲ ୧ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ଶାଜୀ ଏକ ଇଣ୍ଟରଭ୍ୟୁରେ କହିଥିଲେ।

ଯାହାକି, ଏହି ମିଶନ କେବଳ ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବନି। ବରଂ ୪ ଶହ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ସୂର୍ଯ୍ୟଝଡର ମଧ୍ୟ ସୂଚନା ଦେବ।

ଏହାଫଳରେ ଅନେକ ସାଟେଲାଇଟର ମଧ୍ୟ ସୁରକ୍ଷା କରାଯାଇପାରିବ ବୋଲି ସେ କହିଥିଲେ। ଏହି ସାଟେଲାଇଟର ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ ପ୍ରଥମ ଥର ପାଇଁ ସୂର୍ଯ୍ୟର ଫୁଲ୍ ଡିସ୍କ ଫଟୋ ନେବାରେ ସକ୍ଷମ ହେଇଥିଲା।

Leave a Reply

Your email address will not be published. Required fields are marked *