ରାଜ୍ୟ ଖବର

ଓଡ଼ିଶାରେ ଭୟଙ୍କର ରୂପ ନେବ ଲଘୁଚାପ ପାଣିପାଗ ବିଭାଗ ଦେଲା ସତର୍କ ସୂଚନା ସାବଧାନ ରୁହ ଏହି ଜିଲ୍ଲା

ବନ୍ଧୁଗଣ ଓଡ଼ିଶାରେ ବର୍ତ୍ତମାନ ମୌସୁମୀ ପ୍ରଭାବରେ ଅଚ୍ଛାଦିତ ହୋଇ ରହିଛି l ଲଘୁଚାପ ବର୍ତ୍ତମାନ ବାନ୍ଧି ହୋଇରହିଥିବା ବେଳେ ଆଗାମୀଦିନ ପାଇଁ ପାଣିପାଗ ବିଭାଗରୁ ସତର୍କ ଘଣ୍ଟି ଜାରି ହୋଇଛି l

ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାରେ ଆଗାମୀ 17 ଏବଂ 18 ତାରିଖରେ ଲଘୁଚାପ ପୂର୍ଣ ରୂପରେ ପରିଣିତ ହେବା ନେଇ ସ୍ପଷ୍ଟ କରୁଛି l

ତେବେ ଏହି କ୍ଷେତ୍ରରେ ମାଛ ଧରାଳି ମାନଙ୍କୁ ମଧ୍ୟ ନଦୀ ବା ସମୁଦ୍ରରେ ପ୍ରବେଶ ପାଇଁ ମନା କରିଛନ୍ତି ପାଣିପାଗ ବିଭାଗ l

ତେବେ ଏହି 17 ଏବଂ 18 ତାରିଖରେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ସହ ଅନେକ ଜିଲ୍ଲା ରେ ବର୍ଷା ଲାଗିରହିବାର ସୂଚନା ମିଳିଛି l

କଟକ, ଭୁବନେଶ୍ୱର, ପୁରୀ, ଗଜପତି, ଖୋର୍ଦ୍ଧା, କନ୍ଧମାଳ, ଜଗତସିଂହପୁର ରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭବନା ରହିଛି l ବର୍ଷା ହେବା ସହ ପାଗ ମଧ୍ୟ କୋହଲା ରହିବାର ସୂଚନା ରହିଛି ଏବଂ ସାମାନ୍ୟ ପବନ ହେବାର ମଧ୍ୟ ସ୍ପଷ୍ଟ ହୋଇଛି l

ଏହି ଲଗୁଚାପ 17 ଏବଂ 18 ତାରିଖରେ ଓଡ଼ିଶାରେ ନିଜ ପ୍ରଭାବ ପକାଇ 19 ତାରିଖରୁ ସାମାନ୍ୟ ହେବାର ସୂଚନା ମିଳିଛି l ଓଡ଼ିଶାରେ ଅନେକ ଜିଲାରେ ଲଗୁଚାପ ର ପ୍ରଭାବ ପଡିବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ l

Leave a Reply

Your email address will not be published. Required fields are marked *