special riport

ହାଇକୋର୍ଟ ରୁ ମିଳିଲା ଅନୁମତି ଏଥର ଅଲଗା ହେବେ ବର୍ଷା-ଅନୁଭବ,କାନ୍ଦି କାନ୍ଦି ଆଖିରୁ ଲୁହ ପୋଛିଲେ ଅନୁଭବ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଲଗା ହେବେ ଓଲିଉଡ ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଭଳି ସମ୍ପର୍କ ନାହିଁ। ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ। ଏହି ଯୁକ୍ତି ଆଧାରରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥାଇପାରନ୍ତି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି।

ପୂର୍ବରୁ କଟକ ପରିବାର ଅଦାଲତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ପରିବାର ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅନୁଭବ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେବା ସହ ପରିବାର ଅଦାଲତଙ୍କ ରାୟକୁ ଖାରଜ କରିଛନ୍ତି।

ଗତ ସେପ୍ଟେମ୍ବର ୨୨ ତାରିଖରେ ଅନୁଭବ ଏବଂ ବର୍ଷାଙ୍କ ବିବାହ ବିଚ୍ଛେଦ ଆବେଦନ କଟକ ପରିବାର ଅଦାଲତରେ ଖାରଜ ହୋଇଥିଲା। ପରିବାର ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଅନୁଭବ କହିଥିଲେ। ଗତ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି।

କିନ୍ତୁ ୨୦୨୦ ମସିହାରେ ପତ୍ନୀ ବର୍ଷାଙ୍କୁ ଛା-ଡ-ପ-ତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଇସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ଫ୍ୟାମିଲି କୋର୍ଟ ଅନୁଭବଙ୍କ ଛା-ଡ଼-ପ-ତ୍ର ଆବେଦନକୁ ଖାରଜ କରିଥିବାବେଳେ ବର୍ଷାଙ୍କର ଏକାଠି ରହିବାର ଆବେଦନକୁ ମଧ୍ୟ ଖରାଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *