Special Report

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା,ଯାହାକୁ କୁଳ ଦେବତା ଭାବି ପୂଜା କରୁଥିଲେ,ଶେଷରେ ଜଣା ପଡ଼ିଲା….

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ଦମ୍ପତ୍ତି କୂଳ ଦେବତା କହି ପୂଜା କରୁଥିଲେ । ଆଉ କାହାକୁ ଛୁଇଁବାକୁ ଦେଉନଥିଲେ । ଏବେ ଏହାର ସତ ସାମ୍ନାକୁ ଆସିଛି ।

ଏହି ସତ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ବିଶ୍ବାସ ଥିଲେ ଲୋକମାନେ ସବୁକିଛି କରିପାରିବେ । ବିଶ୍ବାସ ଅଛି ବୋଲି ଲୋକମାନେ ପଥରକୁ ଦେବତା ବୋଲି ଭାବୁଛନ୍ତି ଆଉ ତାକୁ ପୂଜା କରୁଛନ୍ତି ।

କୂଳ ଦେବତା ଭାବି ପୂଜା କରୁଥିବା ପଥର ହେଉଛି କେଉଁ ଜୀବର ଅଣ୍ଡା । ଏହି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହି କଥା ହେଉଛି ସମ୍ପୂର୍ଣ୍ଣ ସତ । କିଛି ବର୍ଷ ତଳେ ଏହି ଘଟଣା ଦେଖିବାକୁ ମିଳିଥିଲା।

କିଛି ବର୍ଷ ତଳେ ଲୋକମାନେ ଚାଷ କରୁଥିବା ସମୟରେ ଏକ ଗୋଲାକାର ପଥର ପାଇଥିଲେ । ଏହାକୁ ସେମାନେ କୂଳ ଦେବତା ଆଖ୍ୟା ଦେଇ ପୂଜା କରୁଥିଲେ । କୂଳ ଦେବତାଙ୍କ ନାମ ଭଲ୍ଲାଲ ବାବା ରଖାଯାଇଥିଲା ।

କୂଳ ଦେବତାଙ୍କୁ ପୂଜା କରିଲେ ଗାଁର ଜମି ଆଉ ଜୀବନ ସୁରକ୍ଷିତ ରହିବ ବୋଲି ଗାଁ ଲୋକେ ଏହାକୁ ପୂଜା କରୁଥିଲେ । ମଧ୍ୟପ୍ରଦେଶର ନର୍ମଦା ଗାଁରେ ଏହି ଘଟଣା ଘଟିଥିଲା । ସେଠାରେ କିଛି ବିଶେଷଜ୍ଞ ପହଞ୍ଚିଥିଲେ ।

ଏହି ବିଶେଷଜ୍ଞମାନେ ଡାଇନେଶୋର ବିଷୟରେ ତଥ୍ୟ ଖୋଜୁଥିଲେ । ତାଙ୍କ ନଜର ଏହି ଗୋଲାକାର ପଥର ଉପରେ ପଡ଼ିଥିଲା । ଆଉ ସେହି ପଥରକୁ ସେମାନେ ଯାଞ୍ଚ କରିବାକୁ ଚାହୁଁଥିଲେ । କିନ୍ତୁ ଗାଁ ଲୋକମାନେ ଏହାକୁ ଦେଇନଥିଲେ ।

ଏହାପରେ ସେମାନେ ଯାଞ୍ଚ କରି ଜାଣିଥିଲେ କି ଏହି ଅଣ୍ଡା ହେଉଛି ଡାଇନେଶୋରର । ଏହି ନର୍ମଦା ଉପତ୍ୟକାରେ ୬.୫ କୋଟି ବର୍ଷ ତଳେ ଡାଇନେଶୋରମାନେ ରହୁଥିଲେ । ସେହି ସମୟର ଅଣ୍ଡାକୁ କୂଳ ଦେବତା ଭାବି ଗାଁ ଲୋକେ ପୂଜା କରୁଥିଲେ । ଏବେ ଏହାକୁ ନେଇ ପ୍ରଶାସନ ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *