True love Defination – ସ୍ବାମୀ ପ୍ରମାଣ କରିଦେଲେ ପ୍ରକୃତ ପ୍ରେମ କାହାକୁ କୁହନ୍ତି ଦେଖନ୍ତୁ ଏହି ଭିଡିଓ

ଝୁଲଣରେ ଝୁଲୁଚନ୍ତି ସ୍ବାମୀ ଓ ସ୍ତ୍ରୀ ଦୁହେଁ।ମହିଳା ଜଣଙ୍କୁ ଦେଖିଲେ ଆପଣମାନଙ୍କୁ ଲାଗିବ ଯେ ସତକୁ ସତ ଦୁହେଁ ସ୍ବାମୀ ଓ ସ୍ତ୍ରୀ ଝୁଲଣରେ ବସି ଝୁଲୁଛନ୍ତି।କିନ୍ତୁ ସେ ମହିଳା ଜଣଙ୍କ ମରିସାରିଛନ୍ତି। ମହିଳାଙ୍କ ଆକୃତିର ଏକ ପ୍ରତିମୂର୍ତ୍ତି।ସ୍ତ୍ରୀଙ୍କୁ ମନେ ପକାଇ ତାଙ୍କ ସ୍ମୃତିରେ ସ୍ବାମୀ ପ୍ରତିମୂର୍ତ୍ତି ତିଆରି କରିଥିଲେ।

ସେ ମହିଳାଙ୍କ ପ୍ରତିମୂର୍ତ୍ତି ରଖି ଘରର ସପରିବାର ଏକାଠି ହୋଇ ଟିଭି ଦେଖୁଛନ୍ତି।କିନ୍ତୁ ସେ ମହିଳାଙ୍କୁ ଦେଖିଲେ ଲାଗିବ ଯେ ସେ ନିଜେ ମଧ୍ୟ ବସି ସମସ୍ତଙ୍କ ସହିତ ଟିଭି ଦେଖୁଛନ୍ତି।ତାଙ୍କର ଜଣେ ସଂପର୍କୀୟ ବାଙ୍ଗାଲୋର ରେ ରୁହନ୍ତୁ।୨ ବର୍ଷ ପରେ ତାଙ୍କୁ ତାଙ୍କ ଦାଦା ଡାକିଥିଲେ।

କହିଥିଲେ ଖୁଡୀର ଜନ୍ମଦିନ ଅଛି ସମସ୍ତଙ୍କୁ କିଛି ସର୍ପ୍ରାଇଜ୍ ଦିଆଯିବ।ସେ ଯେତେବେଳେ ଆସିଲେ ଦେଖିଲେ କି ଏମିତି ତାଙ୍କ ଖୁଡିଙ୍କର ପ୍ରତିମୂର୍ତ୍ତି ତିଆରି ହୋଇ ଝୁଲଣରେ ବସିଛନ୍ତି ସେ ସ୍ତବ୍ଧ ହୋଇଗଲେ।ତାଙ୍କୁ ବହୁତ୍ ଖୁସି ଲାଗିଲା।ଖୁଡି ତାଙ୍କ ପାଖରେ ରହୁଥିଲେ।

ତାଙ୍କୁ ଯେତେବେଳେ ସାହାଯ୍ୟ ଦରକାର ଥାଏ,ତାଙ୍କୁ ଖୁଡି ତାଙ୍କ ପାଖରେ ଥିଲେ।ଆଉ ଏବେ ପ୍ରତିମୂର୍ତ୍ତି ଦେଖି ତାଙ୍କୁ ଅନୁଭବ କରିପାରୁଛନ୍ତି,ତାଙ୍କ ପାଖରେ ବସିଛନ୍ତି।ପରିବାର ଲୋକ ସୁନା ,ଗହଣା ପିନ୍ଧେଇ ଦେଉଛନ୍ତି।ଏହି ପ୍ରତିମୂର୍ତ୍ତି ଟି ତିଆରି ହେବ ପାଇଁ ୪୦ ଦିନ ଲାଗିଥିଲା ।

Leave a Comment

Your email address will not be published. Required fields are marked *

Scroll to Top