ରାଜ୍ୟ ଖବରଭାଇରାଲ ଭିଡିଓ

ପାଠୁଆ ପୁଅର ଜୀ-ବ-ନ ନେଲା ମେସ ମାଲିକ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ବାଲେଶ୍ଵର ଜିଲ୍ଲାର ବାଲିଆପାଳର ଯମୁନାଶୋଳ ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଏହି ଘଟଣା ସାରା ଅଞ୍ଚଳରେ ଚଳ ଚଞ୍ଚଳ ସୃଷ୍ଟି କରୁଛି। ତପନ ମଣ୍ଡଳଙ୍କ ପୁଅ ହେଉଛନ୍ତି ଅମରେନ୍ଦ୍ର ମଣ୍ଡଳ। ସେ ଜଣେ ମେଧାବୀ ଛାତ୍ର। ମ୍ୟାଟ୍ରିକରେ ଭଲ ମାର୍କ ରଖି ଉତ୍ତୀର୍ଣ ହୋଇଥିଲେ କିନ୍ତୁ ପରିବାରର ସ୍ଥିତି ଏମିତି ଥିଲାଯେ ସେ ଆଗକୁ ପଢିପାରିନଥାନ୍ତେ। କିନ୍ତୁ ବାପା-ମାଧାର କରଜ କରି ତାଙ୍କୁ ବାଲେଶ୍ଵରର ଏକ କଲେଜରେ ପାଠ ପଢାଇଥିଲେ। ବାଲେଶ୍ଵରରେ ମଠସାହିରେ ସେ ବସନ୍ତ ନିବାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ ଓ କଲେଜ ଯିବା-ଆସିବା କରୁଥିଲେ।

କରୋନା କଟକଣା କାରଣରୁ ଅମରେନ୍ଦ୍ର ଘରକୁ ଆସିଥିଲେ ଓ ଅନଲାଇନରେ କ୍ଳାସ କରୁଥିଲେ। କିଛିଦିନ ପୂର୍ବରୁ ଛାତ୍ରାବାସର ମାଲିକ ଫୋନ କରି ଅମରେନ୍ଦ୍ରଙ୍କୁ ଫୋନ କରି ଡାକି କହିଲେକି ସେ ଛାତ୍ରାବାସକୁ ଆସି ରହିପାରିବେ। ଅମରେନ୍ଦ୍ର ଘରୁ ବାପାଙ୍କ ଠାରୁ କିଛି ଟଙ୍କା ନେଇ ବାଲେଶ୍ଵର ଆସିଥିଲେ ଓ ବାଲେଶ୍ଵରରେ ସେ ଅନଲାଇନରେ କ୍ଳାସ କରୁଥିଲେ ଓ ଟ୍ଯୁସନ ମଧ୍ୟ ହେଉଥିଲେ

ଗତ ୧୬ତାରିଖ ଦିନ ଛାତ୍ରାବାସର ମାଲିକ ଘରକୁ ଫୋନ କରି ଜଣାଇଲେକି ଅମରେନ୍ଦ୍ର ଫା-ଶୀ ଦେଇ ଆ-ତ୍ମ-ହ-ତ୍ୟା କରିଥିଲେ। ଅମରେନ୍ଦ୍ରଙ୍କ ବାପାଙ୍କ ଯେତେବେଳେ ଯାଇ ଦେଖିଲେ, ସେତେବେଳେ ସେ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ଵାସ ହୋଇନଥିଲା। ଅମରେନ୍ଦ୍ରଙ୍କ ଶରୀରରେ ଅନେକ କ୍ଷତାକ୍ତ ଥିଲା। ଶରୀରର ଅନେକ ସ୍ଥାନରୁ ରକ୍ତ ବାହାରୁଥିଲା। ଏହା ଦେଖି ଅମରେନ୍ଦ୍ରଙ୍କ ବାପା ଟାଉନ ଥାନା ନିକଟରେ ଅ-ଭି-ଯୋ-ଗ କରିଛନ୍ତିକି, ତାଙ୍କ ପୁଅକୁ ହ-ତ୍ୟା କରାଯାଇଛି। ତାଙ୍କ ପୁଅ ଆ-ତ୍ମ-ହ-ତ୍ୟା କରିନାହିଁ।

ତପନ ମଣ୍ଡଳ କହିଛନ୍ତିକି, ମୋ ପୁଅକୁ ନ୍ୟାୟ ଦିଆଯାଉ, ନହେଲେ ସେ କଲେକ୍ଟରଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଦେଇଦେବେ। ବର୍ତ୍ତମାନ ଟାଉନ ଥାନା ପୋ-ଲି-ସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି ଓ ବ୍ୟବଚ୍ଛେଦ ପାଇଁ ପଠାଇଛି। ଟାଉନ ଥାନା ପୋ-ଲି-ସ ବର୍ତ୍ତମାନ ଘଟଣାକୁ ତଦନ୍ତ କରୁଅଛି।

Leave a Reply

Your email address will not be published. Required fields are marked *