ରାଜ୍ୟ ଖବର

ମନ୍ତ୍ରୀ ଯଦି ସାମିଲ ନୁହେଁ ତାହାଲେ ଗୋବିନ୍ଦ କଣ ପାଇଁ ମନ୍ତ୍ରୀ ଙ୍କ ନାଁ ନେଇଥିଲା କଲ୍ ରେକର୍ଡ ରେ? ତଦନ୍ତ ପୁଣି ବାଟବଣା…

ତଦନ୍ତ ବାଟବଣା କଣ ପାଇଁ ହେଉଛି, କାହା ପାଇଁ ଏଯାବତ୍ କୌଣସି ପ୍ରକାର ତଦନ୍ତ ଆଗକୁ ବଢ଼ିପାରୁନି ,ସବୁ ଯେମିତି ଆଦିତ୍ୟ, ସୌମ୍ୟ, ବେବିନା ଙ୍କ କଥା ଭୁଲିଗଲେ ଠିକ୍ ସେମିତି ଏଥର ମମିତା କଥା ବି ଭୁଲିବାକୁ ଲାଗିଲେଣି

ପୁଣି ଦୁଇଦିନ ପାରେ ମମିତା ପରି ଆଉ କେଉଁ ଝିଅ ସହ କିଛି ଘଟିଯିବ ଆଉ ଲୋକେ ପୁରୁଣା ବହି ଭୁଲିଗଲା ପରି ମମିତା କୁ ଭୁଲିଯିବେ, ଆଉ ତଦନ୍ତ ସେମିତି ଚାଲିଥିବ,

ଜବତ ମୋବାଇଲ  ଫୋନ୍ ଗଲା କୁଆଡେ, ଜେସିବି ଡ୍ରାଇଭର ର ବୟାନ ଆଧାର ରେ ଅନ୍ୟ ମାନଙ୍କୁ ତଦନ୍ତ ପରିସର କୁ ଅଣାଗଲା ନାହିଁ କଣ ପାଇଁ, କେଉଁ ଆଧାର ରେ ଦିବ୍ୟ ଶଙ୍କର କହିଲେ ମୁ ଜମା ଜାଣିନି ମହଲିଙ୍ଗ ର ସେ କଲେଜ କେଉଁଠି, ଯଦି ଜାଣିନାହାନ୍ତି ତ ଆପଣ ଙ୍କ ବେଶ୍ ରେ କିଏ ସେ କଲେଜ ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲା ତାହା ବି ତଦନ୍ତ ପରିସରଭୁକ୍ତ,

ଆଉ ଗୋଟେ କଥା ଗୋବିନ୍ଦ ବାର ବାର ମନ୍ତ୍ରୀ ଦିବ୍ୟ ଙ୍କ ନାମ ନେଇଥିବାରୁ ଦିବ୍ୟ ଙ୍କ ନାଆଁ ଏଇ କେସ ରେ ଉଠୁଛି, ଯଦି ମନ୍ତ୍ରୀ ସାମିଲ ନାହାନ୍ତି ତାହାଲେ ମନ୍ତ୍ରୀ ଗୋବିନ୍ଦ ନାଁ ରେ କେସ କରୁ ନାହାନ୍ତି କଣ ପାଇଁ , ମିଡ଼ିଆ ସେଇଆ ଦେଖେଇଛି ଯାହା ଅଭିଯୁକ୍ତ ଗୋବିନ୍ଦ କହିଛି,

ନିଜେ ଅଭିଯୁକ୍ତ ଗୋବିନ୍ଦ ମୃତ ମମିତା ଙ୍କ ବଡବାପା ଙ୍କୁ କହିଥିଲା କି ବ୍ୟସ୍ତ ହୁଅନ୍ତୁନି ଆପଣ ଙ୍କ ଝିଅ କଥା ମୁ ମନ୍ତ୍ରୀ ଙ୍କୁ କହିଛି ସେ ନିଶ୍ଚୟ କିଛି କରିବେ, ତେବେ ଯଦି ମନ୍ତ୍ରୀ ସବୁ ଜାଣିଛନ୍ତି ତାହାଲେ ଏବେ ମତେ ମିଛ ରେ ଘୋଷାଡି କେସ ରେ ପୁରା ଯାଉଚି କହି ମିଡ଼ିଆ ନାଁ ରେ ମାନହାନି ମକଦ୍ଦମା କରିବା ରହସ୍ୟ କଣ?

ମମିତା ଙ୍କୁ ମାରିବାର ପଛରେ ରହସ୍ୟ କଣ, ଗୋବିନ୍ଦ କାହିଁକି ମାରିଛି, ଜଣେ ପ୍ରଫେସନାଲ ଖୁନି ପରି ମାରି ଖଣ୍ଡ ଖଣ୍ଡ କରି କାଟି ପୋଡ଼ି ଶେଷ ରେ ପୋତି ପକେଇବା କଥା ସହଜ ରେ ହଜମ ହେଉନି, ଜଣେ ଉପରୁ ସାହସ ନ ପାଇଲେ ଏକା ଏସବୁ କରିପାରିବ ନାହିଁ, ତେବେ ଏହି ସବୁ ର ଉଚ୍ଚସ୍ତରୀୟ ତଦନ୍ତ ନିହାତି ଦରକାର, ଦେଖା ଯାଉ ସରକାର କଣ ନିଷ୍ପତି ନେଉଛନ୍ତି

Leave a Reply

Your email address will not be published. Required fields are marked *