ଝିଅ କେସ ରେ ଗଲା ଇଜ୍ଜତ , ଗାଆଁ ଦାଣ୍ଡ ରେ ଚୂନ କାଳୀ ବୋଲି ବୁଲାଇଲେ…

ଝିଅ କୁ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ଲୋକ କୁ ଗାଆଁ ଲୋକେ ଉଚିତ୍ ଶାସ୍ତି ଦେଲେ ଆଉ ମୋବାଇଲ ରେ ରେକର୍ଡ କରି ଭାଇରାଲ ବି କରିଦେଲେ।

ଘଟଣା ଟି ହେଉଛି କି ସଂପୃକ୍ତ ଯୁବକ ରଞ୍ଜନ ବାରିକ ରାଜ କନିକା ର ତାଟନା ବଜାର ରେ ଗୋଟେ ହୋଟେଲ୍ ରେ କାମ କରୁଥିବା ଝିଅ କୁ ଦୋକାନ ଭିତରେ ପଶି ଅଶ୍ଳୀଳ ଇଙ୍ଗିତ କରିବା ସହ ନିଜ ପ୍ୟାଣ୍ଟ୍ ର ଚେନ୍ ଖୋଲି ପାଖକୁ ଯାଉଥିଲା

ଏହି ସମୟ ରେ ଝିଅ ଟି ଭୟଭୀତ ହେଇ ମାଲିକ କୁ ଚିଲ୍ଲେଇ ଡାକିବା ସହ ଦଉଡ଼ି ଆସିଥିଲା, ଲୋକେ କଣ ହେଲା ଭାବି ଭିତରକୁ ଗଲାରୁ ଅଭିଯୁକ୍ତ ଦଉଡ଼ି ପଳେଇ ଯିବାକୁ ବସିଥିଲା ହେଲେ ଲୋକେ ତାକୁ ଧରି ମୁହଁ ରେ ଚୂନ କାଲି ଆଉ ଲଙ୍ଗଳା କରି ଗାଆଁ ଦାଣ୍ଡ ରେ ବୁଲେଇବା ସହ ପୋଲିସ ର ଜିମା ଦେଇଛନ୍ତି

ଏହା ଆଗରୁ ସଂପୃକ୍ତ ଯୁବକ ବିଭିନ୍ନ ସମୟରେ ଝିଅ ମାନଙ୍କୁ ଖରାପ୍ ବ୍ୟବହାର କରେ ତେବେ ଗାଆଁ ଲୋକ ଙ୍କ ଏହି ପଦକ୍ଷେପ କୁ ସବୁ ଆସୁ ତାରିଫ୍ କରାଯାଉଛି କିନ୍ତୁ ଆଇନ୍ କୁ ଏଭଳି ଭାବେ ହାତକୁ ନେବା ଠିକ୍ ନୁହେଁ ବୋଲି କେତେକ ମତ ଦେଉଛନ୍ତି

Leave a Comment

Your email address will not be published. Required fields are marked *

Scroll to Top