ଦିନକୁ ମାତ୍ର ୪ ଘଣ୍ଟା ପାଠ ପଢ଼ି ହେଲା NEET 2021 ର ଟପ୍ପର, ଆସନ୍ତୁ ଜାଣିବା କେମିତି…

NEET 2021 ଟପ୍ପର : କେବଳ ପ୍ରସ୍ତୁତି ସମୟରେ ନୁହେଁ ବରଂ NEET ଚେଷ୍ଟା କରିବା ସମୟରେ ମଧ୍ୟ ଶ୍ରୀନାଲ କୁଟେରୀଙ୍କର ଏକ ନିଆରା ଉପାୟ ଥିଲା | ଅଧିକାଂଶ ଟପର୍ସ ପ୍ରଥମେ ବାୟୋଲୋଜି ବିଭାଗକୁ ଆଗ  ପଢ଼ୁ ଥିଲା ବେଳେ  ଶ୍ରୀନାଲ ଏହାକୁ ଶେଷରେ ନେଇଥିଲେ

ଅନେକ ଟପ୍ପରଙ୍କ ପରି ଯେଉଁମାନେ ଦିନକୁ 12-14 ଘଣ୍ଟା ଅଧ୍ୟୟନ କରିଛନ୍ତି ବୋଲି ଦାବି କରନ୍ତି, NEET 2021 ରେ ଅଲ ଇଣ୍ଡିଆ ରାଙ୍କ ୧ନମ୍ୱର୍ ରଖିଥିବା ଶ୍ରୀନାଲ କୁଟେରୀ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ  କହିଛନ୍ତି ଯେ ସେ ଏକ ସ୍ଥିର ରୁଟିନ୍ ଅନୁସରଣ କରନ୍ତି  ଏବଂ ପ୍ରତି 45 ମିନିଟରେ ବିରତି ନେଇଥା’ନ୍ତି

ସେ NEET ପ୍ରସ୍ତୁତିରେ ବିତାଇଥିବା 2.5 ବର୍ଷ ମଧ୍ୟରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଶୋ ଦେଖୁଥିଲେ, ଟପ୍ପର ଶ୍ରୀନାଲ୍  କହିଛନ୍ତି ଯେ ଟିଭି ଶୋ ତାଙ୍କୁ ଦୁଖ ସମୟରେ ଉତ୍ସାହିତ କରିଥିଲା।

ମୁଁ ଅଲଗା ଟପ୍ପର ଙ୍କ ପରି ଘଣ୍ଟା ଘଣ୍ଟା ଧରି ବହି ଆଗରେ ବସି ରହିପାରିବିନି, ମୋ ପାଖରେ ଲାପଟପ୍, ମୋବାଇଲ, ଟିଭି, ସବୁ ଥିଲା ଯାହା ମୋର୍ ପଢ଼ିବା ପାଖରୁ ଧ୍ୟାନ ହଟାଇବାକୁ ଯଥେଷ୍ଟ ଥିଲା କିନ୍ତୁ ମୁଁ ମାତ୍ର ଦିନକୁ ୪ ଘଣ୍ଟା ପାଠ ପଢ଼ୁଥିଲି, ବିନା ଚିନ୍ତା ଆଉ ବିନା ମୁସ୍କିଲ ରେ ମୁଁ ମୋର୍ ପାଠ ପଢା ଶେଷ କରିଥାଏ

କହି ରଖୁଛୁ କି ଦିନକୁ ମାତ୍ର ୪ ଘଣ୍ଟା ପାଠ ପଢ଼ିଁ ଶ୍ରିନାଲ NEET 2021 ପରୀକ୍ଷା ରେ ସର୍ବଭାରତୀୟ ରାଙ୍କ ରେ ପ୍ରଥମ ସ୍ଥାନ ହାସିଲ କରିଛନ୍ତି

Leave a Comment

Your email address will not be published. Required fields are marked *

Scroll to Top