ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଯଦି ଘରେ ଅଗ୍ରଗତି ଏବଂ ସୁଖ-ଶାନ୍ତିର ଆବଶ୍ୟକ ଅଛି, ତେବେ ଏହି ଦିନ କରନ୍ତୁ ଏହି ୫ଟି ସହଜ ଉପାୟ

ତନ୍ତ୍ର ଶାସ୍ତ୍ର ଅନୁଯାୟୀ, ଯେକୌଣସି ମନସ୍କାମନା ପୁରା କରିବାପାଇଁ ଚାରି ରାତି କାଳରାତ୍ରି, ଅହୋରାତ୍ରି, ଦାରୁଣରାତ୍ରି ଏବଂ ମୋହରାତ୍ରି ଅର୍ଥାତ ଜନ୍ମାଷ୍ଟମୀର ଦିନ ସବୁଠାରୁ ଠିକ କୁହାଯାଇଛି | ବିଶ୍ୱାସ କରାଯାଏ ଯେ ଏହି ସମୟରେ କରାଯାଇଥିବା ପ୍ରତିକାର ସବୁଠାରୁ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥାଏ | ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରତିକାର ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟ ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଲାଭ ହୋଇପାରେ |

୧. ତୁଳସୀ ଗଛକୁ ପରିକ୍ରମଣ କରିବାଦ୍ୱାରା ହେବ ଘରେ ଶାନ୍ତି :-

ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାରେ ଆପଣ ଗାଧୋଇବେ ଏବଂ ସଫା ପୋଷାକ ପିନ୍ଧି ତୁଳସୀ ପାଖରେ ଘିଅର ଦୀପ ଜଳାନ୍ତୁ | ଏହାପରେ ଉତ୍ତର ଆଡକୁ ମୁହଁ କରି ବସିପଡ଼ନ୍ତୁ ଏବଂ ଓଁ ନମଃ ଭଗବତେ ବାସୁଦେବାୟକୁ ଜପ କରନ୍ତୁ | ଏହା ପରେ ଏହି ଜପ ସହିତ ତୁଳସୀକୁ ୧୧ଥର ପରିକ୍ରମଣ କରନ୍ତୁ | ଏପରି କରିବା ଦ୍ୱାରା ଘରେ ସବୁବେଳେ ସୁଖ ଏବଂ ଶାନ୍ତି ଏବଂ ଭଲପାଇବାର ବାତାବରଣ ରହିବ |

୨. ହଳଦିଆ ରଙ୍ଗରୁ ହେବ ସଫଳତା ପ୍ରାପ୍ତି :-

ସମସ୍ତେ ଜାଣନ୍ତି ଯେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ | ଭଗବାନ କୃଷ୍ଣଙ୍କୁ ପିତାମ୍ବର ଧାରୀ ମଧ୍ୟ କୁହାଯାଏ | ପିତାମ୍ବରର ଅର୍ଥ ହଳଦିଆ, ସେଥିପାଇଁ ଜନ୍ମାଷ୍ଟମୀ ଦିନ ଆପଣ ଯେ କୌଣସି ମନ୍ଦିରରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ପୋଷାକରେ ଦେଖିବେ | ଏପରିକି ହଳଦିଆ ରଙ୍ଗର ମିଠା ମଧ୍ୟ ତାଙ୍କୁ ଦିଆଯାଏ | ଯଦି ଆପଣ ଏହି ଦିନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ଜିନିଷ ପ୍ରଦାନ କରନ୍ତି, ତେବେ ଆପଣ ଧନ, ଖ୍ୟାତି ଏବଂ ସଫଳତା ପ୍ରାପ୍ତ କରିବେ |

୩. ଚାକିରୀରେ ଅଗ୍ରଗତି :-

ଯଦି ଚାକିରି କିମ୍ବା ପଦୋନ୍ନତିରେ ହେଉ ହେଉ ଅଟକି ଯାଉଛି, ତେବେ ଜନମାଷ୍ଟମୀ ଦିନ ୭ ଜଣ ଝିଅଙ୍କୁ ଘରକୁ ଡାକି ସେମାନଙ୍କୁ କ୍ଷୀର କିମ୍ବା ଧଳା ମିଠା ଖାଇବାକୁ ଦିଅନ୍ତୁ କିମ୍ବା ଦାନ କରନ୍ତୁ | ଆସନ୍ତା ୭ ଶୁକ୍ରବାରରେ ଏହା କରନ୍ତୁ | ଏହା ଦ୍ୱାରା ଆପଣଙ୍କର ଚାକିରୀ ସଫଳ ହେବ ଏବଂ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ |

୪. ତୁଳସୀ ମାଳାର ଜପ ଦେବ ସଂଘର୍ଷରୁ ମୁକ୍ତି :-

ଯଦି ଆପଣଙ୍କ ଜୀବନ ସଂଘର୍ଷରେ ଭରିରହିଛି, ଚାହିଁଲେ ବି ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଂଚି ପାରୁନାହାନ୍ତି ତେବେ ଜନ୍ମାଷ୍ଟମୀ ଦିନ ତୁଳସୀମାଳାର ଜପ ନିଶ୍ଚିତ ଭାବେ କରନ୍ତୁ | ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ |

୫. ହଳଦିଆ ଫୁଲ ପହଞ୍ଚାଇବ ଧନଲାଭ ପାଖରେ :-

ଜନ୍ମାଷ୍ଟମୀ ଦିନ ସକାଳୁ ସ୍ନାନ କରି ଆପଣ ନିଜର ଆଖପାଖ କୃଷ୍ଣ ମନ୍ଦିର ଯାଆନ୍ତୁ ଏବଂ ସେଠାରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ମାଳା କିମ୍ବା ଫୁଲ ଚଢାନ୍ତୁ | ଯଦି ସମ୍ଭବ ହେବ ତେବେ ମନ୍ଦିରକୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ସଜେଇ ଦିଅନ୍ତୁ | ଏପରି କରିବାଦ୍ୱାରା ଆପଣଙ୍କୁ ଧନପ୍ରାପ୍ତି ହେବ ଏବଂ ଏହାସହିତ ଆର୍ଥିକ ସଙ୍କଟ କମ ହେବ |

Leave a Reply

Your email address will not be published. Required fields are marked *