ଆପଣ ମାନେ ଜାଣିଥିବେ ରାଗ ହିଁ ନିଜର ବଡ଼ ଶତ୍ରୁ । ରାଗ ବଢ଼ିଗଲେ ଠିକ ଭୁଲ, ଭଲ ମନ୍ଦ ଜାଣିହୁଏ ନାହି । ଯିଏ କ୍ରୋଧ କୁ ନିଜ ଆୟତ୍ତ ରେ ରଖିପାରିଛି ସେ ସବୁ ପରିସ୍ଥିତି କୁ ଭଲ ରେ ସୁଧାରି ପାରିବ । ଝିମିଟି ଖେଳ ରୁ ମହାଭାରତ ଭଳି ଛୋଟ ଛୋଟ ରାଗ ରୁ ହିଁ ବଡ଼ ଝଗଡା ଘଟିଥାଏ । ଆଉ ଶେଷରେ ଏହି ଝଗଡା ଯେ କେଉଁ ରୂପ ନେବ ତାର ଅନୁମାନ କରିହେବ ନାହିଁ ।
ଆପଣ ମାନେ ଅଟୋ ରେ ଯିବା ଆସିବା କରୁଥିବେ । ବହୁତ ଅଟୋ ଚାଳକ ଭଲ ଥିଲା ବେଳେ କିଛି ଜଣ ଖରାପ ବି ଥାନ୍ତି ,ସେମିତି ଅଟୋ ଚାଳକ ବିଭିନ୍ନ ଗ୍ରାହକ ମାନଙ୍କୁ ନେଇଥାନ୍ତି। କିଛି ଗ୍ରାହକ ମଧ୍ୟ ଭଲ ଓ କିଛି ଖରାପ ରହିଥାନ୍ତି । ତେବେ ରାଜଧାନୀ ରେ ତ ସବୁ ପ୍ରକାର ର ଘଟଣା ଦୁର୍ଘଟଣା ଘଟିଚାଲୁଛି । ରାଜଧାନୀ ର ରାଜରାସ୍ତା ରେ ଚାଲିଥିଲା ପାଟି ତୁଣ୍ଡ । ପାଖରେ ଲୋକ ବି ଜମା ହୋଇଥିଲେ । ଜଣେ ଯୁବତୀ ଓ ଅଟୋ ଚାଳକ ଙ୍କ ମଧ୍ୟରେ ଯୁକ୍ତି ବି ଚାଲିଥିଲା ।
ଅବସ୍ଥା ଏତେ ଅସମ୍ଭାଳ ହେଲା ଯେ ଦୁହିଁଙ୍କର ପୋଲିସ ଷ୍ଟେସନ ନିଆଗଲା । ସୂଚନା ଅନୁଯାୟୀ ଭୁବନେଶ୍ୱର ରେ ଜଣେ ଅଟୋ ଚାଳକ ଜଣେ ଯୁବତୀ ଙ୍କୁ ନେଇ ଯାଉଥିଲେ । ତେବେ ଚାଳକ ଜଣଙ୍କ କହୁଛନ୍ତି ଯେ ଯୁବତୀ ଜଣଙ୍କ ରାସ୍ତା ସାରା ବହୁତ ହଇରାଣ କରିଛନ୍ତି ଏବଂ ୧୦୦ ଟଙ୍କା ଭଡା ଦେଇ କହୁଛନ୍ତି ୨୦୦ ଟଙ୍କା ଦେଇଛନ୍ତି ଏମିତି କି ଏହି ଅଟୋ ଚାଳକ ଙ୍କୁ ତାଙ୍କ ରଙ୍ଗ ଛଡେଇ ଦେବି ଏବଂ ଜୀବନ ରୁ ମାରିଦେବି ର ଧମକ ମଧ୍ୟ ଦେଇଛନ୍ତି ଯୁବତୀ ।
ଏବଂ ଯୁବତୀ କହୁଛନ୍ତି ଏହି ଅଟୋ ଚାଳକ ତାଙ୍କୁ ଖରାପ ବ୍ୟବହାର କରିଛନ୍ତି ଏବଂ ତାଙ୍କୁ ରେପ କରିବା କଥା ବି କହିଛନ୍ତି । ଅଟୋ ଚାଳକ ଜଣଙ୍କ ରାଗରେ ଏମିତି କହିଛନ୍ତି ବୋଲି ବି ମାନିଛନ୍ତି । ତେବେ ବୁଝା ବୁଝି ପରେ ବି ଦୁହେଁ ନ ବୁଝିବାରୁ ଦୁହିଁଙ୍କୁ ଥାନା କୁ ନିଆଯାଇଥିଲା ଏବଂ ଉଭୟ ନିଜ ଭୁଲ ବି ମାନିଥିଲେ । ଯୁବତୀ ଜଣଙ୍କ ତାଙ୍କୁ ମାରିଥିବାର ଭିଡ଼ିଓ ବି ଭାଇରାଲ ହେଉଛି । ସାମନ୍ୟ କଥା କୁ ନେଇ ବୁଝାମଣା ଭୁଲ କରି ଏତେ ସବୁ ପରିସ୍ଥିତି କରି କଣ ବା ଲାଭ ମିଳିଲା । ତେବେ କୌଣସି ଘଟଣା କୁ ପ୍ରଥମେ ବୁଝି ସୁଝି ସମାଧାନ କରିବା ଦରକାର ନହେଲେ ତାର ପରିମାଣ ଖରାପ ହେଇଥାଏ । ଉଭୟ ଙ୍କ ନାମ ରେ ମାମଲା ମଧ୍ୟ ରୁଜୁ ହେଇଛି ।ତେବେ ଆଗକୁ ପୋଲିସ ହିଁ ଏହା ର ସମାଧାନ କରିବେ ।