ମନୋରଞ୍ଜନ

ବାରିପଦା ରେ ପୁରୁଷ ପେଟ ରେ ବାହାରିଲା ଭ୍ରୁଣ, ଇତିହାସ ରେ ପ୍ରଥମ..

ବାରିପଦାର ଏକ ଘରୋଇ ହସ୍ପିଟାଲରେ ଜଣେ ଯୁବକଙ୍କ ବିରଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଯୁବକ ଜଣଙ୍କ ସଦର ବ୍ଲକ ବଡ଼ଚଳ ପଞ୍ଚାୟତର ତସରଡା ଗାଁର ଅଟନ୍ତି।ଦୀର୍ଘ ୨୩ ବର୍ଷ ଧରି ତାଙ୍କ ପେଟରେ ବଢ଼ୁଥିବା ଏକ ମାଂସପିଣ୍ଡୁଳା କୁ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି।

ମାଂସପିଣ୍ଡୁଳା ଟି ମନିଶାକୃତିର ଓ ଏଥିରେ ୬ ଟି ଦାନ୍ତ ଏବଂ ଲମ୍ବା ଚୁଟି ରହିଥିବାର ତାହା ଏବେ ଚର୍ଚ୍ଚାର କାରଣ ପାଲଟିଛି।ଜନ୍ମ ହେବାର ଏକ ବର୍ଷ ପରେ ଏମିତି ହୋଇଥିଲା।ଯୁବକଙ୍କ ପେଟଟି ମଧ୍ୟ ବୃଦ୍ଧି ପାଇଥିଲା।ବାପା ମା ସରକାରୀ ବା ବେସରକାରୀ ଡାକ୍ତରଖାନାରେ ପରାମର୍ଶ ନେଇଥିଲେ।

ତାପରେ କଟକ ବଡ଼ ମେଡିକାଲ୍ କୁ ନେଇ ଚିକିତ୍ସା କରେଇ ମଧ୍ୟ କୌଣସି ସୁଫଳ ମିଳିନଥିଲା।ପରବର୍ତ୍ତୀ ସମୟରେ ବାରିପଦାର ଘରୋଇ ହସ୍ପିଟାଲରେ ରୋଗି ର କାରଣ ଅନୁଧ୍ୟାନ କରିବା ପରେ ଅସ୍ତ୍ରୋପଚାର ମାଧ୍ୟମରେ ଯୁବକଙ୍କୁ ନୂଆ ଜୀବନ ଦେଇହେବ ବୋଲି କହିଥିଲେ।

ଏ ସି ପି ମେଡିକାଲ୍ କଲେଜର ସିନିୟର୍ ଅସ୍ତ୍ରୋପଚାର ଡାକ୍ତର ଦୀପକ୍ ରଞ୍ଜନ ନାୟକ ଓ ହସ୍ପିଟାଲର କର୍ମଚାରୀ ଅତ୍ୟାଧୁନିକ ଅସ୍ତ୍ରୋପଚାର କୁ ନେଇ ଅପରେସନ ଆରମ୍ଭ କରିଥିଲେ।ଡାକ୍ତରଙ୍କ କହିବା ମୁତାବକ ଏହା ଏକ ବିରଳ ରୋଗ।ବହୁତ୍ କଷ୍ଟକର ଅପରେସନ ହୋଇଥିଲା।ଅସ୍ତ୍ରୋପଚାର ପରେ ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।

Leave a Reply

Your email address will not be published. Required fields are marked *