ରାଜ୍ୟ ଖବର

କରୋନାକୁ ହରାଇବା ପାଇଁ ସାମ୍ନାକୁ ଆସିଲେ ଏହି ନିରୀହ ପିଲାମାନେ, ଏମାନଙ୍କ କଥା ଶୁଣି ମୁଣ୍ଡ ବୁଲାଇଦେବ

କରୋନା ଭାଇରସ ସହିତ ସଂଘର୍ଷ କରୁଥିବା ଆମ ଦେଶରେ ଗତ ବର୍ଷଠାରୁ ସ୍କୁଲ କଲେଜ ବନ୍ଦ ରହିଛି | ତେବେ ଗତବର୍ଷ ଅକ୍ଟୋବର-ନଭେମ୍ବରରେ ସ୍କୁଲ କଲେଜକୁ କିଛି ସମୟ ପାଇଁ ଖୋଲାଯାଇଥିଲା, କିନ୍ତୁ ଦ୍ୱିତୀୟ ଲହର ପାଇଁ ପୁଣିଥରେ ସ୍କୁଲକୁ ବନ୍ଦ କରି ଦିଆଯାଇଛି ଏବଂ ବର୍ତ୍ତମାନ ମଧ୍ୟ ଅଧିକାଂଶ ସ୍କୁଲ କଲେଜ ବନ୍ଦ ହିଁ ରହିଛି | ଏପରି ପରିସ୍ଥିତିରେ କିଛି ପିଲା ବହୁତ ଖୁସି ଅଛନ୍ତି ଏବଂ ସ୍କୁଲ ଖୋଲିବ ବୋଲି ଡରୁଛନ୍ତି | ପିଲାମାନଙ୍କର ଡରର ଏକ ଏପରି ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ସ୍କୁଲର ଦୁଇଜଣ ପିଲା ଏପରି କିଛି କଥା କରୁଥିବାର ଦେଖାଯାଉଛନ୍ତି, ଯାହାକୁ ଶୁଣି ଆପଣଙ୍କର ହସ ବାହାରିପଡିବ |

ଏହି ଭିଡିଓକୁ ଟିଭି ଜର୍ଣ୍ଣାଲିଷ୍ଟ ଅଶୋକ ଶ୍ରୀବାସ୍ତବ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି | ସେ ଏହି ଭିଡିଓକୁ ଜୁନ ୪ରେ ସେୟାର କରିଥିଲେ | ଯାହାକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୧୯ ହଜାର ୫୦୦ ରୁ ଅଧିକଥର ଦେଖାଯାଇଛି | ସେହିପରି ୫୪୦୦ ରୁ ଅଧିକ ଲାଇକ ଏବଂ ୧୧୦୦ ରୁ ଅଧିକ ରିଟ୍ୱିଟ ମଧ୍ୟ ଏହି ଭିଡିଓକୁ ମିଳିଛି | ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ପିଲା କହୁଛି ଯଦି କରୋନା ସହିତ ଲଢ଼ିବାପାଇଁ ଆମର ପାଠପଢାକୁ ତ୍ୟାଗ କରିବାକୁ ପଡ଼ିଯାଏ, ତେବେ ମୋଦି ସାର ଆମେ ପ୍ରସ୍ତୁତ ଅଛୁ |

ତାପରେ ଦ୍ୱିତୀୟ ପିଲାଟି କହୁଛି ଯେ ଯଦି ୭ ବର୍ଷ ମଧ୍ୟ ସ୍କୁଲ ବନ୍ଦ କରିବାକୁ ପଡେ, ତେବେ ଏହି ବଳିଦାନ ଆମେ ଦେବୁ | ଏହି ପିଲାମାନଙ୍କର ବଳିଦାନ ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି | ଏହି ଭିଡିଓକୁ ଦେଖିଲେ ବିଶ୍ୱାସ କରନ୍ତୁ ଆପଣ ହସିହସି ଗଡ଼ିଯିବେ | ପିଲାମାନେ ଯେଉଁ ଷ୍ଟାଇଲରେ ଏସବୁ କହୁଛନ୍ତି ତାହା ମଧ୍ୟ ଦେଖିବା ଯୋଗ୍ୟ ଅଟେ |

Leave a Reply

Your email address will not be published. Required fields are marked *