ରାଜ୍ୟ ଖବରଭାଇରାଲ ଭିଡିଓ

ଅଜଗର ରୋକିଲା ବାଘର ରାସ୍ତା, ନିରାଶ ହୋଇ ଫେରିଲା ବଳୁଆ ଶି-କା-ରୀ

ଦୁନିଆ ଅଜବ ପ୍ରକାରର ରହସ୍ୟରେ ଭରା ହୋଇ ରହିଛି | ସୌରମଣ୍ଡଳଠାରୁ ନେଇ ପୃଥିବୀ ପର୍ଯ୍ୟନ୍ତ ଏତେ ରହସ୍ୟ ରହିଛି ଯେ ଯାହାକୁ ଅନୁମାନ ମଧ୍ୟ କରାଯାଇପାରିବ ନାହିଁ | ଆମ ପାଖରେ ଘନ ଜଙ୍ଗଲ ପ୍ରାଣୀମାନଙ୍କର ରାଜ ଚାଲିଥାଏ | ସିଂହ ଏବଂ ବାଘକୁ ଜଙ୍ଗଲର ରାଜା ବୋଲି ମାନାଯାଏ,- ବିଶାଳ ଶରୀର ଧରିଥିବା ଅଜଗର ମଧ୍ୟ କାହାଠାରୁ କମ ବିପଦଜନକ ନୁହେଁ | ଅଜଗର ଏବଂ ବାଘ ସହିତ ଜଡିତ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

କୁହାଯାଉଛି ଯେ ଏହି ଭିଡିଓକୁ ଟ୍ୱିଟର ୟୁଜର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି | ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ” ବାଘକୁ ଅଜଗର ପାଇଁ ରାସ୍ତା ଛାଡିବାକୁ ପଡିଲା ” | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓ ଯେତେ ଆଶ୍ଚର୍ଯ୍ୟଜନକ ଅଟେ, ସେତେ ଅଧିକ ଏହି ଭିଡ଼ିଓର କ୍ୟାପ୍ସନ ଭୟଙ୍କର ଅଟେ | ବାଘ ଏବଂ ଅଜଗରର ଏହି ଭିଡିଓକୁ ସୋସିଆଲ ମିଡ଼ିଆ ୟୁଜର୍ସ ବହୁତ ପସନ୍ଦ କରୁଛନ୍ତି |

ବାଘ ଉପରେ ଭାରି ପଡିଲା ଅଜଗର :-

ଭାଇରଲ ହେଉଥିବା ଭିଡିଓରେ ବାଘ ରାସ୍ତାରେ ଅଜଗରକୁ ଦେଖି ଅଟକିଯାଉଛି | ଅଜଗର ବାଘ ଆଡକୁ ମୁହଁ କରିବାମାତ୍ରେ ସେ ତୁରନ୍ତ ନିଜ ରାସ୍ତା ବଦଳାଇ ଦେଉଛି | ଏହି ଭିଡିଓ ଦେଖିବାପରେ ଗୋଟିଏ କଥା ବୁଝିହୁଏ ଯେ ବାଘ ଯେତେ ବି ଖତରନାକ ପଶୁ ହେଲେ ମଧ୍ୟ ସେ ବି ଅଜଗରକୁ ଡରିଥାଏ |

ଦେଖନ୍ତୁ ଭିଡିଓ :-

୭୩ ହଜାରରୁ ଅଧିକ ଥର ଦେଖାଗଲାଣି ଭିଡିଓ :-

ଏହି ଭିଡିଓକୁ ଯିଏ ବି ଦେଖୁଛି, ଆଶ୍ଚର୍ଯ୍ୟ ହୋଇଯାଉଛି | ଭାଇରଲ ହେଉଥିବା ଏହି ଭିଡିଓକୁ ୭୩ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି | ୟୁଜରମାନେ ଏହି ଭିଡିଓରେ କୌତୁହଳପୂର୍ଣ୍ଣ କମେଣ୍ଟ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ମଣିଷମାନଙ୍କୁ ମଧ୍ୟ ଏଥିରୁ କିଛି ଶିଖିବା ଉଚିତ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଅଜଗର ବାଘ ଆଡକୁ ମୁହଁ କରି କହିଲା ଯେ ଯାଅ ନା ଭାଇ, ମୁଁ ତୁମକୁ କିଛି କହିଛି କି ?

Leave a Reply

Your email address will not be published. Required fields are marked *