ମମିତା ଙ୍କ ମୋବାଇଲ ରେ ରହିଛି କି ମନ୍ତ୍ରୀ ଆଉ ଛାତ୍ରୀ ଙ୍କ ଗୁପ୍ତ ଭିଡିଓ?? ଗୋବିନ୍ଦ କୁ ମିଛ ଏନକାଉଣ୍ଟର କରାଯିବ..?

ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ର ଅଲଗା ଦିଗ ଖୋଜୁଛି ପୋଲିସ, ଷ୍ଟାଡିୟମ୍ କୁ ପୁଣି ଥରେ ଖୋଳିବା ଆରମ୍ଭ କରିଛି ପୋଲିସ, ଗତକାଲି ଅଭିଯୁକ୍ତ ଗୋବିନ୍ଦ କୁ ଗିରଫ ପରେ ନୂଆ ନୂଆ ତଥ୍ୟ ର ଖୁଲାସ ହେଇଥିଲା

ତେବେ ଏବେ ସେଦିନ ଘଟଣା ରେ କଣ କଣ ସବୁ ହେଇଛି ଆଉ କିପରି ଭାବେ ସେ ଘଟଣା ଘଟିଛି ତାହା ଜାଣିବାକୁ ସେଦିନ ର ସିନ ଆଉ ଥରେ ତିଆରି କରିବ ଗୋବିନ୍ଦ ,ସନ୍ଦେହ ହେଲେ ହୁଏତ ତଦନ୍ତ ମୂଳ ରୁ ହୋଇପାରେ

ଗୋବିନ୍ଦ ସହ ବଡ଼ ବଡ଼ ନେତା ସାମିଲ ଥିବା ନଜିର ଆସୁଛ କାରଣ ଘଟଣା ଦିନ ଗୋବିନ୍ଦ କଲ୍ ରେ ଶିକ୍ଷୟତ୍ରୀ ଙ୍କ ବଡବାପା କୁ କହିଥିଲା କି ମୁ ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କ ସହ କଥା ହେଇଛ ଏଇ ବିଷୟରେ ଆଉ ତମ ଝିଅ ନିଶ୍ଚୟ ସେ ଖୋଜିଦେବେ

ଏପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହୋଦୟ ମଧ୍ୟ ମିଡ଼ିଆ ଠୁ ଦୂରେଇ ଦୂରେଇ ରହୁଛନ୍ତି, ଦିନ ସେ କହିଥିଲେ କି ଏଇ ମହଲିଂଗ କଲେଜ କୌଣସି ରେଭେନ୍ସା ଠାରୁ କମ୍ ନୁହେଁ ହେଲେ ଆଜି ସେଇ କଲେଜ ର ଅଧ୍ୟକ୍ଷ ଗିରଫ ଦାରୀ ରେ ସେ ନିଜ କୁ ଦୂରେଇ ରଖିଛନ୍ତି କେମିତି, ହେଲିକପ୍ଟର ରେ ଆସି କଲେଜ ର ଉତ୍ସବ ରେ ଯୋଗ ଦେଉଥିବା ମନ୍ତ୍ରୀ ଆଜି ଚୁପ୍ କଣ ପାଇଁ

ବିରୋଧୀ ଦଳ ସନ୍ଦେହ କରୁଛ କି ହୁଏତ କଲେଜ ର ଛାତ୍ରୀ ମାନଙ୍କୁ ନେତା ମାନଙ୍କ ପାଇଁ ଯୋଗାଉଥିଲା ଗୋବିନ୍ଦ ଯାହା ଧରିଦେଇଥିଲେ ଶିକ୍ଷୟତ୍ରୀ ମମିତା, ଆଉ ଗୋବିନ୍ଦ ର ଏଇ କଳାକାରନାମା ର ପର୍ଦାଫାଶ କରିବାକୁ ସେ ପ୍ରମାଣ ବି ରଖିଥିଲା ହେଲେ ଗୋବିନ୍ଦ ଏହା ଜାଣିପାରି ସବୁଦିନ ପାଇଁ ତାଙ୍କୁ ରାସ୍ତା ରୁ ହଟେଇ ଦେଲା

ମମିତା ଙ୍କ ମୋବାଇଲ ଏଯାଏ ମିଳିପାରିନି, ମୋବାଇଲ ରେ ଥିଲା ସମସ୍ତ ତଥ୍ୟ ତେବେ ମୋବାଇଲ ଜାଣିଶୁଣି ପୋଲିସ ରଖିଛି କି ଗୋବିନ୍ଦ ତାହା ଜଣାପଡିନି, ଏପଟେ ଗୋବିନ୍ଦ କୁ କଣ ପାଇଁ ଖସାଇ ଦିଆଗଲା ତାହାର ତଦନ୍ତ ହେଉ ବୋଲି ସତ୍ୟପାଠ ଖବର ଏଡ଼ିଟର କହିଛନ୍ତି

ଗୋବିନ୍ଦ ଜଣେ ପ୍ରଥମ ଥର ଧରା ହେଇଥିବା ଅପରାଧୀ, ସେ ପ୍ରଫେସନାଲ ପରି ଲାଇନ୍ କଟୁ କଟୁ ଫେରାର ହେଇଯାଉଚି ଆଉ ପୋଲିସ ଜାଣିପାରୁନି କେମିତି, ଏହା ପଛରେ ବଡ଼ ବଡ଼ ମାଛ ଅଛନ୍ତି, ତେବେ କର୍ତ୍ତବ୍ୟ ରେ ଅବହେଳା ଦେଖାଇ  ଆଇଆଇସି ଙ୍କୁ ସସପେଣ୍ଡ କରାଯାଇଛି

ତେବେ ଦେଖିବାକୁ ବାକି ରହିଲା ସୌମ୍ୟ ଙ୍କ କେସ ପରି ଏଇ କେସ କେତେଦିନ ଚାଲିବ ଆଉ କିଏ ସବୁ ଦଣ୍ଡ ପାଇବେ..

Leave a Comment