ସୌମ୍ୟ ଆଉ ମମିତା ଙ୍କ ମାମଲା ଏକ ପ୍ରକାର ସମାନ ବୋଲି ଯୁକ୍ତି ଆସୁଚି କାରଣ, ସୌମ୍ୟ ଘଟଣା ରେ ଥିଲା ପରକୀୟା ପ୍ରୀତି , ସ୍ତ୍ରୀ ର ପରକୀୟା ପ୍ରୀତି ସନ୍ଦେହ ରେ ସୌମ୍ୟ ଙ୍କୁ ରାସ୍ତା ରୁ ହଟାଇ ଦିଆଗଲା ସନ୍ଦେହ ଆଉ ଠିକ୍ ସେମିତି ମମିତା ଙ୍କ କ୍ଷେତ୍ର ରେ ବି ହେଇଛି
ସୌମ୍ୟ ଙ୍କ ଘଟଣା ରେ ଜଙ୍ଗଲ ମନ୍ତ୍ରୀ ଙ୍କ ସହ ପ୍ରଭାବଶାଳୀ DFO ସାମିଲ ବୋଲି ପରିବାର ସନ୍ଦେହ କରୁଥିବା ବେଳେ ମମିତା ଙ୍କ କ୍ଷେତ୍ର ରେ ରାଷ୍ଟ୍ର ମନ୍ତ୍ରୀ, ଆଇନ ମନ୍ତ୍ରୀ ସାମିଲ ବୋଲି ପରିବାର ସନ୍ଦେହ କରୁଛନ୍ତି
ସୌମ୍ୟ ଙ୍କୁ ସନ୍ଦେହ ଜନକ ଭାବେ ପୋଡ଼ି ଦିଆ ଯାଇଥିବା ବେଳେ ମମିତା ଙ୍କୁ ସେଇପରି ଜାଳି ପ୍ରମାଣ ନଷ୍ଟ ପାଇଁ ପୋତି ଦିଆଗଲା ଆଉ ମନ୍ତ୍ରୀ ଙ୍କୁ ବଞ୍ଚାଇବାକୁ ହୁଏତ ମୋବାଇଲ ଗୟବ କରିଦିଆ ଗଲା
ଆଜିକାଲି ଓଡ଼ିଶା ରେ ଯାହା ଯାହା ସବୁ ଅପରାଧ ଦେଖିବାକୁ ମିଳୁଛି, ସବୁରି ପଛରେ ଶାସନ ଦଳ ନେତା ମନ୍ତ୍ରୀ ଙ୍କ ହାତ ରହୁଥିବା ଦେଖିବାକୁ ମିଳୁଛି, ପ୍ରଶାସନ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ହେଇ ଯାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି
ନିଜ ମନ୍ତ୍ରୀ ଙ୍କ ଉପରେ ଅଭିଯୋଗ ରେ କିମ୍ବା ଏତେ ବଡ଼ ଘଟଣା ରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ସତ ରେ ହସ୍ୟସ୍ପଦ ବୋଲି କଂଗ୍ରେସ କହିଛି, ତେବେ ମମିତା ଙ୍କ ପରିବାର ଲୋକେ ବି ସୌମ୍ୟ ଙ୍କ ପରି ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଚୁପ୍ ରହୁଛି ପ୍ରଶାସନ
ହୁଏତ ସୌମ୍ୟ କେସ ରେ ବିଦ୍ୟାଙ୍କୁ ବଳି ପକେଇ ମନ୍ତ୍ରୀ ଆଉ DFO କୁ ବଞ୍ଚାଇବା ଭଳି, ଏଠି ଗୋବିନ୍ଦ କୁ ବଳି ପକେଇ ଅନ୍ୟ ମନ୍ତ୍ରୀ ଙ୍କ କଳାକାରନାମା କୁ ଘୋଡ଼ା ଗଲା ବୋଲି ସାଧାରଣ ରେ ଅଭିଯୋଗ ହେଉଛି