ରାଜ୍ୟ ଖବରଭାଇରାଲ ଭିଡିଓ

ମଣିଷ ନୁହଁ ଏଠି କପଡା ସଫା କରୁଛି ସିମ୍ପାଜି, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଯୁବ

ଆପଣ ମାନେ ବିଭିନ୍ନ ପ୍ରାଣୀ ମାନଙ୍କ କାର୍ଯ୍ୟ ଦେଖୁଥିବେ । ସବୁ ପ୍ରାଣୀ ଙ୍କ କିଛି ସ୍ପେଶାଲ ଗୁଣ ଥାଏ । ଆପଣ ମାନେ ପୋଷା କୁକୁର କୁ ପାଳିଥାନ୍ତି । ସେମାନଙ୍କୁ ମାଲିକ ମାନେ ଯେମିତି ଶିଖେଇ ଥାନ୍ତି ,ସେମାନେ ସେମିତି କରିଥାନ୍ତି । ତେବେ ସୋସିଆଲ ମିଡ଼ିଆ ରେ ଏମିତି କିଛି ପ୍ରାଣୀ ଙ୍କ କାର୍ଯ୍ୟ ଭାଇରାଲ ହେଉଛି । ଆସନ୍ତୁ ସେହି ଖବର ଉପରେ ନଜର ଦେବା ।

ଆପଣ ମାନେ ଦେଖିଥିବେ ଶୁଆ ଓ ସାରି ଙ୍କ ଆଗରେ କଥା କହିଲେ ସେମାନେ ଶୁଣିକି କିଛି କିଛି ଶିଖିଯାନ୍ତି ଓ କୁହନ୍ତି । ତାଙ୍କ ମୁହଁରୁ ଏମିତି କଥା ଶୁଣିଲେ ବହୁତ ଖୁସି ଲାଗେ । ସାନ ରୁ ବଡ଼ ସମସ୍ତେ ଖୁସି ହେଇଯାନ୍ତି । ବହୁତ ପ୍ରାଣି ଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଥାଏ । କୁକୁର ମାନେ ମାଲିକ ଙ୍କ ଘରେ ରହି ତାଙ୍କ ପରିବାର ର ଜଣେ ସଦସ୍ୟ ଭାବରେ ରାହିଥାନ୍ତି ଓ ବହୁତ ଗୁଡିଏ କାମ କରିଥାଏ ।

ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଗୋଟେ ସିମ୍ପାଞ୍ଜି ର କାର୍ଯ୍ୟ ର ଭିଡିଓ । ଆପଣ ମାନେ ଜାଣିଥିବେ ଯେ ସିମ୍ପାଞ୍ଜି ମାନଙ୍କୁ ମଣିଷ ର ପୁର୍ବଜ ବୋଲି କୁହାଯାଏ । ସିମ୍ପାଞ୍ଜି ମାନେ ମଣିଷ ଭଳି ଖାଇବା , ବସିବା ,ଚାଲିବା ଆଦି କାମ କରିଥାଏ । ସବୁ ପ୍ରାଣୀ ଉଦ୍ୟାନ ରେ ସିମ୍ପାଞ୍ଜି କୁ ଦେଖିବାକୁ ବହୁତ ଭିଡ ରହିଥାଏ । ହେଲେ ଆପଣ କେବେ ଦେଖିଛନ୍ତି କି ମଣିଷ ଭଳି ସିମ୍ପାଞ୍ଜି ଲୁଗା ସଫା କରୁଥିବାର ।

ଆଜ୍ଞା ହଁ ଗୋଟେ ପ୍ରାଣୀ ଉଦ୍ୟାନ ରେ ଗୋଟେ ସିମ୍ପାଞ୍ଜି ଲୁଗା ସଫା କରୁଥିବାର ଦେଖିବାକୁ ମିଳିଥିଲା । ତେବେ ସିମ୍ପାଞ୍ଜି ଗୋଟେ ହଳଦିଆ ଡ୍ରେସ କୁ ପ୍ରଥମେ ଧୋଇଲା ଓ ପରେ ସାବୁନ ଲଗେଇଲା ,ଏମିତି କି ମଇଳା ସଫା କରିବାକୁ ଲୁଗା ସଫା ବ୍ରସ ର ମଧ୍ୟ ଵ୍ୟଵହାର କରି ଘଷୁ ଥିଲା । ସତରେ ଏହି ଘଟଣା ଦେଖି ବହୁତ ଜଣ ଆଶ୍ଚର୍ଯ୍ୟ ଓ ଖୁସି ହେଇଯାଉଥିଲେ । ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ କୁ ୩ ହଜାର ରୁ ଅଧିକା ଲୋକ ଦେଖି ସାରିଲେଣି ଓ ବହୁତ ଜଣ କମେଣ୍ଟ ମଧ୍ୟ ଦେଉଛନ୍ତି । ଆପଣ ଏହି ଭିଡ଼ିଓ ଦେଖିଲେ ହସ ରୋକି ପାରିବେ ନାହିଁ । ଏହି ଭିଡ଼ିଓ ଦେଖି ମଜା ନେଉଛନ୍ତି ୟୁଜର୍ସ ।

Leave a Reply

Your email address will not be published. Required fields are marked *