ରାଜ୍ୟ ଖବର

କଟା ହାତ କାହାର ଯାହାକୁ ଦେଖି ରାଜଧାନୀ ରେ ଚାଞ୍ଚଲ୍ୟ …

ଆମ ଶରୀର ରେ ସବୁ ଅଙ୍ଗ ବହୁତ ଦରକାରୀ । ତେବେ ଯେତେବେଳେ କଟା ମୁଣ୍ଡ ,ହାତ ,କିମ୍ବା ଗୋଡ ଆମେ କେଉଁଠି ଦେଖିବା ତାହେଲେ ଭୟ ହେବା ସ୍ୱାଭାବିକ କଥା । ଆପଣ ମାନେ ଚଳଚ୍ଚିତ୍ର ରେ ଏମିତି କଟା ଅଙ୍ଗ ଦେଖିଥିବେ ହେଲେ ବାସ୍ତବ ରେ ଏମତି ଅଙ୍ଗ କଟା ହୋଇ ପଡିଥିବାର ଦେଖିଲେ ଭୟ ଲାଗିବା ସହ ସନ୍ଦେହ ମଧ୍ୟ ହୁଏ । ତେବେ ସେମିତି କିଛି ଘଟିଛି ରାଜଧାନୀ ଭୁବନେଶ୍ୱର ରେ । ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର ।

ରାଜଧାନୀ ର ରାମ ମନ୍ଦିର ର ୧୦୦ ମିଟର ଦୂରରେ ଅଳିଆ ଗଦା ରେ ଲୋକ ମାନଙ୍କ ଗହଳି ଲାଗିରହିରହି ଥିଲା । ସେହି ଅଳିଆ ଗଦା ରେ ପଡିଥିଲା ମଣିଷ ର କଟା ହାତ ଓ ଗୋଡ । ଏହାକୁ ଦେଖୀ ବହୁତ ଲୋକ ସନ୍ଦେହ କରିଥିଲେ । ଏହି କଟା ହାତ ,ଗୋଡ କାହାର ? କିଏ ଆଣି ଏମିତି ଅଳିଆ ଗଦା ରେ ପକେଇଲା ? ଏବଂ ଅଳିଆ ପକାଉଥିବା କରୁଥିବା କର୍ମଚାରୀ ମାନେ କେମିତି ଦେଖି ପାରିଲେ ନାହିଁ ଆଦି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି ।

ତେବେ ସେହି କଟା ହାତ ଓ ଗୋଡ ରେ ଷ୍ଟିଚ ହୋଇଥିବା ଦେଖିବାକୁ ମିଳୁଥିଲା । ତେବେ କୌଣସି ଏକ ପରୀକ୍ଷାଗାର ରେ ଏହାକୁ ପରୀକ୍ଷା କରିବା ପରେ ଆଣିକି ଫିଙ୍ଗିଦିଆ ଯାଇଛି ବୋଲି ଜଣା ଯାଉଛି । ତେବେ କାହିଁକି ଓ କେଉଁ ପରୀକ୍ଷା ଗାର ରୁ ଏମିତି ଅଳିଆ ଗଦା ରେ ପକାଯାଇଛି ତାହା ଜଣା ପଡ଼ିନାହିଁ । କୌଣସି ଅନୁଷ୍ଠାନ ମଧ୍ୟ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି । ତେବେ ପୋଲିସ ଏହାର କଣ ତଦନ୍ତ କରୁଛି ଓ କଣ ଜଣା ପଡୁଛି ଆଗକୁ ଜଣା ଯିବ ।

Leave a Reply

Your email address will not be published. Required fields are marked *