ରାଜ୍ୟ ଖବରଭାଇରାଲ ଭିଡିଓ

କିଙ୍ଗ ଖାନଙ୍କ ପୁଅକୁ ୠଚୁନି ଜେଲର ଖାଇବା, କିଙ୍ଗ ଖାନ ପଠାଇଛନ୍ତି ଏତେ ହଜାର ଟଙ୍କା

ଆମ ଦେଶ ର ଆଇନ ଆଗରେ ସମସ୍ତେ ସମାନ । ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ସାଧାରଣ ଜନତା ଙ୍କ ପାଇଁ ଯେଉଁ ନୀତି ନିୟମ ଥାଏ ,ଯେତେ ନାମୀ ଦାମୀ ଲୋକ ହେଲେ ମଧ୍ୟ ତାଙ୍କ ପାଇଁ ମଧ୍ୟ ସମାନ ନୀତି ନିୟମ ଥାଏ । ତେବେ ଯେକୌଣସି କାର୍ଯ୍ୟ କରିବା ଆଗରୁ ଭାବି ଚିନ୍ତି କରିବା ଦରକାର । କିଛି ଭୁଲ କାମ କରିବାକୁ ଯାଉଥିଲେ ତାର ପରିଣାମ ବି ଭାବିବା ଆବଶ୍ୟକ । ଆର୍ଯ୍ୟନ ଖାନ ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ଅନ୍ୟ ଏକ ଖବର ।

କୈଦି ନମ୍ବର ୯୫୬ ଭାବରେ ଏବେ ରହୁଛନ୍ତି ଏହି ଷ୍ଟାର କିଡ । ଆର୍ଯ୍ୟନ ଏବେ ଜେଲ ର ଚାରିକାନ୍ଥ ମଧ୍ୟ ରେ ରହୁଛନ୍ତି । ଏତେ ବଡ଼ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ରେ ଧରାପଡିଲେ ଆର୍ଯ୍ୟନ । ତାଙ୍କ ସାଥି ମାନଙ୍କ ପାଖରୁ ଡ୍ରଗ୍ସ ବି ପାଇଲା ଏନସିବି । ଆର୍ଯ୍ୟନ ମଧ୍ୟ ଏନ ସିବି କୁ ବହୁତ କିଛି କଥା କହିଲେ ଓ ଡ୍ରଗ୍ସ ନେଉଥିବା କଥା ମାନି ଥିଲେ।

ଆର୍ଯ୍ୟନ ଙ୍କ ଫୋନ ଚାଟ ରୁ ବି ଏନସିବି ବହୁତ କିଛି ସୁରାକ ପାଉଥିଲା । ଯାହା ଏହି ଘଟଣା କୁ ଅଧିକ ଗୁରୁତର କରିଦେଲା । ପରିବାର ଓ ଓଲିଲ ଙ୍କ ସବୁ ଯୁକ୍ତି , ଓ ଚେଷ୍ଟା କିଛି କାମ ଦେଇନାହିଁ । ଓ ତାଙ୍କୁ ଜାମିନ ମିଳିଲା ନାହିଁ । ଏବେ ମୁମ୍ବାଇ ର ଏକ ଜେଲ ରେ କୈଦି ନମ୍ବର ୯୫୬ ନାମ ରେ ରହୁଛନ୍ତି ଆର୍ଯ୍ୟନ ।

ସେପଟେ ବାପା ଶାହରୁଖ ଖାନ ତାଙ୍କ ପୁଅ ପାଇଁ ସାଢ଼େ ୪ ହଜାର ଟଙ୍କା ମନିଅର୍ଡର କରିଛନ୍ତି ସେହି ଜେଲ କୁ । ତେବେ ଆର୍ଯ୍ୟନ ଏହି ଅର୍ଥ କେବଳ କ୍ୟାଣ୍ଟିନ ଖର୍ଚ୍ଚ ରେ ଲଗେଇପାରିବେ । ଜେଲ ନିୟମ ଅନଯାୟୀ ଗୋଟେ ମାସ ପାଇଁ କେବଳ ସାଢେ ୪ ହଜାର ଟଙ୍କା ହିଁ ପଠେଇ ହେବ । ପୂରା ପରିବାର ଆର୍ଯ୍ୟନ ଙ୍କ ପାଇଁ ସବୁବେଳେ ବେସ୍ତ ଓ ଚିନ୍ତା ରେ ରହୁଛନ୍ତି । ତେବେ ଆଗକୁ ହେବାକୁ ଥିବା ଶୁଣାଣି ରେ କଣ ନିଷ୍ପତି ନିଆଯିବ ଆଗକୁ ଜଣା ଯିବ ।

Leave a Reply

Your email address will not be published. Required fields are marked *