Special Report

ଯୌତୁକରେ ଟିଭି ଦେଲାନି ବୋଲି ବୋହୂର ବେକ ଚିପି ମାରିଦେଲା ଶଶୁର

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଯୌତୁକ ପାଇଁ ଚାଲିଗଲା ଆଉ ଏକ ବୋହୁ ର ଜୀବନ। ନିଜ ସ୍ତ୍ରୀ କୁ ହିଁ ତଣ୍ଟି ଚିପି ମାରିଦେଲା ସ୍ଵାମୀ। ଟଙ୍କା ଟଙ୍କା କହି ସବୁଦିନ ବୋହୂ କୁ ନିର୍ଯାତନା ଦେଉଥିଲେ ଶାଶୁ ଘର ଲୋକ।

ଆଉ ଟଙ୍କା ଦେଇ ପାରିଲେନି ବୋଲି ଘରର ବୋହୂ କୁ ହିଁ ତଣ୍ଟି ଚିପି ମାରି ଦେଇଥିଲେ। ନବ ବଧୁ ଜଣକ ମାଆ ମଧ୍ୟ କାନ୍ଦି କାନ୍ଦି ଭୂଇଁ ରେ ଲୋଟି ପଡିଛନ୍ତି। ତାଙ୍କ ମୁହଁରେ କେବଳ ଗୋଟେ କଥା କି ତାଙ୍କ ଝିଅକୁ ଶାଶୁ ଘର ଲୋକ ମାରି ଦେଇଛନ୍ତି।

ତାଙ୍କ ଝିଅ ଖୁସୀରେ ରହିବେ ବୋଲି ଭାବି ଭଲ ଘର ଓ ଭଲ ବର ଦେଖି ବିବାହ କରାଇ ଦେଇଥିଲେ। ତାଙ୍କ ଝିଅ ମଧ୍ୟ ନୂଆ ସଂସାର ଗଢ଼ିବା ପାଇଁ ମଧ୍ଯ ବେଶ ଖୁସୀରେ ଥିଲେ। ହେଲେ ତାଙ୍କର ସବୁ ସପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି।

ଘର କାନ୍ଥରେ ଶୁଭ ବିବାହର ସ୍ମୃତି ଲିଭି ନଥିବା ବେଳେ ତାଙ୍କ ଝିଅର ଜୀବନ ଦ୍ଵୀପ ଲିଭି ଯାଇଛି। ଝିଅର ମାଆ କହିଛନ୍ତି କି ଟଙ୍କା କେଇଟା ପାଇଁ ଭଗିଆ ତା ବାପା ମାଆ ଙ୍କ ସହ ମିଶି ତାଙ୍କ ଝିଅ କୁ ମାରି ଦେଇଛି।

ନବ ବଧୁ ଜଣକ ଦାଦା କହିଥିଲେ କି ଗତ ପାଞ୍ଚ ରୁ ଛଅ ମାସ ତଳେ ତାଙ୍କ ଝିଅ କୁ ଶାଶୁ ଘର ଲୋକ ମିଶି ରାତି ଦୁଇଟା କିମ୍ବା ତିନିଟା ସମୟରେ ଘରକୁ ନେଇ ଆସିଥିଲେ। ଏହାପରେ ବାପ ଘର ଲୋକ ମାନେ ଆସି ମଧ୍ଯ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ସବୁ ର ମୀମାଂସା ମଧ୍ଯ ସରି ଯାଇଥିଲା। ହେଲେ ଶାଶୁ ଘର ଲୋକମାନେ କିନ୍ତୁ ତାଙ୍କ ବୋହୂ ଙ୍କୁ ବାରମ୍ବାର ଯୌତୁକ ମାଗିବା ବନ୍ଦ କରି ନଥିଲେ ବରଂ ବାରମ୍ବାର ମାଗି ଥିଲେ।

ଏଭଳି ବୋହୂ ଙ୍କୁ ବାରମ୍ବାର ମାଡ଼ ମଧ୍ଯ ମାରନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବାଲିସାହି ଗ୍ରାମରେ। ଏହା ପ୍ରେମ ବିବାହ ହୋଇଥିଲା ମାତ୍ର ଶାଶୂ ଘର ଲୋକ ବାରମ୍ବାର ଯୌତୁକ ମାଗୁଥିଲେ।

ଆଉ ତାଙ୍କ ସହ ସ୍ଵାମୀ ମଧ୍ଯ ମିଶି ମହିଳା ଜଣକୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ ତେବେ ଏହି ଘଟଣାର ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ସମସ୍ତ ସତ୍ୟାସତ୍ୟ ଜଣା ପଡ଼ିବ।

Leave a Reply

Your email address will not be published. Required fields are marked *